ଏକ କୋଟି ଟଙ୍କା ମାଗିଥିଲା ଦୁର୍ବୃତ୍ତ: ସୈଫ୍‌ଙ୍କ ସହ ଠେଲାପେଲା ପରେ ୬ ଟି ଜାଗାକୁ ଛୁରାମାଡ଼ କରିଛି

ନୂଆଦିଲ୍ଲୀ: ସୈଫ ଆଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଆଉ ଅପଡେଟ୍ ସାମ୍ନାକୁ ଆସିଛି। ଚୋର କାହିଁକି ସୈଫଙ୍କ ଘରେ ପଶିଲା ଓ ଆକ୍ରମଣ କଲା ସେ ନେଇ ଏକ ଅପଡେଟ୍ ସୂଚନା ମିଳିଛି।  ପୁଲିସ ରେକର୍ଡ କରିଥିବା ଘରୋଇ ସହାୟିକାଙ୍କ ଷ୍ଟେଟ୍‌ମେଣ୍ଟ ଅନୁସାରେ, ଗୁରୁବାର ବିଳମ୍ବିତ ରାତ୍ରୀରେ ବାନ୍ଦ୍ରାରେ ଥିବା ସୈଫ୍‌ଙ୍କ ଘରେ ଚୋର ପଶିବା ପରେ ସୈଫ୍‌ଙ୍କ ଘରୋଇ ସହାୟିକା ପ୍ରଥମେ ଏକ ଛାଇ ଦେଖିଥିଲେ। ପ୍ରଥମେ ସେ ଭାବିଥିଲେ ବୋଧହୁଏ କରୀନା କପୁର ହୋଇଥିବେ। ହେଲେ ସନ୍ଦେହ ବେବା ପରେ ଯେତେବେଳେ ପାଖକୁ ଆସିଲେ ସେତେବେଳେ ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ବୟସ ପ୍ରାୟ ୩୫-୪୦ ହେବ। ଧାରୁଆ ଆସ୍ତ୍ର ଦେଖାଇ ଡରାଇଥିଲା ଓ ଚୁପ୍ ରହିବାକୁ କହିଥିଲା। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଆଉ ଜଣେ ଘରୋଇ ସହାୟକ ଆସିଥିଲେ। ଦୁର୍ବୃତ୍ତ କ’ଣ ଚାହୁଁଛ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଦୁର୍ବୃତ୍ତ ଜଣଙ୍କ ଏକ କୋଟି ଟଙ୍କା ମାଗିଥିଲେ। ଏହି ସମୟରେ ଘରେ ପାଟିତୁଣ୍ଡ ଶୁଣି ସୈଫ୍ ଅଲ୍ଲୀ ଖାନ୍ ଘଟଣା ସ୍ଥଳକୁ ଆସିବାରୁ ଦୁର୍ବୃତ୍ତ ସହିତ ତାଙ୍କର ଯୁକ୍ତି ତର୍କ ପରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ସେ ସୈଫ୍‌ଙ୍କୁ ଛୁରା ମାଡ଼ କରିଥିଲା। ମୁମ୍ବାଇର ଏକ ଲଗ୍‌ଜୁରି ବିଲ୍ଡିଂର ସୈଫ୍ ରହୁଥିବା ୧୨ ତମ ମହଲାରେ ଘଟଣା ଘଟିଥିଲା। ସୈଫ୍‌ଙ୍କୁ ୬ ଟି  ଜାଗାରେ ଛୁରାମାଡ଼ କରିଥିଲା ଦୁର୍ବୃତ୍ତ। ଛୁରା ଭାଙ୍ଗି ଯାଇ ସୈଫ୍‌ଙ୍କ

ଏକ କୋଟି ଟଙ୍କା ମାଗିଥିଲା ଦୁର୍ବୃତ୍ତ: ସୈଫ୍‌ଙ୍କ ସହ ଠେଲାପେଲା ପରେ ୬ ଟି ଜାଗାକୁ ଛୁରାମାଡ଼ କରିଛି

