ଭାରତର ପ୍ରଥମ ଏଆଇ ମା’
ନୂଆଦିଲ୍ଲୀ: ଧୀରେ ଧୀରେ ଭର୍ଚୁଆଲ୍ ଇନ୍ଫ୍ଲୁଏନ୍ସରମାନେ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଗୁଡ଼ିକରେ ନିଜ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛନ୍ତି। ସମ୍ପ୍ରତି କାବ୍ୟା ମେହେରା ନାମ୍ନୀ ଜଣେ ଭର୍ଚୁଆଲ୍ ଇନ୍ଫ୍ଲୁଏନ୍ସର ମଧ୍ୟ ଇନ୍ଷ୍ଟାଗ୍ରାମରେ ନିଜ ଭିଡିଓ ପୋଷ୍ଟ କରି ବେଶ୍ ଭାଇରାଲ ହେଉଛନ୍ତି। ଭାରତର ସର୍ବବୃହତ୍ ସେଲିବ୍ରିଟି ମ୍ୟାନେଜମେଣ୍ଟ ସଂସ୍ଥାଗୁଡ଼ିକ ମଧ୍ୟରୁ ଅନ୍ୟତମ ‘କଲେକ୍ଟିଭ୍ ଆର୍ଟିଷ୍ଟ ନେଟ୍ୱାର୍କ’ କାବ୍ୟାଙ୍କୁ ପ୍ରସ୍ତୁତ କରିଛି। କାବ୍ୟାଙ୍କ ଇନ୍ଷ୍ଟାଗ୍ରାମ ବାୟୋ ଅନୁଯାୟୀ ସେ ହେଉଛନ୍ତି ଭାରତର ପ୍ରଥମ ଏଆଇ ଚାଳିତ ମା’। […] The post ଭାରତର ପ୍ରଥମ ଏଆଇ ମା’ appeared first on Dharitri Odia News.
ନୂଆଦିଲ୍ଲୀ: ଧୀରେ ଧୀରେ ଭର୍ଚୁଆଲ୍ ଇନ୍ଫ୍ଲୁଏନ୍ସରମାନେ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଗୁଡ଼ିକରେ ନିଜ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛନ୍ତି। ସମ୍ପ୍ରତି କାବ୍ୟା ମେହେରା ନାମ୍ନୀ ଜଣେ ଭର୍ଚୁଆଲ୍ ଇନ୍ଫ୍ଲୁଏନ୍ସର ମଧ୍ୟ ଇନ୍ଷ୍ଟାଗ୍ରାମରେ ନିଜ ଭିଡିଓ ପୋଷ୍ଟ କରି ବେଶ୍ ଭାଇରାଲ ହେଉଛନ୍ତି। ଭାରତର ସର୍ବବୃହତ୍ ସେଲିବ୍ରିଟି ମ୍ୟାନେଜମେଣ୍ଟ ସଂସ୍ଥାଗୁଡ଼ିକ ମଧ୍ୟରୁ ଅନ୍ୟତମ ‘କଲେକ୍ଟିଭ୍ ଆର୍ଟିଷ୍ଟ ନେଟ୍ୱାର୍କ’ କାବ୍ୟାଙ୍କୁ ପ୍ରସ୍ତୁତ କରିଛି। କାବ୍ୟାଙ୍କ ଇନ୍ଷ୍ଟାଗ୍ରାମ ବାୟୋ ଅନୁଯାୟୀ ସେ ହେଉଛନ୍ତି ଭାରତର ପ୍ରଥମ ଏଆଇ ଚାଳିତ ମା’।
