ଭାରତର ପ୍ରଥମ କମ୍ପାନୀ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ର ବାର୍ଷିକ ରେଭିନ୍ୟୁ ୧୦ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ(ଆର୍‌ଆଇଏଲ)ର ବଡ଼ ସଫଳତା। ଭାରତର ପ୍ରଥମ କମ୍ପାନୀ ଭାବେ ଆର୍‌ଆଇଏଲର ବାର୍ଷିକ ରେଭିନ୍ୟୁ ୧୦ ଲକ୍ଷ କୋଟି ପାର୍‌ କରିଛି।। କମ୍ପାନୀର ଏହି ବଡ଼ ଉପବଲ୍ଧି ବିଷୟରେ ଘୋଷଣା କରିଛନ୍ତି ଆର୍‌ଆଇଏଲ୍ ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ। ଗୁରୁବାର କମ୍ପାନୀର ବାର୍ଷିକ ଜେନେରାଲ ମିଟିଂ(ଏଜିଏମ)ରେ ଏହି ସୂଚନା ଦେଇଛନ୍ତି ଅମ୍ବାନୀ। ଏଜିଏମ୍ ବୈଠକ ବେଳେ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୧୦,୦୦,୧୨୨ କୋଟି(୧୯୯.୯ ବିଲିୟନ ଡଲାର୍) ରେକର୍ଡ କାରବାର କରିଛି। ସମାନ ଅବଧି ମଧ୍ୟରେ ଆର୍‌ଆଇଏଲ୍ର EBITDA (ସୁଧ, କର, ଶେୟାର ମୂଲ୍ୟ ହ୍ରାସ, ଏବଂ ଆମାଟାଇଜେସନ୍ ପୂର୍ବରୁ ରୋଜଗାର,) ୧,୭୮,୬୭୭ କୋଟି(୨୧.୪ ବିଲିଅନ ଡଲାର) ଓ ନେଟ୍ ପ୍ରଫିଟ ୭୯,୦୨୦ କୋଟି(୯.୫ ବିଲିଅନ ଡଲାର) ହୋଇଛି।କମ୍ପାନୀ ମଧ୍ୟ ୨,୯୯,୮୩୨ କୋଟି (୩୫.୯ ବିଲିୟନ ଡଲାର) ରପ୍ତାନି ରେକର୍ଡ କରିଛି। ଯାହା ଭାରତର ମୋଟ ବାଣିଜ୍ୟ ରପ୍ତାନୀର ୮.୨% ଅଟେ। ଗତ ତିନିବର୍ଷ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୫.୨୮ ଲକ୍ଷ କୋଟିରୁ ଅଧିକ (୬୬.୦ ବିଲିୟନ ଡଲାର୍) ନିବେଶ କରିଛି। କମ୍ପାନୀର ବିସ୍ତାର ପାଇଁ ଗ୍ରୁପ ଏହି ବିନିଯୋଗ କରିଛି। ଏଥିସହ କମ୍ପାନୀ ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ ଟିକସ ଏବଂ ଶୁଳ୍କ ମାଧ୍ୟମରେ ୧,୮୬,୪୪୦ କୋଟି (୨୨.୪ ବିଲିୟନ ଡଲାର୍) କାରବାର କରି ଦେଶର ବିଦେଶୀ ମୁଦ୍ରାଭଣ୍

ଭାରତର ପ୍ରଥମ କମ୍ପାନୀ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ର ବାର୍ଷିକ ରେଭିନ୍ୟୁ ୧୦ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ(ଆର୍‌ଆଇଏଲ)ର ବଡ଼ ସଫଳତା। ଭାରତର ପ୍ରଥମ କମ୍ପାନୀ ଭାବେ ଆର୍‌ଆଇଏଲର ବାର୍ଷିକ ରେଭିନ୍ୟୁ ୧୦ ଲକ୍ଷ କୋଟି ପାର୍‌ କରିଛି।। କମ୍ପାନୀର ଏହି ବଡ଼ ଉପବଲ୍ଧି ବିଷୟରେ ଘୋଷଣା କରିଛନ୍ତି ଆର୍‌ଆଇଏଲ୍ ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ। ଗୁରୁବାର କମ୍ପାନୀର ବାର୍ଷିକ ଜେନେରାଲ ମିଟିଂ(ଏଜିଏମ)ରେ ଏହି ସୂଚନା ଦେଇଛନ୍ତି ଅମ୍ବାନୀ। 

ଏଜିଏମ୍ ବୈଠକ ବେଳେ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୧୦,୦୦,୧୨୨ କୋଟି(୧୯୯.୯ ବିଲିୟନ ଡଲାର୍) ରେକର୍ଡ କାରବାର କରିଛି। ସମାନ ଅବଧି ମଧ୍ୟରେ ଆର୍‌ଆଇଏଲ୍ର EBITDA (ସୁଧ, କର, ଶେୟାର ମୂଲ୍ୟ ହ୍ରାସ, ଏବଂ ଆମାଟାଇଜେସନ୍ ପୂର୍ବରୁ ରୋଜଗାର,) ୧,୭୮,୬୭୭ କୋଟି(୨୧.୪ ବିଲିଅନ ଡଲାର) ଓ ନେଟ୍ ପ୍ରଫିଟ ୭୯,୦୨୦ କୋଟି(୯.୫ ବିଲିଅନ ଡଲାର) ହୋଇଛି।

