ଭାରତରେ ଏବେ ମିମ୍ ମେଟେରିଆଲ ପାଲଟିଛି F-35B, ପ୍ଲେନ ପାଇଁ ଲୋକେ ଦାବି କରୁଛନ୍ତି ନାଗରିକତା

ନୂଆଦିଲ୍ଲୀ ୪।୭: ବିଶ୍ୱର ସବୁଠୁ ଆଧୁନିକ ଫାଇଟର ଜେଟ୍ ବୋଲି ଦାବି କରୁଥିବା ଆମେରିକା ନିର୍ମିତ ଏଫ-୩୫ ବି ଜେଟ୍ ର ଏବେ ଭାରତରେ ମିମ୍‌ କରୁଛନ୍ତି ଲୋକେ। ପାଖାପାଖି ୨ ସପ୍ତାହରୁ ଅଧିକ ସମୟ ହେଲା କେରଳର ତିରୁଅନନ୍ତପୁରମ ଏୟାରପୋର୍ଟରେ ଛିଡା ହୋଇ ରହିଥିବା ବ୍ରିଟିଶ ରୟାଲ ନେଭିର ଏହି ଯୁଦ୍ଧ ଜାହାଜକୁ ଏବେ ଲୋକେ ପରିହାସ କରୁଛନ୍ତି। ଇଣ୍ଟରନେଟ୍ ରେ ଏବେ ଫାଇଟର ଜେଟର ମିମସ୍ ଭାଇରାଲ ହେଉଛି। ନେଟିଜେନସ୍ ଏଫ-୩୫ ଜେଟର ଫଟୋରେ ଦୁଃଖଭରା ଗୀତ ଲଗାଇ ସେୟାର କରୁଛନ୍ତି। ଏଥିରେ କେତେକ ଲୋକ ପ୍ଲେନର ଆଧାର ଓ ପାନ କାର୍ଡ କରିସାରିଲେଣି। ଏବେ ସେମାନେ ବିମାନକୁ ଭାରତର ନାଗରିକତା ଦେବାକୁ ଦାବି କରୁଛନ୍ତି। ଏହି ଫାଇଟର ଜେଟ୍ ସମ୍ପର୍କିତ ମିମସ୍ ମଧ୍ୟରୁ ସବୁଠୁ ଅଧିକ ଭାଇରାଲ ହେଉଛି ଏହାର ଆଧାର କାର୍ଡ। ଯେଉଁଥିରେ ଲୋକେ ଏହାର ନାମ ଏଫ-୨୫ବି ନାୟର ବୋଲି ଉଲ୍ଲେଖ କରିଛନ୍ତି। ଏହାର ଆଡ୍ରେସ୍ ସ୍ଥାନରେ ତିରୁଅନନ୍ତପୂରମ ଏୟାରପୋର୍ଟ ରହିଛି। F-35B Nair got its PAN card. Now it’s time to link it with Aadhaar as per Govt. rules. https://t.co/JgtMDLCajS pic.twitter.com/Owr4aWbkQf— Pranjal Pandey (@Me_ppranjal) July 3, 2025ଆଧାର କାର୍ଡରେ ଜନ୍ମ ତାରିଖ ୧୪ ଜୁନ ୨୦୨୫ ରହିଛି। ଏହା ସେହି ତାରିଖ ଯେଉଁଦିନ ବ୍ରିଟିଶ ଯୁଦ୍ଧବିମାନ କେରଳରେ ଜରୁରିକାଳୀନ ଅବତରଣ କରିଥିଲା। ସେବେଠାରୁ ବିମାନ ସେହି ସ

ଭାରତରେ ଏବେ ମିମ୍ ମେଟେରିଆଲ ପାଲଟିଛି F-35B, ପ୍ଲେନ ପାଇଁ ଲୋକେ ଦାବି କରୁଛନ୍ତି ନାଗରିକତା

ନୂଆଦିଲ୍ଲୀ ୪।୭: ବିଶ୍ୱର ସବୁଠୁ ଆଧୁନିକ ଫାଇଟର ଜେଟ୍ ବୋଲି ଦାବି କରୁଥିବା ଆମେରିକା ନିର୍ମିତ ଏଫ-୩୫ ବି ଜେଟ୍ ର ଏବେ ଭାରତରେ ମିମ୍‌ କରୁଛନ୍ତି ଲୋକେ। ପାଖାପାଖି ୨ ସପ୍ତାହରୁ ଅଧିକ ସମୟ ହେଲା କେରଳର ତିରୁଅନନ୍ତପୁରମ ଏୟାରପୋର୍ଟରେ ଛିଡା ହୋଇ ରହିଥିବା ବ୍ରିଟିଶ ରୟାଲ ନେଭିର ଏହି ଯୁଦ୍ଧ ଜାହାଜକୁ ଏବେ ଲୋକେ ପରିହାସ କରୁଛନ୍ତି। ଇଣ୍ଟରନେଟ୍ ରେ ଏବେ ଫାଇଟର ଜେଟର ମିମସ୍ ଭାଇରାଲ ହେଉଛି। 

