ଭାରତର ମଜଭୁତ ଆର୍ଥିକ ଅଭିବୃଦ୍ଧି ଉପରେ IMFର ମୋହର, ଦୁନିଆର କୌଣସି ଦେଶ ଦେଇ ପାରିବେନି ଟକ୍କର

ନୂଆଦିଲ୍ଲୀ: କରୋନା ମହାମାରୀ ପରଠାରୁ ଭାରତର ମଜଭୁତ ଅର୍ଥନୀତି ସହ ଦୁନିଆ ଅବଗତ ହୋଇଛି । ଭାରତର ଉଚ୍ଚ ଅଭିବୃଦ୍ଧି ଉପରେ ବିଶ୍ୱବ୍ୟାଙ୍କ, ଆଇଏମ୍‌ଏଫ୍ ସହ ଅନ୍ୟ ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ମଧ୍ୟ ଭରସା କରିଛନ୍ତି । ଆଇଏମ୍‌ଏଫ୍ ନିଜର ସଦ୍ୟ ରିପୋର୍ଟରେ ଭାରତର ଅଭିବୃଦ୍ଧି ଅନୁମାନ ଉପରେ କୌଣସି ପରିବର୍ତ୍ତନ କରିନାହିଁ ସତ, କିନ୍ତୁ ଦୁନିଆ ଅନ୍ୟ ସବୁ ଅର୍ଥନୀତିରେ ମାନ୍ଦାବସ୍ଥାର ସ୍ପଷ୍ଟ ଦେଖିବାକୁ ମିଳୁଛି । ଭାରତର ଆର୍ଥିକ ଅଭିବୃଦ୍ଧିରେ ସ୍ଥିରତା ଭଲ ସଂକେତ ବୋଲି କୁହାଯାଇଛି ।ଆଇଏମଏଫ୍ ମଙ୍ଗଳବାର କହିଛି ଯେ ଭାରତର ସକଳ ଘରୋଇ ଉତ୍ପାଦ (ଜିଡିପି)ର ବୃଦ୍ଧି ହାର ୨୦୨୩ର ୮.୨ ପ୍ରତିଶତରୁ କମ ହୋଇ ୨୦୨୪ରେ ସାତ ପ୍ରତିଶତ ରହିବା ଅନୁମାନ ରହିଛି । ୨୦୨୫ରେ ଏହା ଆହୁରି କମ ହୋଇ ୬.୫ ପ୍ରତିଶତ ରହିବ । ଆଇଏମ୍‌ଏଫ୍ କହିଛି ଯେ କରୋନା ମହାମାରୀ କାରଣରୁ ସୃଷ୍ଟି ଚାହିଦା ହ୍ରାସ ଏବେ ଶେଷ ହୋଇଛି, କାରଣ ଅର୍ଥନୀତି ନିଜ କ୍ଷମତା ସହ ପୁଣି ବଡ଼ ହେବାରେ ଲାଗିଛି । ଆଇଏମ୍ଏ‌ଫ୍ ବିଶ୍ୱ ଅର୍ଥନୀତି ଉପରେ ବୟାନ ଦେଇ କହିଛି ଯେ ଉଚ୍ଚ ମୁଦ୍ରାସ୍ଫୀତି ବିରୋଧରେ ଲଢେଇରେ ବିଜୟ ମିଳିଛି । ତେବେ କିଛି ଦେଶରେ ଏବେବି ଚାପ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ମାସ ଆରମ୍ଭରେ ମଜଭୁତ ଘରୋଇ ଚାହିଦା ଯୋଗୁଁ ଦେଶର ଅଭିବୃଦ୍ଧି ଅନୁମାନ ୭.୨ ପ୍ରତିଶତ ରହିବ ବୋଲି କହିଥିଲା । ବିଶ୍ୱ ବ୍ୟାଙ୍କ ମଧ୍ୟ ଆର୍ଥିକ ବର୍ଷ ୨୦୨୫ ପାଇଁ ଭାରତର ଜିଡିପ