କମ୍ପାନୀ ମଧ୍ୟ ୨,୯୯,୮୩୨ କୋଟି (୩୫.୯ ବିଲିୟନ ଡଲାର) ରପ୍ତାନି ରେକର୍ଡ କରିଛି। ଯାହା ଭାରତର ମୋଟ ବାଣିଜ୍ୟ ରପ୍ତାନୀର ୮.୨% ଅଟେ। ଗତ ତିନିବର୍ଷ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୫.୨୮ ଲକ୍ଷ କୋଟିରୁ ଅଧିକ (୬୬.୦ ବିଲିୟନ ଡଲାର୍) ନିବେଶ କରିଛି। କମ୍ପାନୀର ବିସ୍ତାର ପାଇଁ ଗ୍ରୁପ ଏହି ବିନିଯୋଗ କରିଛି। 

ଏଥିସହ କମ୍ପାନୀ ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ ଟିକସ ଏବଂ ଶୁଳ୍କ ମାଧ୍ୟମରେ ୧,୮୬,୪୪୦ କୋଟି (୨୨.୪ ବିଲିୟନ ଡଲାର୍) କାରବାର କରି ଦେଶର ବିଦେଶୀ ମୁଦ୍ରାଭଣ୍ଡାରରେ ବଡ଼ ଯୋଗଦାନ ଦେଇଛି। ଗତ ତିନିବର୍ଷ ମଧ୍ୟରେ ଦେଶର ମୁଦ୍ରା ଭଣ୍ଡାରରେ  RIL ର ମୋଟ ଅବଦାନ ୫.୫ ଲକ୍ଷ କୋଟି (୬୮.୭ ବିଲିୟନ ଡଲାର) ଅତିକ୍ରମ କରିଛି। ଯାହାକି କୌଣସି ଭାରତୀୟ କର୍ପୋରେଟରଙ୍କ ଦ୍ୱାରା ସର୍ବାଧିକ ଯୋଗଦାନ।

ସେହିପରି ବାର୍ଷିକ କର୍ପୋରେଟ ସୋସିଆଲ୍ ରେସ୍‌ପନ୍ସବିଲିଟି(ସିଏସ୍ଆର)ରେ RIL ଏହାର ବାର୍ଷିକ ଖର୍ଚ୍ଚକୁ ୨୫% ବୃଦ୍ଧି କରି ଗତ ବର୍ଷ ୧,୫୯୨ କୋଟି (୧୯୧ ମିଲିୟନ ଡଲାର୍) ଖର୍ଚ୍ଚ କରିଛି। ଗତ ତିନିବର୍ଷ ମଧ୍ୟରେ କମ୍ପାନୀର ମୋଟ ସିଏସଆର ଖର୍ଚ୍ଚ ୪,୦୦୦ କୋଟି (୫୦୨ ମିଲିୟନ ଡଲାର) ଅତିକ୍ରମ କରିଛି। ଯାହା ଭାରତୀୟ କର୍ପୋରେଟମାନଙ୍କ ମଧ୍ୟରେ ସର୍ବାଧିକ। 

ସେହିପରି ନିଯୁକ୍ତି କ୍ଷେତ୍ରରେ ରିଲାଏନ୍ସ ଦେଶରେ ବହୁ ସଂଖ୍ୟାରେ ଚାକିରି ଦେଇଛି। କମ୍ପାନୀ ଗତ ବର୍ଷ ୧.୭ ଲକ୍ଷରୁ ଅଧିକ ନୂଆ ଚାକିରି ଦେଇଥିଲା। ଏଥିରେ ଉଭୟ ପାରମ୍ପାରିକ ତଥା ନୂଆ ମଡେଲ ନିଯୁକ୍ତି ରହିଛି। ଫଳରେ ମୋଟ ନିଯୁକ୍ତି ପ୍ରାୟ ୬.୬ ଲକ୍ଷ ହୋଇଛି। କମ୍ପାନୀର ଭଲ ଆର୍ଥିକ ପ୍ରଦର୍ଶନ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଘୋଷଣା କରିଛି ଯେ ୫ ସେପ୍ଟେମ୍ବର ୨୦୨୪ରେ ହେବାକୁ ଥିବା ବୋର୍ଡ ମିଟିଂରେ ୧: ୧ ବୋନସ୍ ସେୟାର ପ୍ରଦାନ କରିବାକୁ ବିଚାର କରିପାରେ। ଅର୍ଥାତ ପୂର୍ବରୁ ଯେଉଁ ଅଂଶୀଦାରମାନଙ୍କ ପାଖରେ କମ୍ପାନୀର ଶେୟାର ଥିଲା, ସେମାନଙ୍କୁ ଆହୁରି ଶେୟାର ମିଳିବ। କମ୍ପାନୀରେ ସେମାନଙ୍କର ଉପସ୍ଥିତି ମଜଭୁତ ହେବ।