ଫୁଲି ଉଠୁଛି ମହାନଦୀ, ବିନିକା ସହରରେ ବନ୍ୟା ପାଣି ପ୍ରବାହିତ

ବିନିକା: ହୀରାକୁଦ ଜଳ ଭଣ୍ଡାରରୁ ୨୦ଟି ଗେଟ ଦେଇ ବନ୍ୟା ଜଳପ୍ରବାହିତ ହେଉଛି l ଯେଉଥିଁ ପାଇଁ ତଳିଆ ଅଞ୍ଚଳରେ ମହାନଦୀ ଫୁଲିବା ସହ ଶାଖା ନଦୀ ନାଲ ଗୁଡିକ ମଧ୍ୟ ଫୁଲିବାକୁ ବସିଲାଣି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ଦେଇ ବନ୍ୟା ପାଣି ପ୍ରବାହିତହେଉଛି l ବିନିକା ମହାନଦୀ ଫୁଲିବା ସହ ଉଭୟ କୁଲଲାଗି ପାଣି ନିଷ୍କାସନ ହେଉଥିବାରୁ ନଦୀ କୂଳିଆ ଲୋକେ ଭୟଭୀତ ରହିଥିବା ଦେଖାଦେଇଛି l ବିନିକା ସହରର ୱାର୍ଡ ନମ୍ବର ୨ ଗୁଲାପଡା ଯୋଗେଶ୍ୱର ମନ୍ଦିର ପୋଲ ଉପରେ ଏବେ ଦୁଇ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି l ବନ୍ୟା ପାଣି ପୋଲ ଉପରେ ପ୍ରବାହିତ ହେଉଥିବାରୁ ଛାତ୍ର ଛାତ୍ରୀଙ୍କଠୁ ଆରମ୍ଭ କରି ଲୋକେ ଡଭଲା ଛକ ଦେଇ ବୁଲିକି ଯାତାୟାତ କରୁଛନ୍ତି l ବିନିକା ଅଞ୍ଚଳର ତଥା ସହରର ଅନେକ ସ୍ଥାନ ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ସାମାନ୍ୟ ଧରଣର ବନ୍ୟା ସୃଷ୍ଟି ହୋଇଥାଏ l ବିନିକା ଅଞ୍ଚଳର ଏବେ କେବଳ ସହରର ଗୁଲାପଡା ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ଅନ୍ୟ ସ୍ଥାନ ଗୁଡିକରେ ପ୍ରଭାବ ପଡ଼ିନାହିଁ l ଯଦି ଆଗକୁ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ଜଳ ଅଧିକ ନିଷ୍କାସନ କରାଯିବ ତଳିଆ ଅଞ୍ଚଳରେ ବର୍ଷା ହେବ ବଡ ବନ୍ୟା ଦେଖାଦେବ l ବନ୍ୟାକୁ ଦୃଷ୍ଟିରେ ରଖି ଏନଏସି ପ୍ରଶାସନ ସବୁବେଳେ ସଜାଗ ହେବା ସହ କାଲି ଠାରୁ ନଦୀ କୂଳିଆ ଅଞ୍ଚକରେ ଲୋକଙ୍କୁ ସୂଚନା ଦେବାପାଇଁ ଡ଼ାକବାଜି ଯନ୍ତ୍ର। ଦ୍ଵାରା ସଚେତନ କରାଯାଇଅଛି l ଏନଏସି ପ୍ରଶାସନ

ଫୁଲି ଉଠୁଛି ମହାନଦୀ, ବିନିକା ସହରରେ ବନ୍ୟା ପାଣି ପ୍ରବାହିତ

ବିନିକା: ହୀରାକୁଦ ଜଳ ଭଣ୍ଡାରରୁ ୨୦ଟି ଗେଟ ଦେଇ ବନ୍ୟା ଜଳପ୍ରବାହିତ ହେଉଛି l ଯେଉଥିଁ ପାଇଁ ତଳିଆ ଅଞ୍ଚଳରେ ମହାନଦୀ ଫୁଲିବା ସହ ଶାଖା ନଦୀ ନାଲ ଗୁଡିକ ମଧ୍ୟ ଫୁଲିବାକୁ ବସିଲାଣି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ଦେଇ ବନ୍ୟା ପାଣି ପ୍ରବାହିତହେଉଛି l ବିନିକା ମହାନଦୀ ଫୁଲିବା ସହ ଉଭୟ କୁଲଲାଗି ପାଣି ନିଷ୍କାସନ ହେଉଥିବାରୁ ନଦୀ କୂଳିଆ ଲୋକେ ଭୟଭୀତ ରହିଥିବା ଦେଖାଦେଇଛି l 

ବିନିକା ସହରର ୱାର୍ଡ ନମ୍ବର ୨ ଗୁଲାପଡା ଯୋଗେଶ୍ୱର ମନ୍ଦିର ପୋଲ ଉପରେ ଏବେ ଦୁଇ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି l ବନ୍ୟା ପାଣି ପୋଲ ଉପରେ ପ୍ରବାହିତ ହେଉଥିବାରୁ ଛାତ୍ର ଛାତ୍ରୀଙ୍କଠୁ ଆରମ୍ଭ କରି ଲୋକେ ଡଭଲା ଛକ ଦେଇ ବୁଲିକି ଯାତାୟାତ କରୁଛନ୍ତି l ବିନିକା ଅଞ୍ଚଳର ତଥା ସହରର ଅନେକ ସ୍ଥାନ ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ସାମାନ୍ୟ ଧରଣର ବନ୍ୟା ସୃଷ୍ଟି ହୋଇଥାଏ l ବିନିକା ଅଞ୍ଚଳର ଏବେ କେବଳ ସହରର ଗୁଲାପଡା ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ଅନ୍ୟ ସ୍ଥାନ ଗୁଡିକରେ ପ୍ରଭାବ ପଡ଼ିନାହିଁ l ଯଦି ଆଗକୁ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ଜଳ ଅଧିକ ନିଷ୍କାସନ କରାଯିବ ତଳିଆ ଅଞ୍ଚଳରେ ବର୍ଷା ହେବ ବଡ ବନ୍ୟା ଦେଖାଦେବ l 

ବନ୍ୟାକୁ ଦୃଷ୍ଟିରେ ରଖି ଏନଏସି ପ୍ରଶାସନ ସବୁବେଳେ ସଜାଗ ହେବା ସହ କାଲି ଠାରୁ ନଦୀ କୂଳିଆ ଅଞ୍ଚକରେ ଲୋକଙ୍କୁ ସୂଚନା ଦେବାପାଇଁ ଡ଼ାକବାଜି ଯନ୍ତ୍ର। ଦ୍ଵାରା ସଚେତନ କରାଯାଇଅଛି l ଏନଏସି ପ୍ରଶାସନଠୁ ଆରମ୍ଭ କରି ଅଗ୍ନିଶମ ବିଭାଗ କର୍ମଚାରୀ ବିଭାଗ,ତହସିଲଦାର ସମସ୍ତେ ସଜାଗ ରହିଥିବା କହିଛନ୍ତି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ l