ଭାରତର ପ୍ରଥମ ଓ ଏକମାତ୍ର ମହିଳା ପାଇଲଟ୍, ଯିଏ ଉଡାଉଛନ୍ତି ଲଢୁଆ ରାଫେଲ ବିମାନ

ନୂଆଦିଲ୍ଲୀ୧୨/୦୫:ପହଲଗାମ୍‌ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଭାରତର ପ୍ରଚଣ୍ଡ ପ୍ରହାରରେ ଥରହର ଶତ୍ରୁଦେଶ । ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ସ୍ଥାନ ଧ୍ବସଂବିଧ୍ବସଂ ହୋଇଯାଇଛି । ଆତଙ୍କବାଦୀଙ୍କ ଶିବିର ଉପରେ ରାଫେଲ ଜେଟ୍‌ରୁ ହୋଇଥିଲା କ୍ଷେପଣାସ୍ତ୍ର ମାଡ । ଆଉ ଏବେ ରାଫେଲ ବିମାନକୁ ନେଇ ଚର୍ଚ୍ଚା ଜୋର । ହେଲେ ଆପଣ ଜାଣିଛନ୍ତି ଲଢୁଆ ବିମାନ ରାଫେଲ ଚଲାଉଥିବା  ଭାରତର ପ୍ରଥମ ଓ ଏକମାତ୍ର ମହିଳା ପାଇଲଟ କିଏ ।ୟେ କାହାଣୀ ପ୍ରାୟ ୨ ଦଶନ୍ଧି ତଳର । ଦିଲ୍ଲୀର ବାୟୁସେନା ସଂଗ୍ରହାଳୟକୁ ପରିବାର ସହ ବୁଲି ଆସିଥିଲା ୯ ବର୍ଷର ଛୋଟ ଝିଅଟି । ପ୍ରଥମ ଥର ପାଇଁ ଏଠି ସେ ବିମାନକୁ ଛୁଇଁଥିଲା। ଏହି ବିମାନ ତାକୁ ଏତେ ଭଲ ଲାଗିଥିଲା ଯେ ସେ ମନେ ମନେ ଭାବିନେଇଥିଲା ବଡ ହେଲେ ପାଇଲଟ ହେବି ।  ସେହି ସମୟରେ କାହାକୁ ଜଣାନଥିଲା ଏହି କୁନି ଝିଅଟି ଦିନେ ଭାରତର ଲଢୁଆ ବିମାନ ରାଫେଲର ଏକମାତ୍ର ମହିଳା ପାଇଲଟ୍‌ ହୋଇଯିବ । ଏହି ଝିଅର ନାଁ ଶିବାଙ୍ଗୀ ସିଂ । ଯିଏ ଆଜି ଭାରତର ଶକ୍ତିଶାଳୀ ବାୟୁସେନାର ଏକ ଚେହେରା ହୋଇସାରିଛନ୍ତି । 30 ବର୍ଷୀୟ ଶିବାଙ୍ଗୀ ଉତ୍ତରପ୍ରଦେଶର ବାରାଣାସୀ ବାସିନ୍ଦା । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସାରି ହାଇଦ୍ରାବାଦର ଭାରତୀୟ ବାୟୁସେନା ଏକାଡେମୀରୁ ନେଇଥିଲେ ଟ୍ରେନିଂ । ଏହା ପରେ ୨୦୧୭ରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ । ୨୦୨୦ରେ ରାଫେଲ ପାଇଲଟ ଭାବରେ ତାଙ୍କୁ ଚୟନ କ

ଭାରତର ପ୍ରଥମ ଓ ଏକମାତ୍ର ମହିଳା ପାଇଲଟ୍, ଯିଏ ଉଡାଉଛନ୍ତି ଲଢୁଆ ରାଫେଲ ବିମାନ

ନୂଆଦିଲ୍ଲୀ୧୨/୦୫:ପହଲଗାମ୍‌ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଭାରତର ପ୍ରଚଣ୍ଡ ପ୍ରହାରରେ ଥରହର ଶତ୍ରୁଦେଶ । ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ସ୍ଥାନ ଧ୍ବସଂବିଧ୍ବସଂ ହୋଇଯାଇଛି । ଆତଙ୍କବାଦୀଙ୍କ ଶିବିର ଉପରେ ରାଫେଲ ଜେଟ୍‌ରୁ ହୋଇଥିଲା କ୍ଷେପଣାସ୍ତ୍ର ମାଡ । ଆଉ ଏବେ ରାଫେଲ ବିମାନକୁ ନେଇ ଚର୍ଚ୍ଚା ଜୋର । ହେଲେ ଆପଣ ଜାଣିଛନ୍ତି ଲଢୁଆ ବିମାନ ରାଫେଲ ଚଲାଉଥିବା  ଭାରତର ପ୍ରଥମ ଓ ଏକମାତ୍ର ମହିଳା ପାଇଲଟ କିଏ ।


