ଭାରତର ୩ ରତ୍ନ

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଳବର ଜନକ ଏମଏସ୍ ସ୍ୱାମୀନାଥନଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ।

ଭାରତର ୩ ରତ୍ନ

ଭାରତ ରତ୍ନ ପାଇଁ ଆଉ ତିନି ଜଣଙ୍କ ନାମ ଘୋଷଣା କଲେ କେନ୍ଦ୍ର ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଏବଂ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଳବର ଜନକ ଏମଏସ୍ ସ୍ୱାମୀନାଥନଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ନେଇ କେନ୍ଦ୍ର ସରକାର ଏହି ତିନି ଜଣ ମହାନ ବ୍ୟକ୍ତିତ୍ୱଙ୍କ ନାମ ଘୋଷଣା କରିଛନ୍ତି।