ଭାରତର ବିଭିନ୍ନ ବୌଦ୍ଧ ଆଶ୍ରମରୁ ୫୦ ରୁ ଊର୍ଦ୍ଧ୍ଵ ବୌଦ୍ଧ ସନ୍ନ୍ୟାସୀ ପରିଦର୍ଶନ କଲେ କିଟ୍ ଓ କିସ୍

ଭୁବନେଶ୍ୱର :  କିଟ୍, କିସ୍ ଓ କିମସରେ ବିଶିଷ୍ଟ ଜନନାୟକ, ସାମ୍ବାଦିକ ଓ ସମାଜସେବୀ ସ୍ୱର୍ଗତ ପ୍ରଦ୍ୟୁମ୍ନ କିଶୋର ବଳଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।  ଆଜି ପୂର୍ବାହ୍ନରେ କିସ୍‍ ପରିସରରେ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱର୍ଗତ ବଳଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କର ସ୍ମୃତିି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ମହାପାତ୍ର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ […] The post ଭାରତର ବିଭିନ୍ନ ବୌଦ୍ଧ ଆଶ୍ରମରୁ ୫୦ ରୁ ଊର୍ଦ୍ଧ୍ଵ ବୌଦ୍ଧ ସନ୍ନ୍ୟାସୀ ପରିଦର୍ଶନ କଲେ କିଟ୍ ଓ କିସ୍ appeared first on KNews Odisha.

ଭାରତର ବିଭିନ୍ନ ବୌଦ୍ଧ ଆଶ୍ରମରୁ ୫୦ ରୁ ଊର୍ଦ୍ଧ୍ଵ ବୌଦ୍ଧ ସନ୍ନ୍ୟାସୀ ପରିଦର୍ଶନ କଲେ କିଟ୍ ଓ କିସ୍
kiit and kiss

ଭୁବନେଶ୍ୱର :  କିଟ୍, କିସ୍ ଓ କିମସରେ ବିଶିଷ୍ଟ ଜନନାୟକ, ସାମ୍ବାଦିକ ଓ ସମାଜସେବୀ ସ୍ୱର୍ଗତ ପ୍ରଦ୍ୟୁମ୍ନ କିଶୋର ବଳଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।  ଆଜି ପୂର୍ବାହ୍ନରେ କିସ୍‍ ପରିସରରେ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱର୍ଗତ ବଳଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କର ସ୍ମୃତିି ଚାରଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ମହାପାତ୍ର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଗତ ବଳଙ୍କ ଆଦର୍ଶ ଉପରେ ଆଲୋକପାତ କରିବା ସହ ତାଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ ଓ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପରେ ଶ୍ରୀ ସାମନ୍ତ କିମ୍‍ସର ବରିଷ୍ଠ ପଦାଧିକାରୀ ଓ ଡାକ୍ତରଙ୍କ ଉପସ୍ଥିତିରେ କିମ୍‍ସ ପରିସରରେ ଥିବା ପ୍ରଦ୍ୟୁମ୍ନ ବଳଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଭାରତର ବିଭିନ୍ନ ବୌଦ୍ଧ ଆଶ୍ରମରୁ ୫୦ ରୁ ଊର୍ଦ୍ଧ୍ଵ ବୌଦ୍ଧ ସନ୍ନ୍ୟାସୀ ଆଜି କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି ।  ଏହି ଅବସରରେ ଶ୍ରୀ ବାଣୀ କ୍ଷେତ୍ରରେ କିଟ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଥିଲେ ।  ବୌଦ୍ଧ ସନ୍ନ୍ୟାସୀମାନେ କିଟ୍ ଓ କିସ୍ ରେ ଶିକ୍ଷା ସହ ମାନବିକ ମୂଲ୍ୟବୋଧ ତଥା ଅଧ୍ୟାତ୍ମ ଦିଗରେ ଧ୍ୟାନ ଦିଆ ଯାଉଥିବା ଜାଣି, ଏହି ପ୍ରୟାସ ପାଇଁ ସେମାନେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

The post ଭାରତର ବିଭିନ୍ନ ବୌଦ୍ଧ ଆଶ୍ରମରୁ ୫୦ ରୁ ଊର୍ଦ୍ଧ୍ଵ ବୌଦ୍ଧ ସନ୍ନ୍ୟାସୀ ପରିଦର୍ଶନ କଲେ କିଟ୍ ଓ କିସ୍ appeared first on KNews Odisha.