ଭାରତରେ ଖେଳାଯିବ ନାହିଁ ଆଇପିଏଲ୍‌ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌! ଏହି ଦେଶରେ ହେବ ଆୟୋଜନ…

ନୂଆଦିଲ୍ଲୀ,୧୬।୩: ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ। ହେଲେ ଏଯାବତ ଟୁର୍ନାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଆସିନାହିଁ। ବିସିସିଆଇ କେବଳ ୨୧ ମ୍ୟାଚ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହାର କାରଣ ହେଉଛି ଚଳିତ ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ। ତେବେ ପୂର୍ବରୁ ବାକି ମ୍ୟାଚ୍‌ ଭାରତରେ କରାଯିବ ବୋଲି କୁହାଯାଉଥିଲା। ହେଲେ ଏବେ ତାହା ୟୁଏଇରେ କରାଯିବ ବୋଲି ଚର୍ଚ୍ଚା ବଢ଼ିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସିସିଆଇର କେତେକ […] The post ଭାରତରେ ଖେଳାଯିବ ନାହିଁ ଆଇପିଏଲ୍‌ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌! ଏହି ଦେଶରେ ହେବ ଆୟୋଜନ… appeared first on Dharitri Odia News.

ଭାରତରେ ଖେଳାଯିବ ନାହିଁ ଆଇପିଏଲ୍‌ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌! ଏହି ଦେଶରେ ହେବ ଆୟୋଜନ…

ନୂଆଦିଲ୍ଲୀ,୧୬।୩: ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ। ହେଲେ ଏଯାବତ ଟୁର୍ନାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଆସିନାହିଁ। ବିସିସିଆଇ କେବଳ ୨୧ ମ୍ୟାଚ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହାର କାରଣ ହେଉଛି ଚଳିତ ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ। ତେବେ ପୂର୍ବରୁ ବାକି ମ୍ୟାଚ୍‌ ଭାରତରେ କରାଯିବ ବୋଲି କୁହାଯାଉଥିଲା। ହେଲେ ଏବେ ତାହା ୟୁଏଇରେ କରାଯିବ ବୋଲି ଚର୍ଚ୍ଚା ବଢ଼ିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସିସିଆଇର କେତେକ ବରିଷ୍ଠ ଅଧିକାରୀ ବର୍ତ୍ତମାନ ୟୁଏଇରେ ଅଛନ୍ତି। ସେଠାରେ ଅବଶିଷ୍ଟ ଆଇପିଏଲ୍‌ ମ୍ୟାଚ୍‌ଗୁଡ଼ିକ ଭାରତରୁ ସ୍ଥାନାନ୍ତର କରାଯିବା ଉଚିତ କି ନୁହେଁ ତାହା ଉପରେ ବିଚାର କରାଯାଉଛି।

ନିର୍ବାଚନ ଆୟୋଗ ଶନିବାର ଲୋକ ସଭା ନିର୍ବାଚନ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ଏହା ପରେ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚଗୁଡିକର କାର୍ଯ୍ୟସୂଚୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେବେ ନିର୍ବାଚନ ହେତୁ ଆଇପିଏଲ୍‌ ଆୟୋଜନରେ ବିସିସିଆଇକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି କାରଣରୁ ଭାରତୀୟ ବୋର୍ଡ ଆଇପିଏଲ୍‌କୁ ବାହାରେ କରିବାକୁ ଚିନ୍ତା କରୁଛି।

ରିପୋର୍ଟ ଅନୁଯାୟୀ, ଶନିବାର ନିର୍ବାଚନ ଆୟୋଗ ଲୋକ ସଭା ନିର୍ବାଚନ ତାରିଖ ଘୋଷଣା କରିବେ। ଏହା ପରେ ବିସିସିଆଇ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚର କାର୍ଯ୍ୟସୂଚୀ ଉପରେ ନିଷ୍ପତ୍ତି ନେବ। ବର୍ତ୍ତମାନ ବିସିସିଆଇର କିଛି ବରିଷ୍ଠ ଅଧିକାରୀ ଦୁବାଇରେ ଅଛନ୍ତି ଏବଂ ସେଠାରେ ଆଇପିଏଲ୍‌ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ କରିବାର ସମ୍ଭାବନା ଅନୁଧ୍ୟାନ କରୁଛନ୍ତି।

The post ଭାରତରେ ଖେଳାଯିବ ନାହିଁ ଆଇପିଏଲ୍‌ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌! ଏହି ଦେଶରେ ହେବ ଆୟୋଜନ… appeared first on Dharitri Odia News.