ଭାରତର ନିର୍ବାଚନ ପ୍ରଣାଳୀରେ EVMକୁ ପ୍ରଶଂସା କଲେ ଏଲନ ମସ୍କ, ଜାଣନ୍ତୁ କହିଲେ କ'ଣ?

କାଲିଫର୍ଣ୍ଣିଆ ୨୪।୧୧: ଏଲନ ମସ୍କଙ୍କ ନାମ ଯେବେବି ଆସେ ତାଙ୍କର ଆଶ୍ଚର୍ଯ୍ୟ କରିବା ଭଳି ଓ କେବେ କେବେ ବିରୋଧାଭାଷୀ ବୟାନର ଚର୍ଚ୍ଚା ନିଶ୍ଚିତ ହୁଏ। ଏବେ ସେ ଭାରତୀୟ ନିର୍ବାଚନ ପ୍ରଣାଳୀକୁ ତାରିଫ କରି ଏହା ଆମେରିକା ଲାଗି ଏକ ଉଦାହରଣ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଲୋକସଭା ନିର୍ବାଚନର ଭୋଟଗଣତି କାଳରେ ଜଣେ ବ୍ୟକ୍ତି ଏକ ଖବରର ସ୍କ୍ରିନସଟ୍ ସେୟାର କରିଥିଲେ, ଯେଉଁଥିରେ ପୁରା ଦେଶରେ ଭୋଟଗଣନା ଗୋଟିଏ ଦିନରେ ସରିଯାଇଥିବାର ଖବର ଥିଲା। ଏହାକୁ ନେଇ ମସ୍କ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ। ଭାରତରେ ୬୪ କୋଟି ଭୋଟର ଅଛନ୍ତି। ଏତେ ଭୋଟରଙ୍କ ଭୋଟ ଗୋଟିଏ ଦିନରେ ଗଣି ହୋଇଗଲା ଅଥଚ କାଲିଫର୍ଣ୍ଣିଆର ୧.୫ କୋଟି ଭୋଟ ଗଣନା ୧୮ ଦିନରେ ବି ସମାପ୍ତ ହୋଇ ପାରିଲାନି ବୋଲି ମସ୍କ ପ୍ରଶ୍ନ ଉଠାଇଛନ୍ତି। ଇଏ ସେହି ମସ୍କ ଯିଏ କିଛି ମାସ ପୂର୍ବେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଉପରେ ଗୁରୁତର ପ୍ରଶ୍ନ ଉଠାଇଥିଲେ ଓ ଏହାକୁ ନିର୍ବାଚନୀ ସ୍କାମର କାରଣ ବୋଲି କହିଥିଲେ। ଏହି ଦୁଇ ବୟାନକୁ ଯୋଡିକି ଦେଖିଲେ ମସ୍କଙ୍କ ରାୟର ଏହି ବିରୋଧାଭାଷ କେବଳ ତାଙ୍କର ଦୃଷ୍ଟିକୋଣ ନୁହେଁ ବରଂ ବୈଷୟିକ ଓ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ବିତର୍କକୁ ବି ଉଜାଗର କରୁଛି।  India counted 640 million votes in 1 day.California is still counting votes ????‍♂️ https://t.co/ai8JmWxas6— Elon Musk (@elonmusk) November

ଭାରତର ନିର୍ବାଚନ ପ୍ରଣାଳୀରେ EVMକୁ ପ୍ରଶଂସା କଲେ ଏଲନ ମସ୍କ, ଜାଣନ୍ତୁ କହିଲେ କ'ଣ?