ୟେ କାହାଣୀ ପ୍ରାୟ ୨ ଦଶନ୍ଧି ତଳର । ଦିଲ୍ଲୀର ବାୟୁସେନା ସଂଗ୍ରହାଳୟକୁ ପରିବାର ସହ ବୁଲି ଆସିଥିଲା ୯ ବର୍ଷର ଛୋଟ ଝିଅଟି । ପ୍ରଥମ ଥର ପାଇଁ ଏଠି ସେ ବିମାନକୁ ଛୁଇଁଥିଲା ଏହି ବିମାନ ତାକୁ ଏତେ ଭଲ ଲାଗିଥିଲା ଯେ ସେ ମନେ ମନେ ଭାବିନେଇଥିଲା ବଡ ହେଲେ ପାଇଲଟ ହେବି ।  ସେହି ସମୟରେ କାହାକୁ ଜଣାନଥିଲା ଏହି କୁନି ଝିଅଟି ଦିନେ ଭାରତର ଲଢୁଆ ବିମାନ ରାଫେଲର ଏକମାତ୍ର ମହିଳା ପାଇଲଟ୍‌ ହୋଇଯିବ । ଏହି ଝିଅର ନାଁ ଶିବାଙ୍ଗୀ ସିଂ । ଯିଏ ଆଜି ଭାରତର ଶକ୍ତିଶାଳୀ ବାୟୁସେନାର ଏକ ଚେହେରା ହୋଇସାରିଛନ୍ତି । 


30 ବର୍ଷୀୟ ଶିବାଙ୍ଗୀ ଉତ୍ତରପ୍ରଦେଶର ବାରାଣାସୀ ବାସିନ୍ଦା । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସାରି ହାଇଦ୍ରାବାଦର ଭାରତୀୟ ବାୟୁସେନା ଏକାଡେମୀରୁ ନେଇଥିଲେ ଟ୍ରେନିଂ । ଏହା ପରେ ୨୦୧୭ରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ । ୨୦୨୦ରେ ରାଫେଲ ପାଇଲଟ ଭାବରେ ତାଙ୍କୁ ଚୟନ କରାଯାଇଥିଲା ସେହିଦିନ ସେ ରାଫେଲ ଉଡାଇବାରେ ପ୍ରଥମ ମହିଳା ପାଇଲଟ୍‌ ହୋଇଥିଲେ ।ପୂର୍ବରୁ ଶିବାଙ୍ଗୀ ମିଗ୍‌-୨୧ ବିମାନ ବି ଉଡାଇସାରିଛନ୍ତି । ଶିବାଙ୍ଗୀଙ୍କ ସ୍ବାମୀ ମଧ୍ୟ ଭାରତୀୟ ବାୟୁସେନାର ଫାଇଟର ପାଇଲଟ । 


ଶିବାଙ୍ଗୀ ସେଦିନର କଥାକୁ ମନେ ପକାଇ କୁହନ୍ତି ମୁଁ ଯେତେବେଳେ ପ୍ରଥମ ଥର ପାଇଁ ବିମାନ ଉଡାଇଥିଲି ବେଶ ନର୍ଭସ ଓ ଚିନ୍ତିତ ଥିଲି । ହେଲେ ତାଙ୍କର କିଛି କରି ଦେଖାଇବାର ଆତ୍ମବିଶ୍ବାସ ତାଙ୍କୁ ପଛକୁ ଫେରିବାକୁ ଦେଇନଥିଲା । ଶିବାଙ୍ଗୀ ଫରାସୀ ପ୍ରଶିକ୍ଷକଙ୍କ ଠାରୁ ସିମୁଲେଟର ତାଲିମ ମଧ୍ୟ ନେଇଛନ୍ତି। ଶିବାଙ୍ଗୀ ଏକ ଇଣ୍ଟରଭିୟୁରେ କହିଥିଲେ  ମୋ ମାଆ ମୋର ପ୍ରେରଣା । ତାଙ୍କ ସ୍ବପ୍ନ ଥିଲା ମୁଁ ଶିକ୍ଷିତ ହେବା ସହ ଆତ୍ମନିର୍ଭରଶୀଳ ହୁଏ । ସେ ଚାହୁଁଥିଲେ ଯେ ମୁଁ କେବଳ ଶିକ୍ଷିତ ହେଲେ ହେବନି ବରଂ ଆତ୍ମନିର୍ଭରଶୀଳ ମଧ୍ୟ ହୁଏ। ଏତିକିରେ ଶିବାଙ୍ଗୀଙ୍କ ସଫଳତାର ଯାତ୍ରା ସରିନି । ଆଉ ପାଦେ ଆଗେଇ ମହାକାଶଚାରୀ ହେବାକୁ ଚାହୁଁଛନ୍ତି ସେ । ପାଇଲଟ୍ ତାଲିମ ପାଇଁ ସେ ଆବେଦନ କରିସାରିଛନ୍ତି ।କାରଣ ସେ ଭାରତର ମାନବଯୁକ୍ତ ମହାକାଶ ମିଶନର ଅଂଶ ହେବାକୁ ଚାହୁଁଛନ୍ତି।