ଭାରତର ସେମିକଣ୍ଡକ୍ଟର ସ୍ୱପ୍ନକୁ ନେଇ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ବିଶ୍ୱର ଅଷ୍ଟମ ଦେଶ ଭାବେ ସେମିକଣ୍ଡକ୍ଟର କ୍ଷେତ୍ରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଛି ଭାରତ। ୧୩ ତାରିଖ ଯାଏଁ ଚାଲିବାକୁ ଥିବା ସେମିକନ୍ ଇଣ୍ଡିଆର ବିଷୟବସ୍ତୁ ରହିଛି 'ସେପିଂ ଦ ସେମିକଣ୍ଡକ୍ଟର୍ ଫ୍ୟୁଚର୍'।

ଭାରତର ସେମିକଣ୍ଡକ୍ଟର ସ୍ୱପ୍ନକୁ ନେଇ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ଉତ୍ତରପ୍ରଦେଶର ଗ୍ରେଟର୍ ନୋଏଡାରେ ଆୟୋଜିତ ସେମିକନ୍ ଇଣ୍ଡିଆ-୨୦୨୪କୁ ଉଦଘାଟନ କରି ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଭାରତକୁ ଏବେ ଗୋଟିଏ ସେମିକଣ୍ଡକ୍ଟର ହବ୍ ଭାବେ ଉଭା ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। କାର୍ଯ୍ୟକ୍ରମକୁ ଉଦଘାଟନ କରି ମୋଦି କହିଛନ୍ତି, ଭାରତରେ ସ୍ଥିର ଓ ସଂସ୍କାରଶୀଳ ସରକାର ଥିବାରୁ ଏବେ ହିଁ ସେମିକଣ୍ଡକ୍ଟର ଶିଳ୍ପରେ ନିବେଶ ପାଇଁ ପ୍ରକୃଷ୍ଟ ସମୟ।

ସେମିକଣ୍ଡକ୍ଟର ପାୱାରହାଉସ ବନିବାକୁ ଯାହା ଦରକାର ଭାରତ ତାହା କରିବ। ଆମେ ୮୫ ହଜାର ସେମିକଣ୍ଡକ୍ଟର-ରେଡି ଟେକ୍ନିସିଆନ, ଇଞ୍ଜିନିୟର ଏବଂ R&D ଏକ୍ସପର୍ଟ ତିଆରି କରୁଛୁ। ଚଳିତ ଦଶନ୍ଧି ଶେଷ ସୁଦ୍ଧା ଭାରତ ୫ଶହ ବିଲିୟନ ଡଲାରର ଇଲେକ୍ଟ୍ରୋନିକ୍ସ ସେକ୍ଟର ଏବଂ ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି ପାଇଁ ଲକ୍ଷ୍ୟ ରଖିଛି। ସେମିକଣ୍ଡକ୍ଟର ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ୫୦ ପ୍ରତିଶତ ଆର୍ଥିକ ସହାୟତା ଦେଉଛନ୍ତି ବୋଲି ମୋଦି କହିଛନ୍ତି।

ବିଶ୍ୱର ଅଷ୍ଟମ ଦେଶ ଭାବେ ସେମିକଣ୍ଡକ୍ଟର କ୍ଷେତ୍ରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଛି ଭାରତ। ୧୩ ତାରିଖ ଯାଏଁ ଚାଲିବାକୁ ଥିବା ସେମିକନ୍ ଇଣ୍ଡିଆର ବିଷୟବସ୍ତୁ ରହିଛି 'ସେପିଂ ଦ ସେମିକଣ୍ଡକ୍ଟର୍ ଫ୍ୟୁଚର୍'। ଏଥିରେ ସେମିକଣ୍ଡକ୍ଟର କ୍ଷେତ୍ରରେ ବିଶ୍ୱସ୍ତରୀୟ କଂପାନୀ, ବ୍ୟବସାୟୀ ଓ ବିଶେଷଜ୍ଞ ମାନେ ଯୋଗ ଦେଇଛନ୍ତି।

ଆଜିର ଉଦଘାଟନୀ ଉତ୍ସବରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଯୋଗ ଦେଇଥିଲେ।