ଗାଧୋଇବା ବେଳେ ଅଘଟଣ: ଭାସିଯାଇ ୨ ନିଖୋଜ
ଝାରସୁଗୁଡ଼ା,୧।୧୧: ଝାରସୁଗୁଡ଼ା ଜିଲା ଇବ୍ ନଦୀର ବୁଢ଼ୀପଦର ଘାଟରେ ଶୁକ୍ରବାର ଗାଧୋଇବା ବେଳେ ଏକ ଅଘଟଣ ଘଟିଛି। ପାଣିରେ ଭାସିଯାଇ ୨ଜଣ ନିଖୋଜ ହୋଇଯାଇଥିବା ଜଣାପଡିଛି। ନିଖୋଜ ୨ଜଣ ରାଜସ୍ଥାନର ବୋଲି ସୂଚନା ମିଳିଛି। ସେମାନେ ସହରରେ ବୁଲି ବୁଲି ବେପାର କରୁଥିଲେ। ମିଳିଥିବା ସୂଚନା ମୁତାବକ, ଇବ୍ ନଦୀର ବୁଢ଼ୀପଦର ଘାଟରେ ରାଜସ୍ଥାନ ଅଞ୍ଚଳର ୭ରୁ ୮ଜଣ ଗାଧୋଉଥିଲେ। ସେତିକିବେଳେ ସେମାନଙ୍କ ମଧ୍ୟରୁ ୨ଜଣ ପାଣି ବୁଡି ଭାସି ଯାଇଥିଲେ। ଖବର ପାଇ ସ୍ଥାନୀୟ ଅଗ୍ନିଶମ […] The post ଗାଧୋଇବା ବେଳେ ଅଘଟଣ: ଭାସିଯାଇ ୨ ନିଖୋଜ appeared first on Dharitri Odia News.
ଝାରସୁଗୁଡ଼ା,୧।୧୧: ଝାରସୁଗୁଡ଼ା ଜିଲା ଇବ୍ ନଦୀର ବୁଢ଼ୀପଦର ଘାଟରେ ଶୁକ୍ରବାର ଗାଧୋଇବା ବେଳେ ଏକ ଅଘଟଣ ଘଟିଛି। ପାଣିରେ ଭାସିଯାଇ ୨ଜଣ ନିଖୋଜ ହୋଇଯାଇଥିବା ଜଣାପଡିଛି। ନିଖୋଜ ୨ଜଣ ରାଜସ୍ଥାନର ବୋଲି ସୂଚନା ମିଳିଛି। ସେମାନେ ସହରରେ ବୁଲି ବୁଲି ବେପାର କରୁଥିଲେ।
ମିଳିଥିବା ସୂଚନା ମୁତାବକ, ଇବ୍ ନଦୀର ବୁଢ଼ୀପଦର ଘାଟରେ ରାଜସ୍ଥାନ ଅଞ୍ଚଳର ୭ରୁ ୮ଜଣ ଗାଧୋଉଥିଲେ। ସେତିକିବେଳେ ସେମାନଙ୍କ ମଧ୍ୟରୁ ୨ଜଣ ପାଣି ବୁଡି ଭାସି ଯାଇଥିଲେ। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଥିବା ସୂଚନା ମଳିଛି। ହେଲେ ସେମାନଙ୍କ ପତ୍ତା ମିଳିପାରି ନାହିଁ।
The post ଗାଧୋଇବା ବେଳେ ଅଘଟଣ: ଭାସିଯାଇ ୨ ନିଖୋଜ appeared first on Dharitri Odia News.