ଭାରତରେ କରୋନା ପରି ବ୍ୟାପିବ କି ମଙ୍କିପକ୍ସ? କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୧୭।୮: କେନ୍ଦ୍ରୀୟ ଏବଂ ପୂର୍ବ ଆଫ୍ରିକାରେ ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମାମଲାଗୁଡ଼ିକର ବୃଦ୍ଧିକୁ ଦୃଷ୍ଟିରେ ରଖି ଡବ୍ଲୁଏଚ୍ଓ ଏହି ସଂକ୍ରାମକ ରୋଗକୁ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏହି ରୋଗର ବିପଦ ଆଶଙ୍କା ଏବେ ଭାରତର ଲୋକଙ୍କୁ ମଧ୍ୟ ଚିନ୍ତାରେ କରୁଛି। କିଛି ବର୍ଷ ପୂର୍ବେ କୋଭିଡ-୧୯ର ଭୟଙ୍କର ସଂକ୍ରମଣର ଭୟ ଏବେ ମଧ୍ୟ ଲୋକଙ୍କ ମନରେ ଅଛି, ଏହି କାରଣରୁ ଲୋକଙ୍କ ମଧ୍ୟରେ ଏକ ଭୟ ଅଛି ଯେ, ମଙ୍କିପକ୍ସ […] The post ଭାରତରେ କରୋନା ପରି ବ୍ୟାପିବ କି ମଙ୍କିପକ୍ସ? କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସିଲା ବଡ଼ ଅପଡେଟ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୮: କେନ୍ଦ୍ରୀୟ ଏବଂ ପୂର୍ବ ଆଫ୍ରିକାରେ ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମାମଲାଗୁଡ଼ିକର ବୃଦ୍ଧିକୁ ଦୃଷ୍ଟିରେ ରଖି ଡବ୍ଲୁଏଚ୍ଓ ଏହି ସଂକ୍ରାମକ ରୋଗକୁ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏହି ରୋଗର ବିପଦ ଆଶଙ୍କା ଏବେ ଭାରତର ଲୋକଙ୍କୁ ମଧ୍ୟ ଚିନ୍ତାରେ କରୁଛି। କିଛି ବର୍ଷ ପୂର୍ବେ କୋଭିଡ-୧୯ର ଭୟଙ୍କର ସଂକ୍ରମଣର ଭୟ ଏବେ ମଧ୍ୟ ଲୋକଙ୍କ ମନରେ ଅଛି, ଏହି କାରଣରୁ ଲୋକଙ୍କ ମଧ୍ୟରେ ଏକ ଭୟ ଅଛି ଯେ, ମଙ୍କିପକ୍ସ ମଧ୍ୟ କରୋନା ପରି ପ୍ରମାଣିତ ହୋଇପାରେ।
ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ଆଶଙ୍କାକୁ ପ୍ରତ୍ୟାଖ୍ୟାନ କରିଛି। ଏହା ସତ୍ତ୍ୱେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଏହି ରୋଗ ବ୍ୟାପିବାର ଆଶଙ୍କା କମ। ଭାରତ ସରକାର ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ଚିନ୍ତା କରୁଛନ୍ତି। ଜାନୁଆରୀ ୨୦୨୨ ପରଠାରୁ ଭାରତରେ କେବଳ ୩୦ଟି ମଙ୍କିପକ୍ସ ର ମାମଲା ରିପୋର୍ଟ ହୋଇଛି। ନିକଟରେ କେରଳରେ ମଙ୍କିପକ୍ସର ଏକ ମାମଲା ସାମ୍ନାକୁ ଆସିଛି।
ମଙ୍କିପକ୍ସ ଏକ ସଂକ୍ରାମକ ରୋଗ ଯାହା ଏକ ଜୀବାଣୁ ସଂସ୍ପର୍ଶରେ ଆସିଥାଏ। ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ହେଉଛି ଜ୍ୱର, ମୁଣ୍ଡବିନ୍ଧା, ଫୁଲା, ପିଠି ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣା। ଏହା ପରେ ଯେତେବେଳେ ରୋଗୀର ଜ୍ୱର କମିଯାଏ, ତାଙ୍କ ଶରୀରରେ ଘା’ ଦେଖାଯାଏ। ଏଗୁଡ଼ିକ ସମଗ୍ର ଶରୀରର ବିଭିନ୍ନ ଅଙ୍ଗକୁ ବ୍ୟାପିଥାଏ।
The post ଭାରତରେ କରୋନା ପରି ବ୍ୟାପିବ କି ମଙ୍କିପକ୍ସ? କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସିଲା ବଡ଼ ଅପଡେଟ୍ appeared first on Dharitri Odia News.