କାବ୍ୟା ତାଙ୍କ ଫଲୋଅର୍ସମାନଙ୍କ ସହ ମାତୃତ୍ୱକୁ ନେଇ ନିଜର ଆଧୁନିକ ଦୃଷ୍ଟିକୋଣକୁ ବାଣ୍ଟିଥାନ୍ତି। ସେହିପରି ସେ ରୋଷେଇ, ପେଣ୍ଟିଂ, ସ୍କିନ୍ କେୟାର ଭଳି ବିଭିନ୍ନ କାର୍ଯ୍ୟରେ ପାରଙ୍ଗମ ଥିବା ମଧ୍ୟ କୁହନ୍ତି। ଏକ ଭିଡିଓର କ୍ୟାପ୍ଶନ୍ରେ କାବ୍ୟା ଲେଖିଛନ୍ତି, ପିଲାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବାଠାରୁ ଆରମ୍ଭକରି ଭୋଜନ ପାଇଁ ଯୋଜନା କରିବା ପର୍ଯ୍ୟନ୍ତ ସବୁଥିରେ ସେ ପାରଙ୍ଗମ। କାବ୍ୟାଙ୍କୁ ସୃଷ୍ଟି କରିଥିବା, ‘କଲେକ୍ଟିଭ୍ ଆର୍ଟିଷ୍ଟ ନେଟ୍ୱର୍କ’ର କହିବା ଅନୁଯାୟୀ, ତାଙ୍କର ବ୍ୟକ୍ତିତ୍ୱ ପ୍ରକୃତ ମା’ମାନଙ୍କ ବାସ୍ତବ ଜୀବନର ଅନୁଭୂତି ଉପରେ ନିର୍ମିତ। ସେହିପରି ଏକ ରିପୋର୍ଟରେ କୁହାଯାଇଛି, କାବ୍ୟା ମେହେରା କେବଳ ଏକ ଡିଜିଟାଲ୍ ଅବତାର ନୁହନ୍ତି ବରଂ ସେ ଆଧୁନିକ ମାତୃଭାଷାର ପ୍ରତିମୂର୍ତ୍ତି। ଏଆଇ ଦ୍ୱାରା ଚାଳିତ ହେଉଥିବା କାବ୍ୟାଙ୍କର ଅନ୍ୟ ମଣିଷଙ୍କ ଭଳି ବହୁ ଅଭିଜ୍ଞତା ରହିଛି ବୋଲି ଉକ୍ତ ରିପୋର୍ଟ କହିଛି।
କାବ୍ୟା ନିଜର ଦୈନନ୍ଦିନ ଜୀବନର ଝଲକ୍କୁ ଇନ୍ଷ୍ଟାଗ୍ରାମରେ ଶେୟାର କରନ୍ତି, ଯେଉଁଥିରେ ସେ ତାଙ୍କର ପ୍ରିୟ ଖାଦ୍ୟ ରାନ୍ଧିବା ଏବଂ ଦୀପାବଳି ପରି ପର୍ବକୁ ଉପଭୋଗ କରୁଥିବାର ନଜରକୁ ଆସିଛନ୍ତି। ଏହାସହ ସେ ନିଜ ପିଲାଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି। ସେ କେଉଁ ପ୍ରକାର ମା’ ହେବାକୁ ଚାହୁଁଛନ୍ତି ସେନେଇ କାବ୍ୟା ଏକ ପୋଷ୍ଟରେ କହୁଥିବାର ନଜରକୁ ଆସିଛନ୍ତି। ଅନ୍ୟ ଏକ ଭିଡିଓରେ କାବ୍ୟା କହିଛନ୍ତି, ଯେଉଁ ମା’ ଭାବପ୍ରବଣ ଭାବରେ ଉପଲବ୍ଧ ସେ ସର୍ବଦା ନିଜେ ପିଲାଙ୍କ ପାଇଁ ଠିଆ ହୋଇ ରହିବେ, ଯାହାଦ୍ୱାରା ସନ୍ତାନମାନେ ମା’ଙ୍କ ସହ ରହି ସବୁଠୁ ସୁରକ୍ଷିତ ସ୍ଥାନରେ ଥିବା ପରି ଅନୁଭବ କରିବେ।
The post ଭାରତର ପ୍ରଥମ ଏଆଇ ମା’ appeared first on Dharitri Odia News.