ଅଷ୍ଟଚଣ୍ଡୀ ପୀଠରେ ଝାମୁଯାତ୍ରା: ନିଆଁରେ ଚାଲିଲେ ବରୁଆ
ରିଷିଡ଼ା,୧୪ା୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ପୀଠରେ ଝାମୁଯାତ୍ରା ଅବସରରେ ୯ଫୁଟର ଦୁଇଟି ନିଆଁ ଖନ୍ଦାରେ ବରୁଆ ଭକ୍ତ ଚାଲିବା ଦୃଶ୍ୟ ନିଆରା ଥିଲା। ମା’ଙ୍କୁ ପୂଜାର୍ଚ୍ଚନା ପରେ ମାନସିକଧାରୀ ଭକ୍ତ ଓ ବରୁଆ ଦେହରେ ଦେବୀ ସବାର ହୋଇ ନିଆଁରେ ଚାଲିଥିଲେ। ଚୈତ୍ର ମହୋତ୍ସବ ଚତୁର୍ଥ ଦିବସରେ ହନୁମାନ ଜୟନ୍ତୀ ଓ ଷୋହଳ ପ୍ରହର ନାମଯଜ୍ଞ ପାଇଁ ସୋମବାର କଳସ ଯାତ୍ରା ଆୟୋଜନ ହୋଇଥିଲା। ଝାମୁଯାତ୍ରାରେ ନର୍ଲା […] The post ଅଷ୍ଟଚଣ୍ଡୀ ପୀଠରେ ଝାମୁଯାତ୍ରା: ନିଆଁରେ ଚାଲିଲେ ବରୁଆ appeared first on Dharitri Odia News.
ରିଷିଡ଼ା,୧୪ା୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ପୀଠରେ ଝାମୁଯାତ୍ରା ଅବସରରେ ୯ଫୁଟର ଦୁଇଟି ନିଆଁ ଖନ୍ଦାରେ ବରୁଆ ଭକ୍ତ ଚାଲିବା ଦୃଶ୍ୟ ନିଆରା ଥିଲା। ମା’ଙ୍କୁ ପୂଜାର୍ଚ୍ଚନା ପରେ ମାନସିକଧାରୀ ଭକ୍ତ ଓ ବରୁଆ ଦେହରେ ଦେବୀ ସବାର ହୋଇ ନିଆଁରେ ଚାଲିଥିଲେ।
ଚୈତ୍ର ମହୋତ୍ସବ ଚତୁର୍ଥ ଦିବସରେ ହନୁମାନ ଜୟନ୍ତୀ ଓ ଷୋହଳ ପ୍ରହର ନାମଯଜ୍ଞ ପାଇଁ ସୋମବାର କଳସ ଯାତ୍ରା ଆୟୋଜନ ହୋଇଥିଲା। ଝାମୁଯାତ୍ରାରେ ନର୍ଲା ବିଧାୟିକା ମନୋରମା ମହାନ୍ତି ସାମିଲ ହୋଇ ନିଆଁରେ ଚାଲିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଭାପତି କୈଳାସ କୁମୁରା, ସମ୍ପାଦକ ସୁଶାନ୍ତ ମଲ୍ଲିକ, ଦେହୁରି ସେବାୟତ ସୁମନ୍ତ ଭୋଇ, ରାଧେଶ୍ୟାମ ପଟ୍ଟନାୟକ, ତପନ ରଣା, ନିଲକମଳ ପୁଟେଲ, କୁଞ୍ଜ ରଣା, ରଞ୍ଜନ ରଣା ପ୍ରମୁଖ ଉପସ୍ଥିତ ରହି ନିଆଁରେ ଚାଲିଥିଲେ।
The post ଅଷ୍ଟଚଣ୍ଡୀ ପୀଠରେ ଝାମୁଯାତ୍ରା: ନିଆଁରେ ଚାଲିଲେ ବରୁଆ appeared first on Dharitri Odia News.