କାଲିଫର୍ଣ୍ଣିଆ ୨୪।୧୧: ଏଲନ ମସ୍କଙ୍କ ନାମ ଯେବେବି ଆସେ ତାଙ୍କର ଆଶ୍ଚର୍ଯ୍ୟ କରିବା ଭଳି ଓ କେବେ କେବେ ବିରୋଧାଭାଷୀ ବୟାନର ଚର୍ଚ୍ଚା ନିଶ୍ଚିତ ହୁଏ। ଏବେ ସେ ଭାରତୀୟ ନିର୍ବାଚନ ପ୍ରଣାଳୀକୁ ତାରିଫ କରି ଏହା ଆମେରିକା ଲାଗି ଏକ ଉଦାହରଣ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଲୋକସଭା ନିର୍ବାଚନର ଭୋଟଗଣତି କାଳରେ ଜଣେ ବ୍ୟକ୍ତି ଏକ ଖବରର ସ୍କ୍ରିନସଟ୍ ସେୟାର କରିଥିଲେ, ଯେଉଁଥିରେ ପୁରା ଦେଶରେ ଭୋଟଗଣନା ଗୋଟିଏ ଦିନରେ ସରିଯାଇଥିବାର ଖବର ଥିଲା। ଏହାକୁ ନେଇ ମସ୍କ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ। 

ଭାରତରେ ୬୪ କୋଟି ଭୋଟର ଅଛନ୍ତି। ଏତେ ଭୋଟରଙ୍କ ଭୋଟ ଗୋଟିଏ ଦିନରେ ଗଣି ହୋଇଗଲା ଅଥଚ କାଲିଫର୍ଣ୍ଣିଆର ୧.୫ କୋଟି ଭୋଟ ଗଣନା ୧୮ ଦିନରେ ବି ସମାପ୍ତ ହୋଇ ପାରିଲାନି ବୋଲି ମସ୍କ ପ୍ରଶ୍ନ ଉଠାଇଛନ୍ତି। ଇଏ ସେହି ମସ୍କ ଯିଏ କିଛି ମାସ ପୂର୍ବେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଉପରେ ଗୁରୁତର ପ୍ରଶ୍ନ ଉଠାଇଥିଲେ ଓ ଏହାକୁ ନିର୍ବାଚନୀ ସ୍କାମର କାରଣ ବୋଲି କହିଥିଲେ। ଏହି ଦୁଇ ବୟାନକୁ ଯୋଡିକି ଦେଖିଲେ ମସ୍କଙ୍କ ରାୟର ଏହି ବିରୋଧାଭାଷ କେବଳ ତାଙ୍କର ଦୃଷ୍ଟିକୋଣ ନୁହେଁ ବରଂ ବୈଷୟିକ ଓ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ବିତର୍କକୁ ବି ଉଜାଗର କରୁଛି।  


ଏଲନ ମସ୍କ ୨୪ ନଭେମ୍ବର ରବିବାର ଭାରତୀୟ ନିର୍ବାଚନ ତନ୍ତ୍ରର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସ ରେ ଲେଖିଛନ୍ତି ଯେ ଭାରତ ଗୋଟିଏ ଦିନରେ ୬୪ କୋଟି ଭୋଟ ଗଣି ଫଳାଫଳ ଘୋଷଣା କରିଦେଲା, ଆମେରିକୀୟ ରାଜ୍ୟ କାଲିଫର୍ଣ୍ଣିଆରେ ୧.୫ କୋଟି ଭୋଟ ଗଣିବା ୧୮ ଦିନ ପରେ ବି ଶେଷ ହୋଇ ପାରିଲାନି। ଏହି ଟିପ୍ଣଣୀ ଆମେରିକାର ଧିମା ନିର୍ବାଚନ ତନ୍ତ୍ର ଓ ଭାରତର ଦ୍ରୁତ ପ୍ରକ୍ରିୟା ମଧ୍ୟରେ ଏକ ସ୍ପଷ୍ଟ ତୁଳନା। 


