ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ଛାତ୍ର ରୋହିତ ପାତ୍ର

କୋରାପୁଟ,୧।୧୦(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଅକ୍ଟୋବର ୦୪ରୁ ୧୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ସନ୍‌ ସିଟିରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ରୋହିତଙ୍କୁ ଭାରତୀୟ ଦଳରେ ମନୋନୀତ ହୋଇଥିବାରୁ ଅଭିନନ୍ଦନ ଜଣାଇବା ସହ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଫେସର ତ୍ରିପାଠୀ କହିଛନ୍ତି, ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ […] The post ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ଛାତ୍ର ରୋହିତ ପାତ୍ର appeared first on Dharitri Odia News.

ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ଛାତ୍ର ରୋହିତ ପାତ୍ର

କୋରାପୁଟ,୧।୧୦(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଅକ୍ଟୋବର ୦୪ରୁ ୧୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ସନ୍‌ ସିଟିରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ରୋହିତଙ୍କୁ ଭାରତୀୟ ଦଳରେ ମନୋନୀତ ହୋଇଥିବାରୁ ଅଭିନନ୍ଦନ ଜଣାଇବା ସହ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଫେସର ତ୍ରିପାଠୀ କହିଛନ୍ତି, ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ରୋହିତଙ୍କ ଚୟନ ବିଶ୍ୱବିଦ୍ୟାଳୟ ଓ ଦେଶ ପାଇଁ ଗର୍ବର ବିଷୟ। ରୋହିତଙ୍କ ପାଇଁ ଏହା କେବଳ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ନୁହେଁ ବରଂ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ଓ ବିଶ୍ୱବିଦ୍ୟାଳୟ ପାଇଁ ସମ୍ମାନ ଆଣିବାର ଏକ ସୁଯୋଗ। ଆମେ ନିଶ୍ଚିତ ଯେ ସେ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବେ ଓ ଦେଶକୁ ପାଇଁ ଗୌରବ ଆଣିବେ।

କୋରାପୁଟ ଜିଲା ବାସିନ୍ଦା ରୋହିତ ବର୍ତ୍ତମାନ କୋରାପୁଟ ମ୍ୟୁନିସିପାଲିଟି ଜିମରେ ପାୱାରଲିଫ୍ଟିଂ ଅଭ୍ୟାସ କରୁଛନ୍ତି। ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଅନୁଷ୍ଠିତ ଜାତୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ସେ ୩ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି କ୍ରୀଡ଼ାରେ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି।

ଆଗାମୀ ରାଜ୍ୟଗୋଷ୍ଠୀ ଚାମ୍ପିଅନଶିପରେ ସେ ସବ୍‌ ଜୁନିୟର, ୧୨୦+ କେଜି ବର୍ଗରେ ଭାଗ ନେବେ। ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବର ୪ରୁ ୧୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ସନ୍‌ ସିଟିରେ ରାଜ୍ୟଗୋଷ୍ଠୀ ଏକ୍ୟୁପଡ଼ ଓ କ୍ଲାସିକ ସବ୍‌ ଜୁନିୟର, ଜୁନିୟର ପାୱାରଲିଫ୍ଟିଂ ଏବଂ ସୁସଜ୍ଜିତ ଓ କ୍ଲାସିକ ସବ୍‌-ଜୁନିୟର, ଜୁନିୟର, ସିନିୟର ଓ ମାଷ୍ଟର୍ସ ବେଞ୍ଚ ପ୍ରେସ ଚାମ୍ପିୟନଶିପ ଅନୁଷ୍ଠିତ ହେବ।

କୋରାପୁଟ ଜିଲାର ଦୁଇ ବାସିନ୍ଦା ବୈବ କୁମାର ତାଣ୍ଡି (ମାଷ୍ଟର୍ସ ବେଞ୍ଚ ପ୍ରେସ ଚାମ୍ପିଅନଶିପ, ମାଷ୍ଟର ୩, ୭୪ କେଜି ବର୍ଗ) ଏବଂ ରୋହିତ ପାତ୍ର (ସବ୍‌ ଜୁନିୟର, ୧୨୦+ କେଜି ବର୍ଗ) ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। ରୋହିତ ହେଉଛନ୍ତି ନିରୋଦା ନନ୍ଦ ପାତ୍ର ଓ ଶ୍ରୀମତୀ ରମାଦେବୀ ପାତ୍ରଙ୍କ ସୁପୁତ୍ର।

The post ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ଛାତ୍ର ରୋହିତ ପାତ୍ର appeared first on Dharitri Odia News.