ଭାରତରେ ଲଞ୍ଚ ହୋଇଛି ଏକ ପାୱାରଫୁଲ୍ ଇଲେକ୍ଟ୍ରିକ୍ ବାଇକ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ
Odysse ଭାରତରେ ଏହାର ନୂତନ Evoqis Lite ଇଲେକ୍ଟ୍ରିକ୍ ସ୍ପୋର୍ଟସ୍ ବାଇକ୍ ଲଞ୍ଚ କରିଛି । ଏହାର ମୂଲ୍ୟ ମାତ୍ର ୧.୧୮ ଲକ୍ଷ ଟଙ୍କା ରଖାଯାଇଛି, ଯାହା ଏହାକୁ ଭାରତର ସବୁଠାରୁ ଶସ୍ତା ଇ-ସ୍ପୋର୍ଟସ୍ ବାଇକ୍ କରିଥାଏ । Evoqis Liteର ଡିଜାଇନ୍ କାୱାସାକି ନିଞ୍ଜା 300 ସହିତ ସମାନ ଦେଖାଯାଉଛି । ଏଥିରେ ଡୁଆଲ୍ ହେଡଲାଇଟ୍, ଟ୍ରାନ୍ସପରେଣ୍ଟ ୱିଣ୍ଡସ୍କ୍ରିନ୍, ଫେୟାରିଂ-ମାଉଣ୍ଟେଡ୍ ମିରର୍, ସ୍ପ୍ଲିଟ୍ ସିଟ୍ ସେଟଅପ୍ ଏବଂ ଷ୍ଟାଇଲିସ୍ ଟେଲଲାଇଟ୍ ଅଛି । ଇକ୍ର ଫେୟାରିଂରେ […] The post ଭାରତରେ ଲଞ୍ଚ ହୋଇଛି ଏକ ପାୱାରଫୁଲ୍ ଇଲେକ୍ଟ୍ରିକ୍ ବାଇକ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ appeared first on KNews Odisha.

Odysse ଭାରତରେ ଏହାର ନୂତନ Evoqis Lite ଇଲେକ୍ଟ୍ରିକ୍ ସ୍ପୋର୍ଟସ୍ ବାଇକ୍ ଲଞ୍ଚ କରିଛି । ଏହାର ମୂଲ୍ୟ ମାତ୍ର ୧.୧୮ ଲକ୍ଷ ଟଙ୍କା ରଖାଯାଇଛି, ଯାହା ଏହାକୁ ଭାରତର ସବୁଠାରୁ ଶସ୍ତା ଇ-ସ୍ପୋର୍ଟସ୍ ବାଇକ୍ କରିଥାଏ । Evoqis Liteର ଡିଜାଇନ୍ କାୱାସାକି ନିଞ୍ଜା 300 ସହିତ ସମାନ ଦେଖାଯାଉଛି ।
ଏଥିରେ ଡୁଆଲ୍ ହେଡଲାଇଟ୍, ଟ୍ରାନ୍ସପରେଣ୍ଟ ୱିଣ୍ଡସ୍କ୍ରିନ୍, ଫେୟାରିଂ-ମାଉଣ୍ଟେଡ୍ ମିରର୍, ସ୍ପ୍ଲିଟ୍ ସିଟ୍ ସେଟଅପ୍ ଏବଂ ଷ୍ଟାଇଲିସ୍ ଟେଲଲାଇଟ୍ ଅଛି । ଇକ୍ର ଫେୟାରିଂରେ Transformers ଫିଲ୍ମ ସିରିଜର ଅଟୋବଟ୍ସ ଲୋଗୋ ଲଗାଯାଇଛି, ଯାହା ଏହାକୁ ଆହୁରି ଖାସ୍ କରିଥାଏ ।
ପରଫରମାନ୍ସ ଏବଂ ବ୍ୟାଟେରୀ ରେଞ୍ଜ :
ଇଭୋକ୍ୱିସ୍ ଲାଇଟ୍ ଏକ ୬୦V ବ୍ୟାଟେରୀ ସହିତ ଲେସ୍, ଯାହା ବାଇକ୍ର ସର୍ବାଧିକ ଗତିକୁ ୭୫ କିଲୋମିଟର/ଘଣ୍ଟା ପର୍ଯ୍ୟନ୍ତ ନେଇଥାଏ । ଏହି ବାଇକ୍ଟି ଫୁଲ୍ ଚାର୍ଜରେ ୯୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ । ଏଥିରେ ରିୟର ହବ୍ ମୋଟର ଅଛି, ଯାହା ଏକ ସ୍ମୁଥ୍ ଏବଂ ସାଇଲେଣ୍ଟ ରାଇଡିଂ ଏକ୍ସେପେରିୟନ୍ସ ପ୍ରଦାନ କରେ । ଏହି ବାଇକ୍ ଖାସ୍ କରି ସେହି ବ୍ୟବହାରକାରୀଙ୍କ ପାଇଁ ହୋଇଛି, ଯେଉଁମାନେ ଷ୍ଟାଇଲିସ୍ ଏବଂ ଦମଦାର୍ ରାଇଡିଂ ଚାହାଁନ୍ତି ।
ଫିଚର୍ସ ଏବଂ ସେଫ୍ଟି :
କମ ମୂଲ୍ୟ ସତ୍ତ୍ୱେ, ଇଭୋକ୍ୱିସ୍ ଲାଇଟ୍ରେ ଅନେକ ଦମଦାର୍ ଫିଚର୍ସ ରହିଛି । ଏଥିରେ ଅନେକ ରାଇଡିଂ ମୋଡ୍ ଅଛି, ଯାହା ବିଭିନ୍ନ ପରିସ୍ଥିତିରେ ଏକ ଉତ୍ତମ ରାଇଡିଂ ଏକ୍ସେପେରିୟନ୍ସ ପ୍ରଦାନ କରେ। ବାଇକ୍ରେ ଏକ କି-ଲେସ୍ ