ଭାରତରେ ତିଆରି ହେବ ରାଫେଲ୍‌ର ବଡି ପାର୍ଟ: ଇତିହାସରେ ପ୍ରଥମ ଥର ଫ୍ରାନ୍ସ ବାହାରେ ହେବ ତିଆରି

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା ମିଳିଛି। ରାଫେଲ୍‌ ଯୁଦ୍ଧ ବିମାନର ବଡି ଏବେ ଭାରତର ହାଇଦ୍ରାବାଦରେ ତିଆରି ହେବ। ଯାହାକୁ ଫ୍ୟୁଜଲାଜ୍ ବୋଲି କୁହାଯାଉଛି। ଏନେଇ ବିମାନ ନିର୍ମାତା ଡାସଲ୍ଟ ଏଭିଏସନ ଟାଟା ଆଡ୍‌ଭାନ୍ସଡ ସିଷ୍ଟମ ଲିମିଟେଡ୍(ଟିଏଏସଏଲ୍) ସହିତ ଚୁକ୍ତି କରିଛି। ଭାରତୀୟ ବଜାର ସହିତ ବିଶ୍ୱ ବଜାର ପାଇଁ ଏଠାରୁ ବଡି ତିଆରି କରାଯିବ। ଇତିହାସରେ ପ୍ରଥମ ଥର ପାଇଁ ରାଫେଲ ଯୁଦ୍ଧ ବିମାନର ବଡି ଫ୍ରାନ୍ସ ବାହାରେ କୌଣସି ଦେଶରେ ନିର୍ମିତ ହେବାକୁ ଯାଉଛି। ଡାସଲ୍ଟ ଓ ଟିଏଏସଏଲ୍ ଦ୍ୱାରା ହୋଇଥିବା ଚୁକ୍ତି ଅନୁସାରେ ଉଭୟ କମ୍ପାନୀ ମଧ୍ୟରେ ୪ଟି ପ୍ରଡକ୍ସନ ଟ୍ରାନ୍ସଫର ଏଗ୍ରୀମେଣ୍ଟ (ଉତ୍ପାଦନ ସ୍ଥାନାନ୍ତର ଚୁକ୍ତିନାମା) ସ୍ୱାକ୍ଷରିତ ହୋଇଛି। ପ୍ରଥମ ବଡି ପାର୍ଟ ତିଆରି ସେକ୍ସନଗୁଡ଼ିକ ୨୦୨୮ ଆର୍ଥିକ ବର୍ଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ଯାହାର ଉତ୍ପାଦନ କ୍ଷମତା ପ୍ରତି ମାସରେ ଦୁଇଟି ସମ୍ପୂର୍ଣ୍ଣ ବଡି ନିର୍ମାଣ କରାଯିବ। ହାଇଦ୍ରାବାଦରେ ବିମାନର ପ୍ରମୁଖ ଗଠନାତ୍ମକ ଅଂଶ ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ, ଯେଉଁଥିରେ ସେଣ୍ଟ୍ରାଲ ଫ୍ୟୁଜେଲେଜ୍, ପଛ ଭାଗ, ପାର୍ଶ୍ଵ ପଛ ସେଲ୍ ଏବଂ ସମ୍ମୁଖ ଅଂଶ ଆଦି ତିଆରି ହେବ। 'ମେକ୍ ଇନ୍ ଇଣ୍ଡିଆ' ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପ ଅନ୍ତର୍ଗତ ଭାରତର ରଣନୈତିକ ଲକ୍ଷ୍ୟ ସହିତ ସମନ୍ୱିତ ରକ୍ଷା କରି ଏହି ଚୁକ୍ତି

