ଭାରତର ଭୂତିଆ ରେଳଷ୍ଟେସନ୍‌, ୪୨ ବର୍ଷ ଧରି ଷ୍ଟେସନର ପାଖ ମାଡିନାହାନ୍ତି ଲୋକେ

ନୂଆଦିଲ୍ଲୀ ୧୬।୦୬; ଭାରତୀୟ ରେଳ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ପ୍ରତିଦିନ ଶହ ଶହ ଲୋକେ ଯାତ୍ରା କରିଥାନ୍ତି । ସମଗ୍ର ଦେଶରେ ୮୫୦୦ରୁ ଅଧିକ ରେଳ ଷ୍ଟେସନ ଅଛି । କିନ୍ତୁ ଦେଶରେ ଏପରି ଏକ ରେଳ ଷ୍ଟେସନ ଅଛି ଯାହା ୪୨ ବର୍ଷ ଧରି ବନ୍ଦ ରହିଥିଲା  । ଅର୍ଥାତ୍‌ ଏହି ଷ୍ଟେସନ୍‌ରେ ରହୁନଥିଲା କୌଣସି ବି ଟ୍ରେନ୍‌ । ଏହି ଷ୍ଟେସନକୁ ଭୂତ ଷ୍ଟେସନ କୁହାଯାଏ । ଆଜି ବି ଲୋକମାନେ ସନ୍ଧ୍ୟା ପରେ ଏଠାକୁ ଯିବାକୁ ଦ୍ୱିଧା କରନ୍ତି । କେବଳ ଏତିକି ନୁହେଁ, ଯେତେବେଳେ ଟ୍ରେନ୍ ଏହି ଷ୍ଟେସନ ଦେଇ ଯାଏ ସେତେବେଳେ ଯାତ୍ରୀମାନେ ଝରକା ବନ୍ଦ କରିଦିଅନ୍ତି । ଏହି ଷ୍ଟେସନ୍‌ଟି ପଶ୍ଚିମବଙ୍ଗର ପୁରୂଲିଆରେ ରହିଛି । ଏକ ନିଛାଟିଆ ସ୍ଥାନରେ ରହିଛି ଷ୍ଟେସନ୍ । ଏଠାରେ ଅନେକ ଭୟାନକ କୋଠା ଅଛି । ଏହି ଷ୍ଟେସନରେ କୌଣସି ପ୍ଲାଟଫର୍ମ ନାହିଁ । କୋଲକାତା ଠାରୁ ପ୍ରାୟ ୨୬୦ କିଲୋମିଟର ଦୂରରେ ଥିବା ଏହି ଷ୍ଟେସନରେ କେବଳ ଗୋଟିଏ ଟିକେଟ୍ କାଉଣ୍ଟର ଅଛି । ଭୂତ ଭୟ ଯୋଗୁଁ ପ୍ରାୟ ୪୨ ବର୍ଷ ଧରି ବନ୍ଦ ରହିଥିଲା ଏହି ଷ୍ଟେସନ । ଲୋକକଥା ଅନୁଯାୟୀ ଏହି ଷ୍ଟେସନରେ ଏକ ଝିଅର ଭୂତ ବାସ କରେ । ଯାହା ସନ୍ଧ୍ୟାରେ ଏଠାରେ ଯାତାୟାତ କରେ । ତେଣୁ ଲୋକମାନେ ସନ୍ଧ୍ୟା ପରେ ଏଠାକୁ ଯିବା ଡରନ୍ତି । ୨୦୦୯ରେ ଯେତେବେଳେ ମମତା ବାନାର୍ଜୀ ରେଳ ମନ୍ତ୍ରୀ ହୋଇଥିଲେ, ସେତେବେଳେ ପୁନର୍ବାର ଏହି ଷ୍ଟେସନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଅପରାହ୍ନ ୫

ଭାରତର ଭୂତିଆ ରେଳଷ୍ଟେସନ୍‌, ୪୨ ବର୍ଷ ଧରି ଷ୍ଟେସନର ପାଖ ମାଡିନାହାନ୍ତି ଲୋକେ

ନୂଆଦିଲ୍ଲୀ ୧୬।୦୬; ଭାରତୀୟ ରେଳ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ପ୍ରତିଦିନ ଶହ ଶହ ଲୋକେ ଯାତ୍ରା କରିଥାନ୍ତି । ସମଗ୍ର ଦେଶରେ ୮୫୦୦ରୁ ଅଧିକ ରେଳ ଷ୍ଟେସନ ଅଛି । କିନ୍ତୁ ଦେଶରେ ଏପରି ଏକ ରେଳ ଷ୍ଟେସନ ଅଛି ଯାହା ୪୨ ବର୍ଷ ଧରି ବନ୍ଦ ରହିଥିଲା  । ଅର୍ଥାତ୍‌ ଏହି ଷ୍ଟେସନ୍‌ରେ ରହୁନଥିଲା କୌଣସି ବି ଟ୍ରେନ୍‌ । ଏହି ଷ୍ଟେସନକୁ ଭୂତ ଷ୍ଟେସନ କୁହାଯାଏ । 