ଭାରତର ମଜଭୁତ ଆର୍ଥିକ ଅଭିବୃଦ୍ଧି ଉପରେ IMFର ମୋହର, ଦୁନିଆର କୌଣସି ଦେଶ ଦେଇ ପାରିବେନି ଟକ୍କର

ନୂଆଦିଲ୍ଲୀ: କରୋନା ମହାମାରୀ ପରଠାରୁ ଭାରତର ମଜଭୁତ ଅର୍ଥନୀତି ସହ ଦୁନିଆ ଅବଗତ ହୋଇଛି । ଭାରତର ଉଚ୍ଚ ଅଭିବୃଦ୍ଧି ଉପରେ ବିଶ୍ୱବ୍ୟାଙ୍କ, ଆଇଏମ୍‌ଏଫ୍ ସହ ଅନ୍ୟ ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ମଧ୍ୟ ଭରସା କରିଛନ୍ତି । ଆଇଏମ୍‌ଏଫ୍ ନିଜର ସଦ୍ୟ ରିପୋର୍ଟରେ ଭାରତର ଅଭିବୃଦ୍ଧି ଅନୁମାନ ଉପରେ କୌଣସି ପରିବର୍ତ୍ତନ କରିନାହିଁ ସତ, କିନ୍ତୁ ଦୁନିଆ ଅନ୍ୟ ସବୁ ଅର୍ଥନୀତିରେ ମାନ୍ଦାବସ୍ଥାର ସ୍ପଷ୍ଟ ଦେଖିବାକୁ ମିଳୁଛି । ଭାରତର ଆର୍ଥିକ ଅଭିବୃଦ୍ଧିରେ ସ୍ଥିରତା ଭଲ ସଂକେତ ବୋଲି କୁହାଯାଇଛି ।

ଆଇଏମଏଫ୍ ମଙ୍ଗଳବାର କହିଛି ଯେ ଭାରତର ସକଳ ଘରୋଇ ଉତ୍ପାଦ (ଜିଡିପି)ର ବୃଦ୍ଧି ହାର ୨୦୨୩ର ୮.୨ ପ୍ରତିଶତରୁ କମ ହୋଇ ୨୦୨୪ରେ ସାତ ପ୍ରତିଶତ ରହିବା ଅନୁମାନ ରହିଛି । ୨୦୨୫ରେ ଏହା ଆହୁରି କମ ହୋଇ ୬.୫ ପ୍ରତିଶତ ରହିବ । ଆଇଏମ୍‌ଏଫ୍ କହିଛି ଯେ କରୋନା ମହାମାରୀ କାରଣରୁ ସୃଷ୍ଟି ଚାହିଦା ହ୍ରାସ ଏବେ ଶେଷ ହୋଇଛି, କାରଣ ଅର୍ଥନୀତି ନିଜ କ୍ଷମତା ସହ ପୁଣି ବଡ଼ ହେବାରେ ଲାଗିଛି । ଆଇଏମ୍ଏ‌ଫ୍ ବିଶ୍ୱ ଅର୍ଥନୀତି ଉପରେ ବୟାନ ଦେଇ କହିଛି ଯେ ଉଚ୍ଚ ମୁଦ୍ରାସ୍ଫୀତି ବିରୋଧରେ ଲଢେଇରେ ବିଜୟ ମିଳିଛି । ତେବେ କିଛି ଦେଶରେ ଏବେବି ଚାପ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ମାସ ଆରମ୍ଭରେ ମଜଭୁତ ଘରୋଇ ଚାହିଦା ଯୋଗୁଁ ଦେଶର ଅଭିବୃଦ୍ଧି ଅନୁମାନ ୭.୨ ପ୍ରତିଶତ ରହିବ ବୋଲି କହିଥିଲା । ବିଶ୍ୱ ବ୍ୟାଙ୍କ ମଧ୍ୟ ଆର୍ଥିକ ବର୍ଷ ୨୦୨୫ ପାଇଁ ଭାରତର ଜିଡିପି ଅନୁମାନ ୭ ପ୍ରତିଶତ ରଖିଥିଲା ।

ଆଇଏମଏଫ୍ ଜାରି କରିଥିବା ବାର୍ଷିକ ବିଶ୍ୱ ଆର୍ଥିକ ପରିଦୃଶ୍ୟ ଅନୁମାନରେ ବୈଶ୍ୱିକ ଆର୍ଥିକ ବୃଦ୍ଧି ୨୦୨୪ ଏବଂ ୨୦୨୫ରେ ୩.୨ ପ୍ରତିଶତରେ ସ୍ଥିର ରହିବ । ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥଶାସ୍ତ୍ରୀ ପିୟରେ-ଓଲିଭିୟର ଗ୍ୟାରିଚସ୍ କହିଛନ୍ତି ଯେ ୨୦୨୪ ଏବଂ ୨୦୨୫ରେ ବିଶ୍ୱ ଆର୍ଥିକ ଅଭିବୃଦ୍ଧି ୩.୨ ପ୍ରତିଶତରେ ସ୍ଥିର ରହିପାରେ । ତେବେ କମ୍ ଆୟ ଥିବା ଦେଶ ଏବଂ ବିକାଶଶୀଳ ଅର୍ଥବ୍ୟବସ୍ଥାର ବୃଦ୍ଧି ହାରରେ ଉଲ୍ଲେଖନୀୟ ହ୍ରାସ ହୋଇପାରେ ।