‘କଂଗ୍ରେସ ଏତେ ସିଟ୍ କେମିତି ଜିତିଲା, ତାହାର ତଦନ୍ତ ହେଉ’
ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ମନ୍ତ୍ରୀ ତଥା ମହାରାଷ୍ଟ୍ର ନେତା ରାମଦାସ ଅଠୱାଲେ ଇଭିଏମ ଉପରେ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି,ରାହୁଲ ଗାନ୍ଧୀ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାରେ ନ ଥିବାରୁ ଇଭିଏମ ହ୍ୟାକିଂକୁ ମିଥ୍ୟା ପ୍ରଚାର କରୁଛନ୍ତି। ଇଭିଏମ ମାଧ୍ୟମରେ ମତଦାନ ଭାଜପା ସରକାର ଆଣି ନ ଥିଲା, ଏହା କଂଗ୍ରେସ ଶାସନ ସମୟରେ ଅଣାଯାଇଥିଲା। ଯଦି ବିରୋଧୀ ବାରମ୍ବାର ଇଭିଏମ ହ୍ୟାକ ହେବା ପ୍ରସଙ୍ଗ ଉଠାଉଛନ୍ତି, […] The post ‘କଂଗ୍ରେସ ଏତେ ସିଟ୍ କେମିତି ଜିତିଲା, ତାହାର ତଦନ୍ତ ହେଉ’ appeared first on Dharitri Odia News.
ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ମନ୍ତ୍ରୀ ତଥା ମହାରାଷ୍ଟ୍ର ନେତା ରାମଦାସ ଅଠୱାଲେ ଇଭିଏମ ଉପରେ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି,ରାହୁଲ ଗାନ୍ଧୀ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାରେ ନ ଥିବାରୁ ଇଭିଏମ ହ୍ୟାକିଂକୁ ମିଥ୍ୟା ପ୍ରଚାର କରୁଛନ୍ତି। ଇଭିଏମ ମାଧ୍ୟମରେ ମତଦାନ ଭାଜପା ସରକାର ଆଣି ନ ଥିଲା, ଏହା କଂଗ୍ରେସ ଶାସନ ସମୟରେ ଅଣାଯାଇଥିଲା। ଯଦି ବିରୋଧୀ ବାରମ୍ବାର ଇଭିଏମ ହ୍ୟାକ ହେବା ପ୍ରସଙ୍ଗ ଉଠାଉଛନ୍ତି, ତେବେ ସମସ୍ତ ବିରୋଧୀ ଦଳ ସର୍ବସମ୍ମତି କ୍ରମେ ଇଭିଏମ ବଦଳରେ ବାଲାଟ ପେପର ସହିତ ନିର୍ବାଚନ କରାଯଉ। ବାଲାଟ ପେପର ବ୍ୟବହାର କରୁଥିବା ନିର୍ବାଚନ ଅତ୍ୟନ୍ତ ଜଟିଳ ଥିଲା ଏବଂ ଫଳାଫଳ ପାଇବାରେ ବିଳମ୍ବ ହୋଇଥିଲା, ତେଣୁ ଇଭିଏମ ଆସିଲା। ଇଭିଏମ ହ୍ୟାକିଂ ଦେଖାଇବାକୁ ନିର୍ବାଚନ ଆୟୋଗ ମଧ୍ୟ ବାରମ୍ବାର ଚ୍ୟାଲେଞ୍ଜ କରିଥିଲା। ତା’ପରେ ସମସ୍ତେ ଚୁପ ହୋଇଯାଇଥିଲେ।
ଗଣତନ୍ତ୍ରରେ ବାରମ୍ବାର ଇଭିଏମ ଉପରେ ପ୍ରଶ୍ନ ଉଠାଇବା ଠିକ ନୁହେଁ ବୋଲି ଆରପିଆଇ ନେତା ଅଠୱାଲେ କହିଛନ୍ତି। ଯଦି ରାହୁଲ ଗାନ୍ଧୀ ଗତ ନିର୍ବାଚନରେ ରବିନ୍ଦ୍ର ଭାଏକରଙ୍କ ବିଜୟ ପାଇଁ ଇଭିଏମ ତ୍ରୁଟିକୁ ଦାୟୀ କରୁଛନ୍ତି, ତେବେ ଏହା ମଧ୍ୟ ଅନୁସନ୍ଧାନ କରାଯିବା ଉଚିତ ଯେ ଇଣ୍ଡିଆ ମେଣ୍ଟ ଏବଂ କଂଗ୍ରେସ ଏତେ ସଂଖ୍ୟକ ଆସନ କିପରି ପାଇଲା? କିଛି ସ୍ଥାନରେ ଇଭିଏମ ହ୍ୟାକ କରାଯାଇଥିଲା କି? ଯଦି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଇଭିଏମ ହ୍ୟାକ ଅଭିଯୋଗ ଅଛି, ତେବେ ଏହାର ଅନୁସନ୍ଧାନ କରାଯାଉଛି। ୨୦୦୪ ଏବଂ ୨୦୦୯ରେ କଂଗ୍ରେସର ୟୁପିଏ ସରକାର ସଂଖ୍ୟାଲଘୁ ଥିଲେ। କଂଗ୍ରେସର ସଂଖ୍ୟାଗରିଷ୍ଠତା ନ ଥିଲା, ତଥାପି ସରକାର ୧୦ ବର୍ଷ ପର୍ଯ୍ୟନ୍ତ ଜାରି ରଖିଥିଲେ। ସେତେବେଳେ ଏନଡିଏ କିମ୍ବା ଭାଜପା ପ୍ରଶ୍ନ ଉଠାଇଥିଲେ କି? ଇଭିଏମ ହ୍ୟାକ ହୋଇଛି ବୋଲି ଅଭିଯୋଗ କରାଯାଇଛି କି ବୋଲି ଅଠଓ୍ବାଲେ ପ୍ରଶ୍ନ ଉଠାଇଛନ୍ତି।
ରାହୁଲ ଗାନ୍ଧୀ ଆଜି ଏକ୍ସରେ ପୋଷ୍ଟ କରିଛନ୍ତି, ଭାରତର ଇଭିଏମ ଏକ ବ୍ଲାକ୍ ବାକ୍ସ ଏବଂ ଏହାକୁ ଯାଞ୍ଚ କରିବାକୁ କାହାକୁ ଅନୁମତି ନାହିଁ। ଆମର ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ବିଷୟରେ ଗମ୍ଭୀର ଚିନ୍ତା ପ୍ରକଟ କରାଯାଉଛି।
The post ‘କଂଗ୍ରେସ ଏତେ ସିଟ୍ କେମିତି ଜିତିଲା, ତାହାର ତଦନ୍ତ ହେଉ’ appeared first on Dharitri Odia News.