ଆଜି ବି ଲୋକମାନେ ସନ୍ଧ୍ୟା ପରେ ଏଠାକୁ ଯିବାକୁ ଦ୍ୱିଧା କରନ୍ତି । କେବଳ ଏତିକି ନୁହେଁ, ଯେତେବେଳେ ଟ୍ରେନ୍ ଏହି ଷ୍ଟେସନ ଦେଇ ଯାଏ ସେତେବେଳେ ଯାତ୍ରୀମାନେ ଝରକା ବନ୍ଦ କରିଦିଅନ୍ତି । ଏହି ଷ୍ଟେସନ୍‌ଟି ପଶ୍ଚିମବଙ୍ଗର ପୁରୂଲିଆରେ ରହିଛି । ଏକ ନିଛାଟିଆ ସ୍ଥାନରେ ରହିଛି ଷ୍ଟେସନ୍ । ଏଠାରେ ଅନେକ ଭୟାନକ କୋଠା ଅଛି । ଏହି ଷ୍ଟେସନରେ କୌଣସି ପ୍ଲାଟଫର୍ମ ନାହିଁ । କୋଲକାତା ଠାରୁ ପ୍ରାୟ ୨୬୦ କିଲୋମିଟର ଦୂରରେ ଥିବା ଏହି ଷ୍ଟେସନରେ କେବଳ ଗୋଟିଏ ଟିକେଟ୍ କାଉଣ୍ଟର ଅଛି । ଭୂତ ଭୟ ଯୋଗୁଁ ପ୍ରାୟ ୪୨ ବର୍ଷ ଧରି ବନ୍ଦ ରହିଥିଲା ଏହି ଷ୍ଟେସନ । 

ଲୋକକଥା ଅନୁଯାୟୀ ଏହି ଷ୍ଟେସନରେ ଏକ ଝିଅର ଭୂତ ବାସ କରେ । ଯାହା ସନ୍ଧ୍ୟାରେ ଏଠାରେ ଯାତାୟାତ କରେ । ତେଣୁ ଲୋକମାନେ ସନ୍ଧ୍ୟା ପରେ ଏଠାକୁ ଯିବା ଡରନ୍ତି । ୨୦୦୯ରେ ଯେତେବେଳେ ମମତା ବାନାର୍ଜୀ ରେଳ ମନ୍ତ୍ରୀ ହୋଇଥିଲେ, ସେତେବେଳେ ପୁନର୍ବାର ଏହି ଷ୍ଟେସନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଅପରାହ୍ନ ୫ଟା ପରେ କୌଣସି ଯାତ୍ରୀ କିମ୍ବା କୌଣସି ରେଳ କର୍ମଚାରୀ ଏହି ଷ୍ଟେସନରେ ଅଟକି ନଥିଲେ ।

 ଲୋକେ ଏତେ ଭୟ କରୁଥିଲେ ଯେ ସନ୍ଧ୍ୟାରେ ସେମାନେ ଏଠାରୁ ପଳାଉଥିଲେ । ଖବର ଅନୁଯାୟୀ ଷ୍ଟେସନ ଆରମ୍ଭରୁ ସବୁକିଛି ଠିକ ଥିଲା । କିନ୍ତୁ କିଛି ବର୍ଷ ପରେ ଏଠାରେ ଅଜବ ଘଟଣା ଘଟିବାକୁ ଲାଗିଲା । ଲୋକେ ଷ୍ଟେସନ ଖାଲି କରିବାର କିଛି ସମୟ ପରେ ଏଠାରେ ଅପରାଧ ଘଟଣା ବଢ଼ିବାରେ ଲାଗିଲା। ରିପୋର୍ଟ ଅନୁଯାୟୀ ୨୦୧୭ ନଅ ଜଣିଆ ଟିମ୍ ଯାଞ୍ଚ ପାଇଁ ଯାଇଥିଲେ । ଏଠାରେ କୌଣସି ପାରାନରର୍ମଲ ଗତିବିଧି ଦେଖା ଯାଇନଥିଲା । 

କିନ୍ତୁ ରାତି ପ୍ରାୟ ୨ଟା ବେଳେ ବୁଦା ପଛରୁ ଅଜବ ସ୍ୱର ଶୁଣାଯାଇଥିଲା । ଯେତେବେଳେ ଯାଞ୍ଚ ପାଇଁ ଟିମ୍‌ ଯାଇଥିଲେ ସେତେବେଳେ କିଛି ଲୋକ ଲୋକ ବୁଦା ପଛରେ ଠିଆ ହୋଇ ଭୟଭୀତ ଶବ୍ଦ କରୁଥିଲେ । ଯାଞ୍ଚ ଟିମ୍‌ ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିପଳ ହୋଇଥିଲେ ।  ଏହାପରେ ସ୍ପଷ୍ଟ ହୋଇଥିଲା କି ଅପରାଧ ଘଟାଇବା ପାଇଁ ସେହି ଲୋକମାନେ ଏପରି କାର୍ଯ୍ୟକଳାୁ କରୁଥିଲେ ।