ଫି’ ବଢାଇଲେ ସାମନ୍ଥା, ୱେବ୍ ସିରିଜ୍ ‘ସିଟାଡେଲ’ ପାଇଁ ନେଇଛନ୍ତି ୧୦ କୋଟି !
ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୃ। ବର୍ତ୍ତମାନ ଇଣ୍ଡଷ୍ଟ୍ରିରେ ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ସାଉଥ୍ ସହିତ ତାଙ୍କୁ ବଲିଉଡରେ ମଧ୍ୟ ବହୁତ ପସନ୍ଦ କରାଯାଉଛି। ସାମନ୍ଥା ଏପର୍ଯ୍ୟନ୍ତ ବଲିଉଡରେ ଏଣ୍ଟ୍ରି କରି ନାହାଁନ୍ତି । ତଥାପି ତାଙ୍କ ପ୍ରଶଂସକ ଖୁବ୍ ଅଧିକ। ତାଙ୍କୁ ୱେବ୍ ସିରିଜ୍ ଦି ଫ୍ୟାମିଲି ମ୍ୟାନ୍ ର ସିଜନ୍ ୨ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଖୁବ୍ ଶୀଘ୍ର ୱେବ୍ ସିରିଜ୍ ସିଟାଡେଲରେ ବରୁଣ ଧାୱନଙ୍କ ସହ ନଜର ଆସିବେ । ଏହି ସିରିଜ୍ ପାଇଁ ସାମନ୍ଥା ମୋଟା ଅଙ୍କର ଫି ଆଦାୟ କରିଛନ୍ତି। ରିପୋର୍ଟରେ ଜଣାପଡିଛି କି ସେ ମଧ୍ୟ ତାଙ୍କ ଫି ବୃଦ୍ଧି କରିଛନ୍ତି ।ସାମନ୍ଥା ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି। ତାଙ୍କର ଇଣ୍ଡଷ୍ଟ୍ରିରେ ସହିତ ଆଗରୁ କୌଣସି ଲିଙ୍କ ନଥିଲା । ମଡେଲିଂ ମାଧ୍ୟମରେ ତାଙ୍କ ଖର୍ଚ୍ଚ ପୂରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସାମନ୍ଥା ଏକ ମଧ୍ୟବିତ୍ତ ପରିବାରର ଅଟନ୍ତି । ଦ୍ୱାଦଶ ପରେ, ଅଧ୍ୟୟନ ପାଇଁ ଟଙ୍କା ନଥିଲା। ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେ ମଡେଲିଂ ଆରମ୍ଭ କରିଥିଲେ। ଏହା ପରେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏକ ସମୟ ଥିଲା ଯେତେବେଳେ ତାଙ୍କ ପାଖରେ ଖାଇବା ପାଇଁ ଟଙ୍କା ମଧ୍ୟ ନଥିଲା । କିନ୍ତୁ ମଡେଲିଂ ସମୟରେ ଫିଲ୍ମ ନିର୍ମାତା ରବି ବର୍ମାନ ତାଙ୍କୁ ଦେଖିଥିଲେ। ଏହା ପରେ ତାଙ୍କ ଭାଗ୍ୟ ଖୋଲିଯାଇଥିଲା । ଅଡିସନ ପରେ ସେ ତାଙ୍କ ଚଳଚ୍ଚିତ୍ରରେ
ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୃ। ବର୍ତ୍ତମାନ ଇଣ୍ଡଷ୍ଟ୍ରିରେ ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ସାଉଥ୍ ସହିତ ତାଙ୍କୁ ବଲିଉଡରେ ମଧ୍ୟ ବହୁତ ପସନ୍ଦ କରାଯାଉଛି। ସାମନ୍ଥା ଏପର୍ଯ୍ୟନ୍ତ ବଲିଉଡରେ ଏଣ୍ଟ୍ରି କରି ନାହାଁନ୍ତି । ତଥାପି ତାଙ୍କ ପ୍ରଶଂସକ ଖୁବ୍ ଅଧିକ। ତାଙ୍କୁ ୱେବ୍ ସିରିଜ୍ ଦି ଫ୍ୟାମିଲି ମ୍ୟାନ୍ ର ସିଜନ୍ ୨ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଖୁବ୍ ଶୀଘ୍ର ୱେବ୍ ସିରିଜ୍ ସିଟାଡେଲରେ ବରୁଣ ଧାୱନଙ୍କ ସହ ନଜର ଆସିବେ । ଏହି ସିରିଜ୍ ପାଇଁ ସାମନ୍ଥା ମୋଟା ଅଙ୍କର ଫି ଆଦାୟ କରିଛନ୍ତି। ରିପୋର୍ଟରେ ଜଣାପଡିଛି କି ସେ ମଧ୍ୟ ତାଙ୍କ ଫି ବୃଦ୍ଧି କରିଛନ୍ତି ।
ସାମନ୍ଥା ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି। ତାଙ୍କର ଇଣ୍ଡଷ୍ଟ୍ରିରେ ସହିତ ଆଗରୁ କୌଣସି ଲିଙ୍କ ନଥିଲା । ମଡେଲିଂ ମାଧ୍ୟମରେ ତାଙ୍କ ଖର୍ଚ୍ଚ ପୂରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସାମନ୍ଥା ଏକ ମଧ୍ୟବିତ୍ତ ପରିବାରର ଅଟନ୍ତି । ଦ୍ୱାଦଶ ପରେ, ଅଧ୍ୟୟନ ପାଇଁ ଟଙ୍କା ନଥିଲା। ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେ ମଡେଲିଂ ଆରମ୍ଭ କରିଥିଲେ। ଏହା ପରେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏକ ସମୟ ଥିଲା ଯେତେବେଳେ ତାଙ୍କ ପାଖରେ ଖାଇବା ପାଇଁ ଟଙ୍କା ମଧ୍ୟ ନଥିଲା । କିନ୍ତୁ ମଡେଲିଂ ସମୟରେ ଫିଲ୍ମ ନିର୍ମାତା ରବି ବର୍ମାନ ତାଙ୍କୁ ଦେଖିଥିଲେ। ଏହା ପରେ ତାଙ୍କ ଭାଗ୍ୟ ଖୋଲିଯାଇଥିଲା । ଅଡିସନ ପରେ ସେ ତାଙ୍କ ଚଳଚ୍ଚିତ୍ରରେ ସାମନ୍ଥାଙ୍କୁ ସାଇନ କରିଥିଲେ ।
ସାମନ୍ଥାଙ୍କୁ ଖୁବ୍ ଶୀଘ୍ର ୱେବ୍ ସିରିଜ୍ ସିଟାଡେଲରେ ଦେଖିବାକୁ ମିଳିବ । କୁହାଯାଉଛି କି ଏହି ସିରିଜ ପାଇଁ ସେ ୧୦ କୋଟି ଟଙ୍କା ଆଦାୟ କରିଛନ୍ତି। ସିରିଜର ଟିଜର ରିଲିଜ ହୋଇଛି । ବର୍ତ୍ତମାନ ପ୍ରଶଂସକମାନେ ଏହାର ରିଲିଜକୁ ଅପେକ୍ଷା କରିଛନ୍ତି । ଏହି ସିରିଜ୍ ୭ ନଭେମ୍ବରରେ ପ୍ରାଇମ୍ ଭିଡିଓରେ ମୁକ୍ତିଲାଭ କରିବ ।