ଏଥିରେ ମସ୍କ ଭାରତର ଇଭିଏମ ଆଧାରିତ ପ୍ରଣାଳିକୁ ଉଚ୍ଚ ପ୍ରଶଂସା କରିଛନ୍ତି, ଯାହା ଏତେ ବଡ଼ ଧରଣର ଦ୍ରୁତ ଓ ସଠିକ ନିର୍ବାଚନ ଫଳାଫଳ ଦେବାରେ ସକ୍ଷମ ହୋଇଛି। ମସ୍କଙ୍କ ଏହି ଟିପ୍ପଣୀ ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ସନ୍ଦର୍ଭରେ ଆସିଛି, ଯେଉଁଠି ମାତ୍ର ଦିନକରେ ଭୋଟ ଗଣାଗଲା ଓ ଫଳାଫଳ ଘୋଷଣା ହେଲା। ମସ୍କଙ୍କ ଟିପ୍ପଣୀ ନିକଟରେ ଶେଷ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ସହ ମଧ୍ୟ ସମ୍ପୃକ୍ତ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ୫ଓ ୬ ନଭେମ୍ବରରେ ହୋଇଥିଲା। ହେଲେ ଏବେବି ଅନେକ ରାଜ୍ୟରେ ଭୋଟଗଣନା ଚାଲିଛି। ଏଥିରେ ଭାରତର ଇଭିଏମ ପ୍ରଣାଳୀ ଏହି ମାମଲାରେ ଅଧିକ ଦ୍ରୁତ ଓ ପ୍ରଭାବୀ ଦେଖାଯାଉଛି। 

ମସ୍କ ଗତ ଅକ୍ଟୋବରରେ ଆମେରିକାର ଏକ ଟାଉନ ହଲରେ କହିଥିଲେ ଯେ ଇଭିଏମ ନିର୍ବାଚନରେ ସ୍କାମର ଏକ ବଡ଼ ମାଧ୍ୟମ ହୋଇପାରେ। ସେ ଡୋମିନିୟନ କମ୍ପାନୀ ମେସିନର ଉଦାହରଣ ଦେଇ ଫିଲାଡେଲଫିଆ ଓ ଏରିଜୋନାରେ ରିପବ୍ଲିକାନଙ୍କ ହାରକୁ ଏହି ମେସିନ ସହ ଯୋଡି ଥିଲେ। ସେତେବେଳେ ମସ୍କ କହିଥିଲେ ଯେ ‘ମୁଁ ଟେକ୍ନୋଲଜିର ଅଂଶବିଶେଷ, ମୁଁ ଜାଣିଛି ଏହାକୁ ହ୍ୟାକ୍ କରିବା କେତେ ସହଜ’। ଇଭିଏମରେ ନିର୍ବାଚନ କରିବା ବିପଦଜନକ, ଆମକୁ ବାଲଟପେପରକୁ ଫେରିବାକୁ ପଡିବ, ଯେଉଁଠି ଗଣନା ବି ହାତର ହେଉଥିବ। 


ମସ୍କଙ୍କ ଏବେର ବୟାନ ଓ ତାଙ୍କ ପୁରୁଣା ବିଚାର ଗୋଟିଏ ଆଉ ଗୋଟିକର ବିରୋଧାଭାଷୀ  ହୋଇପାରେ। ତେବେ ଦେଖିବାକୁ ଗଲେ ଏହା ଅଲଗା ଅଲଗା ମାମଲାରେ ଦିଆଯାଇଛି। ଏଲନ ମସ୍କ ଭାରତର ଇଭିଏମର ପ୍ରଶଂସା ଏହାର ଦ୍ରୁତ ଓ ସଠିକ ଫଳାଫଳ ପାଇଁ କରିଛନ୍ତି। ଭାରତର ନିର୍ବାଚନ ପ୍ରକ୍ରିୟାର ଡିଜିଟାଲ କରଣ ଓ ଏତେବଡ ପରିମାଣରେ ଏହାକୁ ପ୍ରଭାବୀ ଢଙ୍ଗରେ ପରିଚାଳନା କରିବା ବିଶ୍ୱପାଇଁ ଏକ ଉଦାହରଣ ବୋଲି କୁହାଯାଇ ପାରେ। ତେବେ ମସ୍କଙ୍କ ଅବିଶ୍ୱାସ ଆମେରିକୀୟ ନିର୍ବାଚନ ପ୍ରଣାଳୀ ଓ ଡୋମିନିୟନ ଭଳି କମ୍ପାନୀ ସହିତ ଜଡିତ। ସେ ଆମେରିକାର ନିର୍ବାଚନ ପ୍ରଣାଳୀର ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଛନ୍ତି, ଯାହା ଭାରତର ପ୍ରଣାଳୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ।