ଭାରତକୁ ନାଟୋର କଟକଣା ଚେତାବନୀ
ଓ୍ବାଶିଂଟନ୍,୧୭ା୭: ରୁଷିଆ ସହ ଭାରତ, ଚାଇନା ଓ ବ୍ରାଜିଲ ବାଣିଜି୍ୟକ କାରବାର ଜାରି ରଖିଲେ ଏହି ଦେଶଗୁଡ଼ିକ କଟକଣା ଭୋଗିବେ ବୋଲି ବୁଧବାର ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେଶନ୍ (ନାଟୋ) ମହାସଚିବ ମାର୍କ ରୁଟ୍ଟେ ଚେତାବନୀ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର ୟୁକ୍ରେନ୍କୁ ନୂଆ ଯୁଦ୍ଧାସ୍ତ୍ର ଯୋଗାଣ ନେଇ ଘୋଷଣା କରିଥିଲେ। ଏଥିସହ ରୁଷିଆଠାରୁ ସାମଗ୍ରୀ ଆମଦାନୀ କରୁଥିବା ଦେଶଗୁଡ଼ିକ ଉପରେ ୧୦୦% ଟାରିଫ ଲଗାଯିବ ବୋଲି ଚେତାବନୀ ଦେଇଥିଲେ। ଏହାର ଦିନକ ପରେ […] The post ଭାରତକୁ ନାଟୋର କଟକଣା ଚେତାବନୀ appeared first on Dharitri Odia News.
ଓ୍ବାଶିଂଟନ୍,୧୭ା୭: ରୁଷିଆ ସହ ଭାରତ, ଚାଇନା ଓ ବ୍ରାଜିଲ ବାଣିଜି୍ୟକ କାରବାର ଜାରି ରଖିଲେ ଏହି ଦେଶଗୁଡ଼ିକ କଟକଣା ଭୋଗିବେ ବୋଲି ବୁଧବାର ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେଶନ୍ (ନାଟୋ) ମହାସଚିବ ମାର୍କ ରୁଟ୍ଟେ ଚେତାବନୀ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର ୟୁକ୍ରେନ୍କୁ ନୂଆ ଯୁଦ୍ଧାସ୍ତ୍ର ଯୋଗାଣ ନେଇ ଘୋଷଣା କରିଥିଲେ। ଏଥିସହ ରୁଷିଆଠାରୁ ସାମଗ୍ରୀ ଆମଦାନୀ କରୁଥିବା ଦେଶଗୁଡ଼ିକ ଉପରେ ୧୦୦% ଟାରିଫ ଲଗାଯିବ ବୋଲି ଚେତାବନୀ ଦେଇଥିଲେ। ଏହାର ଦିନକ ପରେ ୟୁଏସ୍ କଂଗ୍ରେସର ସିନେଟରମାନଙ୍କୁ ଭେଟିବା ସମୟରେ ରୁଟ୍ଟେ ଏହି ମନ୍ତବ୍ୟ ଦେଇଛନ୍ତି। ଓ୍ବାଶିଂଟନ୍ ଡିସିର କ୍ୟାପିଟୋଲ ହିଲ୍ରେ ଖବରଦାତାମାନଙ୍କୁ ରୁଟ୍ଟେ କହିଛନ୍ତି, ଏହି ଚେତାବନୀ ବିଶେଷକରି ୩ ରାଷ୍ଟ୍ର ପାଇଁ ଉଦ୍ଦିଷ୍ଟ। ଯେଉଁମାନେ ବେଜିଂ, ନୂଆଦିଲ୍ଲୀରେ ରହୁଛନ୍ତି କିମ୍ବା ଯିଏ ବ୍ରାଜିଲ ରାଷ୍ଟ୍ରପତି, ସେମାନେ ଏହି ବିଷୟ ପ୍ରତି ଗମ୍ଭୀରତା ସହ ଧ୍ୟାନଦେବା ଉଚିତ। କାରଣ ଏହା ସେମାନଙ୍କୁ ବହୁତ ଆଘାତ ଦେଇପାରେ। ସେମାନେ ପୁଟିନ୍ଙ୍କୁ ଫୋନ୍ କଲ୍ କରି ଶାନ୍ତି ଚୁକ୍ତି ପାଇଁ ଗମ୍ଭୀର ହେବାକୁ କୁହନ୍ତୁ, ନଚେତ୍ କଟକଣା ଭୋଗିବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି ନାଟୋ ମୁଖ୍ୟ ଭାରତ, ଚାଇନା ଓ ବ୍ରାଜିଲକୁ ରୁଷିଆ ସହ ସମ୍ପର୍କ ଉପରେ ଚେତାବନୀ ଦେଇଛନ୍ତି।
The post ଭାରତକୁ ନାଟୋର କଟକଣା ଚେତାବନୀ appeared first on Dharitri Odia News.