କୋହଲି ନ ଖେଳିବା ନେଇ ଆଣ୍ଡରସନ କାହିଁକି କହିଲେ ‘It’s a Shame’

ନୂଆଦିଲ୍ଲୀ,୨।୩: ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁ ନାହାନ୍ତି। ବ୍ୟକ୍ତିଗତ କାରଣରୁ କୋହଲି ସିରିଜ ପୂର୍ବରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ଫଳରେ ପ୍ରଶଂସକମାନେ କୋହଲି ଏବଂ ଇଂଲଣ୍ଡର ମହାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାକୁ ଦେଖିବାରୁ ବଞ୍ଚିତ ହୋଇଥିଲେ। ଏଥିଲାଗି କେବଳ ପ୍ରଶଂସକ ନିରାଶ ତାହା ନୁହେଁ ବରଂ ଆଣ୍ଡରସନ ମଧ୍ୟ ଅନୁତାପ କରୁଛନ୍ତି। ଏହି ସିରିଜରେ ସେ କୋହଲିଙ୍କୁ ବୋଲିଂ କରିପାରି ନ […] The post କୋହଲି ନ ଖେଳିବା ନେଇ ଆଣ୍ଡରସନ କାହିଁକି କହିଲେ ‘It’s a Shame’ appeared first on Dharitri Odia News.

କୋହଲି ନ ଖେଳିବା ନେଇ ଆଣ୍ଡରସନ କାହିଁକି କହିଲେ ‘It’s a Shame’

ନୂଆଦିଲ୍ଲୀ,୨।୩: ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁ ନାହାନ୍ତି। ବ୍ୟକ୍ତିଗତ କାରଣରୁ କୋହଲି ସିରିଜ ପୂର୍ବରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ଫଳରେ ପ୍ରଶଂସକମାନେ କୋହଲି ଏବଂ ଇଂଲଣ୍ଡର ମହାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାକୁ ଦେଖିବାରୁ ବଞ୍ଚିତ ହୋଇଥିଲେ। ଏଥିଲାଗି କେବଳ ପ୍ରଶଂସକ ନିରାଶ ତାହା ନୁହେଁ ବରଂ ଆଣ୍ଡରସନ ମଧ୍ୟ ଅନୁତାପ କରୁଛନ୍ତି। ଏହି ସିରିଜରେ ସେ କୋହଲିଙ୍କୁ ବୋଲିଂ କରିପାରି ନ ଥିବାରୁ ‘ଏହା ତାଙ୍କ ପାଇଁ ଲଜ୍ଜାଜନକ’ ବୋଲି କହିଛନ୍ତି। ତେବେ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ କୋହଲି ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ଫେବୃଆରୀ ୧୫ ରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

ଜିଓ ସିନେମା ସହ ସାକ୍ଷାତକାର ବେଳେ ଆଣ୍ଡରସନ କହିଛନ୍ତି, କୋହଲି ଖେଳି ନ ଥିବାରୁ ଇଂଲଣ୍ଡ ଦଳର ପ୍ରଶଂସକମାନେ ଅଧିକ ଖୁସି ହେବେ କାରଣ କୋହଲି ଜଣେ ଉତ୍ତମ ଖେଳାଳି ଏବଂ ଯଦି ସେ ସେଠାରେ ଥାଆନ୍ତେ ତେବେ ସେ ଭଲ ଖେଳିଥାନ୍ତେ। ଏହା ପରେ ଆଣ୍ଡରସନ କହିଛନ୍ତି ଯେ ତାଙ୍କ ଦୃଷ୍ଟିକୋଣରୁ ଏହା ଭଲ ନୁହେଁ କାରଣ ସେ ଶ୍ରେଷ୍ଠ ଖେଳାଳିଙ୍କ ସାମ୍ନାରେ ନିଜକୁ ପରୀକ୍ଷା କରିବାକୁ ସେ ଚାହିଁଥାନ୍ତି। ଅନେକ ବର୍ଷ ଧରି ସେ କୋହଲିଙ୍କୁ ବୋଲିଂ କରିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ବୋଲି ଅନୁଭବ କରିଛନ୍ତି॥ ଯଦି ସେ ଖେଳନ୍ତି ନାହିଁ ତେବେ ଇଂଲଣ୍ଡ ଦଳ ଏବଂ ଆଣ୍ଡରସନ୍‌ଙ୍କ ପାଇଁ ଏହା ଲଜ୍ଜାଜନକ ବିଷୟ।

କହିରଖୁଛୁ, ୨୦୧୪ରେ ଭାରତ ଇଂଲଣ୍ଡ ଗସ୍ତ କରିଥିଲା। ସେତେବେଳେ ଆଣ୍ଡରସନ କୋହଲିଙ୍କୁ ବହୁତ ଅଡ଼ୁଆରେ ପକାଇଥିଲେ। ହେଲେ ୪ ବର୍ଷ ପରେ ଯେତେବେଳେ ଭାରତ ପୁଣିଥରେ ଇଂଲଣ୍ଡ ଗସ୍ତ କରିଥିଲା କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ। ସେତେବେଳେ ସେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ସବୁଠାରୁ ଅଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ପାଲଟିଥିଲେ। ସେ ୫୯୩ ରନ୍‌ କରିଥିଲେ। ତେବେ ଏହି ଦୁଇଜଣ ଯେତେବେଳେ ମୁହାଁମୁହିଁ ହୋଇଥାନ୍ତି ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥାଏ।

The post କୋହଲି ନ ଖେଳିବା ନେଇ ଆଣ୍ଡରସନ କାହିଁକି କହିଲେ ‘It’s a Shame’ appeared first on Dharitri Odia News.