ଭାରତରେ ପହଞ୍ଚିଲା ୪୫ ମୃତଦେହ; କୁଏତରୁ ସ୍ବତନ୍ତ୍ର ବିମାନରେ ଅଣାଯାଇଛି
କୋଚିଂ: କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମୃତଦେହକୁ ଧରି କେରଳର କୋଚି ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଲା ବାୟୁସେନା ବିମାନ । ଗୁରୁବାର ସି-୧୩୦ଜେ ବିମାନ କୁଏତରୁ ମୃତଦେହଗୁଡ଼ିକୁ ଧରି ଭାରତ ଅଭିମୁଖେ ଯାତ୍ରା କରିଥିଲା । ବିମାନରେ ବିଦେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ ଭାରତ ଫେରି ଆସିଛନ୍ତି । ବାୟୁସେନା ବିମାନ କୋଚିଂ ବିମାନବନ୍ଦରରେ ଲ୍ୟାଣ୍ଡିଂ କରିଛି । ସେପଟେ ମୃତଦେହ ଗୁଡ଼ିକୁ ନେବା ପାଇଁ ସ୍ବତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି । ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପରେ ସମ୍ପର୍କୀୟଙ୍କୁ ଫେରାଇ ଦିଆଯିବ । ବୁଧବାର କୁଏତର ଦକ୍ଷିଣ ମଙ୍ଗାଫ ଅଞ୍ଚଳରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏକ ଆବାସିକ ଅଞ୍ଚଳରେ ଥିବା ୬ ମହଲା କୋଠାରେ ନିଆଁ ଲାଗିଯାଇଥିଲା । ଏଥିରେ ପ୍ରାୟ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ମୋଟ୍ ମୃତକଙ୍କ ମଧ୍ୟରେ ୪୫ଜଣ ଭାରତୀୟ ରହିଛନ୍ତି । କେରଳରୁ ୨୪ଜଣ, ତାମିଲନାଡୁ ୭ଜଣ, ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶକୁ ୩ଜଣ, ଓଡ଼ିଶାରୁ ୨ଜଣ, ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର, ଝଡ଼ଖଣ୍ଡ, ପଶ୍ଚିମବଙ୍ଗ, ପଞ୍ଜାବ ଓ ହରିୟାଣାରୁ ଜଣିଏ ଲେଖାଏଁ ଲୋକଙ୍କୁ ମୃତ୍ୟୁ ହୋଇଛି । ସମସ୍ତ ମୃତଦେହ ଭାରତୀୟ ଦୂତାବାସ ସହାୟତାରେ ଭାରତ ପହଞ୍ଚିଛି ।
କୋଚିଂ: କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମୃତଦେହକୁ ଧରି କେରଳର କୋଚି ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଲା ବାୟୁସେନା ବିମାନ । ଗୁରୁବାର ସି-୧୩୦ଜେ ବିମାନ କୁଏତରୁ ମୃତଦେହଗୁଡ଼ିକୁ ଧରି ଭାରତ ଅଭିମୁଖେ ଯାତ୍ରା କରିଥିଲା । ବିମାନରେ ବିଦେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ ଭାରତ ଫେରି ଆସିଛନ୍ତି । ବାୟୁସେନା ବିମାନ କୋଚିଂ ବିମାନବନ୍ଦରରେ ଲ୍ୟାଣ୍ଡିଂ କରିଛି । ସେପଟେ ମୃତଦେହ ଗୁଡ଼ିକୁ ନେବା ପାଇଁ ସ୍ବତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି । ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପରେ ସମ୍ପର୍କୀୟଙ୍କୁ ଫେରାଇ ଦିଆଯିବ ।
ବୁଧବାର କୁଏତର ଦକ୍ଷିଣ ମଙ୍ଗାଫ ଅଞ୍ଚଳରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏକ ଆବାସିକ ଅଞ୍ଚଳରେ ଥିବା ୬ ମହଲା କୋଠାରେ ନିଆଁ ଲାଗିଯାଇଥିଲା । ଏଥିରେ ପ୍ରାୟ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ମୋଟ୍ ମୃତକଙ୍କ ମଧ୍ୟରେ ୪୫ଜଣ ଭାରତୀୟ ରହିଛନ୍ତି । କେରଳରୁ ୨୪ଜଣ, ତାମିଲନାଡୁ ୭ଜଣ, ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶକୁ ୩ଜଣ, ଓଡ଼ିଶାରୁ ୨ଜଣ, ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର, ଝଡ଼ଖଣ୍ଡ, ପଶ୍ଚିମବଙ୍ଗ, ପଞ୍ଜାବ ଓ ହରିୟାଣାରୁ ଜଣିଏ ଲେଖାଏଁ ଲୋକଙ୍କୁ ମୃତ୍ୟୁ ହୋଇଛି । ସମସ୍ତ ମୃତଦେହ ଭାରତୀୟ ଦୂତାବାସ ସହାୟତାରେ ଭାରତ ପହଞ୍ଚିଛି ।