ଭାରତରେ ପ୍ରଥମ, ସ୍ତନ କର୍କଟର ସଫଳ ଅପରେସନ କଲା ରୋବଟ୍

ନୂଆଦିଲ୍ଲୀ ୨୨।୦୪: ମେଡିକାଲ ବିଜ୍ଞାନର ବଡ ସଫଳତା । ରୋବଟ୍ କଲା ସ୍ତନ କର୍କଟର ସଫଳ ଅପରେସନ । ଭାରତରେ ପ୍ରଥମଥର ପାଇଁ ଏପରି କିଛି ହୋଇଛି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର ପାଇଁ ରୋବଟ ସାହାଯ୍ୟରେ ଅସ୍ତ୍ରୋପଚାର ହୋଇଛି । ଦୁଇ ଜଣ ମହିଳାଙ୍କର ଟିସୁର ପୁନଃନିର୍ମାଣ କରାଯିବା ସହ ଏଥିରେ ସ୍ତନ କାଟିବାର ଆବଶ୍ୟକତା ପଡି ନାହିଁ ।  ଯାହା କି ମେଡିକାଲ ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ସଫଳତା । ଏକ ରିପୋର୍ଟ ଅନୁଯାୟୀ, ପଂଜାବୀ ବାଗ ସ୍ଥିତ ସିକେ ବିର୍ଲା ହସ୍ପିଟାଲର କର୍କଟ ରୋଗ ଚିକିତ୍ସା ବିଭାଗର ନିର୍ଦେଶକ ଡାକ୍ତର ମନ୍ଦୀପ ସିଂ ମାଲହୋତ୍ର ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ୨୭ ବର୍ଷିୟ ଜଣେ ମହିଳା ପ୍ରସବ ପରେ ସ୍ତନ ପାଖରେ ଗୁଳା ଥିବାର ଅନୁଭବ କଲେ। ଗର୍ଭବାସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଏକା ସାଧାରଣ କଥା ଭାବି ମହିଳା ଜଣକ ଏଡାଇ ଦେଇଥିଲେ । କିନ୍ତୁ ଚେକଅପରୁ ସେ ସ୍ତନ କର୍କଟର ପ୍ରଥମ ଚରଣରେ ପୀଡିତ ବୋଲି ଜଣା ପଡିଥିଲେ । ଏହାପରେ ସେ କେମୋଥେରାପି, ଇମିନ୍ୟୁଥେରାପି ଓ ନାଚୁରାଲ ସପ୍ଲିମେଣ୍ଟ ନେବା ଆରମ୍ଭ କରିଥିଲେ।କେମୋଥେରାପି ଟ୍ୟୁମରର ଆପ୍ଟିକଲ୍‌କୁ ହଟାଇବାରେ ସାହାଯ୍ୟ ହୋଇଥାଏ । ବିନା କୌଣସି ଅସୁବିଧାରେ ରୋବର୍ଟ ସାହାଯ୍ୟରେ ଟିସୁକୁ ପୁନଃ ନିର୍ମାଣ କରା ଯାଇଥିଲା ଓ ସ୍ତନ ମଧ୍ୟ ସୁରକ୍ଷିତ ଥିଲା। ଏପରିକି ଠିକ ହେବା ପରେ ସେ ନିଜ ଶିଶୁକୁ ନିଜର ସ୍ତନ୍ୟପାନ ମଧ୍ୟ କରାଇ ପାରୁଛନ୍ତି।ଠିକ ଏ

ଭାରତରେ ପ୍ରଥମ, ସ୍ତନ କର୍କଟର ସଫଳ ଅପରେସନ କଲା ରୋବଟ୍

ନୂଆଦିଲ୍ଲୀ ୨୨।୦୪: ମେଡିକାଲ ବିଜ୍ଞାନର ବଡ ସଫଳତା । ରୋବଟ୍ କଲା ସ୍ତନ କର୍କଟର ସଫଳ ଅପରେସନ । ଭାରତରେ ପ୍ରଥମଥର ପାଇଁ ଏପରି କିଛି ହୋଇଛି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର ପାଇଁ ରୋବଟ ସାହାଯ୍ୟରେ ଅସ୍ତ୍ରୋପଚାର ହୋଇଛି । ଦୁଇ ଜଣ ମହିଳାଙ୍କର ଟିସୁର ପୁନଃନିର୍ମାଣ କରାଯିବା ସହ ଏଥିରେ ସ୍ତନ କାଟିବାର ଆବଶ୍ୟକତା ପଡି ନାହିଁ ।  ଯାହା କି ମେଡିକାଲ ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ସଫଳତା । 

ଏକ ରିପୋର୍ଟ ଅନୁଯାୟୀ, ପଂଜାବୀ ବାଗ ସ୍ଥିତ ସିକେ ବିର୍ଲା ହସ୍ପିଟାଲର କର୍କଟ ରୋଗ ଚିକିତ୍ସା ବିଭାଗର ନିର୍ଦେଶକ ଡାକ୍ତର ମନ୍ଦୀପ ସିଂ ମାଲହୋତ୍ର ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ୨୭ ବର୍ଷିୟ ଜଣେ ମହିଳା ପ୍ରସବ ପରେ ସ୍ତନ ପାଖରେ ଗୁଳା ଥିବାର ଅନୁଭବ କଲେ। 

ଗର୍ଭବାସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଏକା ସାଧାରଣ କଥା ଭାବି ମହିଳା ଜଣକ ଏଡାଇ ଦେଇଥିଲେ । କିନ୍ତୁ ଚେକଅପରୁ ସେ ସ୍ତନ କର୍କଟର ପ୍ରଥମ ଚରଣରେ ପୀଡିତ ବୋଲି ଜଣା ପଡିଥିଲେ । ଏହାପରେ ସେ କେମୋଥେରାପି, ଇମିନ୍ୟୁଥେରାପି ଓ ନାଚୁରାଲ ସପ୍ଲିମେଣ୍ଟ ନେବା ଆରମ୍ଭ କରିଥିଲେ।

କେମୋଥେରାପି ଟ୍ୟୁମରର ଆପ୍ଟିକଲ୍‌କୁ ହଟାଇବାରେ ସାହାଯ୍ୟ ହୋଇଥାଏ । ବିନା କୌଣସି ଅସୁବିଧାରେ ରୋବର୍ଟ ସାହାଯ୍ୟରେ ଟିସୁକୁ ପୁନଃ ନିର୍ମାଣ କରା ଯାଇଥିଲା ଓ ସ୍ତନ ମଧ୍ୟ ସୁରକ୍ଷିତ ଥିଲା। ଏପରିକି ଠିକ ହେବା ପରେ ସେ ନିଜ ଶିଶୁକୁ ନିଜର ସ୍ତନ୍ୟପାନ ମଧ୍ୟ କରାଇ ପାରୁଛନ୍ତି।

ଠିକ ଏହି ପ୍ରକାରର ଅସ୍ତ୍ରୋପଚାର ମାଧ୍ୟମରେ ଜଣେ ୬୦ ବୟସ୍କା ମହିଳାଙ୍କର ମଧ୍ୟ ସ୍ତନ କର୍କଟର ଉପଚାର ସମ୍ଭବ ହୋଇ ପାରିଛି । ସ୍ତନରେ ୩ଟି ଗୁଳା ହୋଇଥିଲା । ଏହି ଉପଚାରରେ ରୋବଟ ସାମିଲ ହୋଇ ଅତି ନିଖୁଣ ଭାବେ କାମ କରୁଥିବାରୁ ଚର୍ମ ମଧ୍ୟ ବେଶୀ କିଛି ନଷ୍ଟ ହୋଇ ନଥିଲା । ଚିକିତ୍ସା ପରେ ଏବେ ଉଭୟ ମହିଳା ସୁସ୍ଥ ଅଛନ୍ତି।

ଡାକ୍ତର କହିଛନ୍ତି ଯେ ଏହା ଏକ ବିରଳ ପ୍ରକାରର ଅସ୍ତ୍ରୋପଚାର । ଯେଉଁଥିରେ ଲେଟିସିମସ୍ ଫ୍ଲାପ୍ ପୁନଃନିର୍ମାଣରେ ବ୍ୟବହୃତ ହୁଏ । ଅସ୍ତ୍ରୋପଚାରରେ ରୋବଟ୍ ସାହାଯ୍ୟରେ ଫଟୋ ଅଧିକ ଏବଂ କଟାକଟି କମ୍‌ ହୋଇଛି । ରୋବଟକୁ ସାଇଟ୍‌ରୁ ସ୍ତନରେ ଭର୍ତ୍ତି କରାଯାଇଥାଏ । ଯାହା ଟିସୁକୁ ବାହାର କରି ସ୍ତନକୁ ପୁନଃ ନିର୍ମାଣ କରିଥାଏ । ଏହି ପ୍ରକ୍ରିୟାରେ ସ୍ତନ ଚର୍ମ କ୍ଷତିଗ୍ରସ୍ତ ହୁଏ ନାହିଁ ।