ନୂଆଦିଲ୍ଲୀ: ସୈଫ ଆଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଆଉ ଅପଡେଟ୍ ସାମ୍ନାକୁ ଆସିଛି। ଚୋର କାହିଁକି ସୈଫଙ୍କ ଘରେ ପଶିଲା ଓ ଆକ୍ରମଣ କଲା ସେ ନେଇ ଏକ ଅପଡେଟ୍ ସୂଚନା ମିଳିଛି।  

ପୁଲିସ ରେକର୍ଡ କରିଥିବା ଘରୋଇ ସହାୟିକାଙ୍କ ଷ୍ଟେଟ୍‌ମେଣ୍ଟ ଅନୁସାରେ, ଗୁରୁବାର ବିଳମ୍ବିତ ରାତ୍ରୀରେ ବାନ୍ଦ୍ରାରେ ଥିବା ସୈଫ୍‌ଙ୍କ ଘରେ ଚୋର ପଶିବା ପରେ ସୈଫ୍‌ଙ୍କ ଘରୋଇ ସହାୟିକା ପ୍ରଥମେ ଏକ ଛାଇ ଦେଖିଥିଲେ। ପ୍ରଥମେ ସେ ଭାବିଥିଲେ ବୋଧହୁଏ କରୀନା କପୁର ହୋଇଥିବେ। ହେଲେ ସନ୍ଦେହ ବେବା ପରେ ଯେତେବେଳେ ପାଖକୁ ଆସିଲେ ସେତେବେଳେ ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ବୟସ ପ୍ରାୟ ୩୫-୪୦ ହେବ। ଧାରୁଆ ଆସ୍ତ୍ର ଦେଖାଇ ଡରାଇଥିଲା ଓ ଚୁପ୍ ରହିବାକୁ କହିଥିଲା। 

ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଆଉ ଜଣେ ଘରୋଇ ସହାୟକ ଆସିଥିଲେ। ଦୁର୍ବୃତ୍ତ କ’ଣ ଚାହୁଁଛ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଦୁର୍ବୃତ୍ତ ଜଣଙ୍କ ଏକ କୋଟି ଟଙ୍କା ମାଗିଥିଲେ। ଏହି ସମୟରେ ଘରେ ପାଟିତୁଣ୍ଡ ଶୁଣି ସୈଫ୍ ଅଲ୍ଲୀ ଖାନ୍ ଘଟଣା ସ୍ଥଳକୁ ଆସିବାରୁ ଦୁର୍ବୃତ୍ତ ସହିତ ତାଙ୍କର ଯୁକ୍ତି ତର୍କ ପରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ସେ ସୈଫ୍‌ଙ୍କୁ ଛୁରା ମାଡ଼ କରିଥିଲା। ମୁମ୍ବାଇର ଏକ ଲଗ୍‌ଜୁରି ବିଲ୍ଡିଂର ସୈଫ୍ ରହୁଥିବା ୧୨ ତମ ମହଲାରେ ଘଟଣା ଘଟିଥିଲା। ସୈଫ୍‌ଙ୍କୁ ୬ ଟି  ଜାଗାରେ ଛୁରାମାଡ଼ କରିଥିଲା ଦୁର୍ବୃତ୍ତ। ଛୁରା ଭାଙ୍ଗି ଯାଇ ସୈଫ୍‌ଙ୍କ ଶରୀରରେ ରହି ଯାଇଥିଲା। ଏହାପରେ ଚୋର ଫେରାର ଯାଇଥିଲା। 