ଭାରତରେ ତିଆରି ହେବ ରାଫେଲ୍‌ର ବଡି ପାର୍ଟ: ଇତିହାସରେ ପ୍ରଥମ ଥର ଫ୍ରାନ୍ସ ବାହାରେ ହେବ ତିଆରି

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା ମିଳିଛି। ରାଫେଲ୍‌ ଯୁଦ୍ଧ ବିମାନର ବଡି ଏବେ ଭାରତର ହାଇଦ୍ରାବାଦରେ ତିଆରି ହେବ। ଯାହାକୁ ଫ୍ୟୁଜଲାଜ୍ ବୋଲି କୁହାଯାଉଛି। ଏନେଇ ବିମାନ ନିର୍ମାତା ଡାସଲ୍ଟ ଏଭିଏସନ ଟାଟା ଆଡ୍‌ଭାନ୍ସଡ ସିଷ୍ଟମ ଲିମିଟେଡ୍(ଟିଏଏସଏଲ୍) ସହିତ ଚୁକ୍ତି କରିଛି। ଭାରତୀୟ ବଜାର ସହିତ ବିଶ୍ୱ ବଜାର ପାଇଁ ଏଠାରୁ ବଡି ତିଆରି କରାଯିବ। ଇତିହାସରେ ପ୍ରଥମ ଥର ପାଇଁ ରାଫେଲ ଯୁଦ୍ଧ ବିମାନର ବଡି ଫ୍ରାନ୍ସ ବାହାରେ କୌଣସି ଦେଶରେ ନିର୍ମିତ ହେବାକୁ ଯାଉଛି। 

ଡାସଲ୍ଟ ଓ ଟିଏଏସଏଲ୍ ଦ୍ୱାରା ହୋଇଥିବା ଚୁକ୍ତି ଅନୁସାରେ ଉଭୟ କମ୍ପାନୀ ମଧ୍ୟରେ ୪ଟି ପ୍ରଡକ୍ସନ ଟ୍ରାନ୍ସଫର ଏଗ୍ରୀମେଣ୍ଟ (ଉତ୍ପାଦନ ସ୍ଥାନାନ୍ତର ଚୁକ୍ତିନାମା) ସ୍ୱାକ୍ଷରିତ ହୋଇଛି। ପ୍ରଥମ ବଡି ପାର୍ଟ ତିଆରି ସେକ୍ସନଗୁଡ଼ିକ ୨୦୨୮ ଆର୍ଥିକ ବର୍ଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ଯାହାର ଉତ୍ପାଦନ କ୍ଷମତା ପ୍ରତି ମାସରେ ଦୁଇଟି ସମ୍ପୂର୍ଣ୍ଣ ବଡି ନିର୍ମାଣ କରାଯିବ। 

ହାଇଦ୍ରାବାଦରେ ବିମାନର ପ୍ରମୁଖ ଗଠନାତ୍ମକ ଅଂଶ ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ, ଯେଉଁଥିରେ ସେଣ୍ଟ୍ରାଲ ଫ୍ୟୁଜେଲେଜ୍, ପଛ ଭାଗ, ପାର୍ଶ୍ଵ ପଛ ସେଲ୍ ଏବଂ ସମ୍ମୁଖ ଅଂଶ ଆଦି ତିଆରି ହେବ। 'ମେକ୍ ଇନ୍ ଇଣ୍ଡିଆ' ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପ ଅନ୍ତର୍ଗତ ଭାରତର ରଣନୈତିକ ଲକ୍ଷ୍ୟ ସହିତ ସମନ୍ୱିତ ରକ୍ଷା କରି ଏହି ଚୁକ୍ତି ହୋଇଛି। 

ଡାସଲ୍ଟ ଆଭିଏସନ୍‌ର ଅଧ୍ୟକ୍ଷ ଏବଂ ସିଇଓ ଏରିକ୍ ଟ୍ରାପିଅର୍ କହିଛନ୍ତି ଯେ ଏହି ସହଭାଗୀତା "ଭାରତରେ ଆମର ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ହେବ। ଉଲ୍ଲେଖ ଯୋଗ୍ୟ ଯେ TASL ଭଳି ଭାରତୀୟ ଏରୋସ୍ପେସ୍ ଫାର୍ମଗୁଡ଼ିକ ସହିତ ସହଯୋଗୀତା କରିବା ପାଇଁ କମ୍ପାନୀର ଏହା ଦୀର୍ଘକାଳୀନ ରଣନୀତି ବୋଲି କୁହାଯାଉଛି। 

TASLର ସିଇଓ ଏବଂ MD ସୁକରଣ ସିଂହ ଏହି ସହଭାଗୀତାକୁ ଭାରତର ମହାକାଶ ଯାତ୍ରାରେ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି। ଏହା ଭାରତର ଉତ୍ପାଦନ ଦକ୍ଷତା ସହ ଆନ୍ତର୍ଜାତୀୟ ମହାକାଶ କ୍ଷେତ୍ରରେ ଲିଡରମାନଙ୍କ ଭାରତୀୟ ପାର୍ଟନର୍ସିପ୍‌ ଉପରେ ଯେଉଁ ବିଶ୍ୱାସ ରଖିଛନ୍ତି ତାହା ପ୍ରଦର୍ଶିତ କରିଛି।