ନେଟିଜେନସ୍ ଏଫ-୩୫ ଜେଟର ଫଟୋରେ ଦୁଃଖଭରା ଗୀତ ଲଗାଇ ସେୟାର କରୁଛନ୍ତି। ଏଥିରେ କେତେକ ଲୋକ ପ୍ଲେନର ଆଧାର ଓ ପାନ କାର୍ଡ କରିସାରିଲେଣି। ଏବେ ସେମାନେ ବିମାନକୁ ଭାରତର ନାଗରିକତା ଦେବାକୁ ଦାବି କରୁଛନ୍ତି। ଏହି ଫାଇଟର ଜେଟ୍ ସମ୍ପର୍କିତ ମିମସ୍ ମଧ୍ୟରୁ ସବୁଠୁ ଅଧିକ ଭାଇରାଲ ହେଉଛି ଏହାର ଆଧାର କାର୍ଡ। ଯେଉଁଥିରେ ଲୋକେ ଏହାର ନାମ ଏଫ-୨୫ବି ନାୟର ବୋଲି ଉଲ୍ଲେଖ କରିଛନ୍ତି। ଏହାର ଆଡ୍ରେସ୍ ସ୍ଥାନରେ ତିରୁଅନନ୍ତପୂରମ ଏୟାରପୋର୍ଟ ରହିଛି। 


ଆଧାର କାର୍ଡରେ ଜନ୍ମ ତାରିଖ ୧୪ ଜୁନ ୨୦୨୫ ରହିଛି। ଏହା ସେହି ତାରିଖ ଯେଉଁଦିନ ବ୍ରିଟିଶ ଯୁଦ୍ଧବିମାନ କେରଳରେ ଜରୁରିକାଳୀନ ଅବତରଣ କରିଥିଲା। ସେବେଠାରୁ ବିମାନ ସେହି ସ୍ଥାନରେ ଛିଡା ହୋଇ ରହିଛି। ଅନ୍ୟପଟେ ଏହି ଫାଇଟର ଜେଟ୍ ର ପାନ କାର୍ଡ ମଧ୍ୟ ଏବେ ସାମ୍ନାକୁ ଆସିଛି। ଏଥିରେ ଏହାର ପିତାଙ୍କ ନାମ ସ୍ଥାନରେ ଲକହିଡମାର୍ଟିନ ଲେଖା ରହିଛି। ଏହା ସେହି କମ୍ପାନୀ ଯିଏ ଏଫ-୩୫ ବି ବିମାନର ନିର୍ମାଣ କରୁଛି। 


ଏହା ପୂର୍ବରୁ କେରଳ ଟୁରିଜିମ୍ ଏହି ଫାଇଟର ଜେଟ୍ ର ଏକ ବିଜ୍ଞାପନ ପୋଷ୍ଟ ସେୟାର କରିଥିଲା। ଏଥିରେ ଫାଇଟର ଜେଟ୍ ର ଫଟୋ ଲଗାଯାଇଥିଲା ‘କେରଳ ଏକ ସୁନ୍ଦରତମ ସ୍ଥାନ, ମୋତେ ଏଠାରୁ ଯିବାକୁ ମନ ହେଉ ନାହିଁ। ଏଠାକୁ ଆସନ୍ତୁ ବୋଲି ମୁଁ ନିଶ୍ଚିୟ ପରାମର୍ଶ ଦେବି ’। ଏହା ସହିତ ଫାଇଭଷ୍ଟାର ରେଟିଂ ମଧ୍ୟ ଦିଆଯାଇଥିଲା। ବ୍ରିଟିଶ ରୟାଲ ନେଭି ଯୁଦ୍ଧ ପୋତ ଏଚଏମଏସ୍ ପ୍ରିନ୍ସ ଅଫ ୱେଲସ୍ ର ଏଫ-୩୫ ଅଂଶବିଶେଷ। ଏହା ଭାରତକୁ ଯୁଦ୍ଧାଭ୍ୟାସ ପାଇଁ ଆସିଥିଲା। ଫେରିବା ବେଳେ ଏଥିରେ ବୈଷୟିକ ତ୍ରୁଟି ଦେଖାଯାଇଥିବା ବେଳେ ଏହା ଏପର୍ଯ୍ୟନ୍ତ କେରଳରେ ଛିଡା ହୋଇ ରହିଛି।