ସୈଫ୍‌ଙ୍କ ଶରୀରେ ଗଭୀର ଆଘାତ ଲାଗିଥିବାରୁ ପ୍ରବଳ ରକ୍ତ ବୋହିଥିଲା। ହେଲେ ଘରେ ଡ୍ରାଇଭର ନଥିବାରୁ ସୈଫ୍‌ଙ୍କ ଇଲେକ୍ଟ୍ରିକ୍ ଗାଡ଼ି କେହି ଚଲାଇ ପାରି ନଥିଲେ। ଏହାପରେ ସେହି ବିଲ୍ଡିଂରେ ଅଷ୍ଟମ ମହଲାରେ ରହୁଥିବା ପୁଅ ଇବ୍ରାହିମ ଓ ଝିଅ ସାର ଅଲ୍ଲୀ ଖାନ୍‌ଙ୍କୁ ଫୋନ୍ କରି ଡକା ଯାଇଥିଲା। ଦୁଇ ଜଣ ତୁରନ୍ତ ୧୨ତମ ଫ୍ଲୋର୍‌କୁ ଆସି ବାପା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଅଟୋ ରିକ୍ସା କରି ମୁମ୍ବାଇଲ ଲିଳାବତୀ ହସ୍‌ପିଟାଲ୍‌କୁ ନେଇଥିଲେ। ଘଟଣା ପରେ ସୈଫ୍ ଅଲ୍ଲୀ ଖାନ୍‌ଙ୍କ ସର୍ଜରି ହୋଇଛି। ସେ ବର୍ତ୍ତବମାନ ବିପଦ ମୁକ୍ତ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। 

ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମ୍ ସୈଫ୍ ଅଲ୍ଲୀ ଖାନଙ୍କ ଘରେ କାମ କରୁଥିବା ମହିଳା କର୍ମଚାରୀଙ୍କୁ ଥାନାକୁ ନେଇ ଯାଇଛି। ତାଙ୍କୁ ପଚରାଉଚରା କରାଯାଉଛି। ପଚରାଉଚରା ପରେ ସେ ଏକ କୋଟି ଟଙ୍କା ମାଗିଥିବା ଘରୋଇ ସହାୟିକା କହିଛନ୍ତି। ସେପଟେ ସିଟିଭି ଫୁଟେଜ ଆଧାରରେ ଜଣେ ଅଭିଯୁକ୍ତ ଚିହ୍ନଟ କରାଯାଇଛି। ଅଭିଯୁକ୍ତ ଜଣଙ୍କ ମୁଖ୍ୟ ଫାଟକ ଦେଇ ଘର ଭିତରକୁ ପ୍ରବେଶ କରିଥିଲା । ଘଟଣା ଘଟିବା ସମୟରେ ସୈଫ୍, କରୀନା ଏବଂ ସେମାନଙ୍କର ଦୁଇ ପିଲା ଘରେ ଥିଲେ। ଆକ୍ରମଣ ପରେ, ସୈଫ୍ ଅଲ୍ଲୀ ଖାନଙ୍କ ଘରୁ ପୋଲିସକୁ କଲ୍ ଯାଇଥିଲା। 

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସିସିଟିଭି ଫୁଟେଜ୍ କିଛି ଅଲଗା କଥା କହୁଛି। ଅର୍ଥାତ୍ ଆକ୍ରମଣରେ ଦୁଇ ଘଣ୍ଟା ପୂର୍ବର ଭିଡିଓ ଦେଖା ଯାଇଛି। ଏହି ସମୟ ଭିତରେ ଘର ଭିତରେ କେହି ପଶୁ ନଥବାର ଦେଖା ଯାଉଛି। ତେଣୁ ପୁଲିସର ସନ୍ଦେହ ଯେ ଆକ୍ରମଣ ପୂର୍ବରୁ ଚୋର ଘରେ ରହିଥିଲା। ମୁମ୍ବାଇ ପୋଲିସ ଟିମ୍ ସୈଫ ଅଲ୍ଲୀ ଖାନଙ୍କ ଘରେ ପହଞ୍ଚି ସବୁ ଦୃଷ୍ଟିକୋଣରୁ ତଦନ୍ତ କରୁଛି। ଅଭିନେତାଙ୍କ ଘରର ପାଞ୍ଚ ଜଣ କର୍ମଚାରୀଙ୍କୁ ପଚରାଉଚରା ଜାରି ରଖିଛି ।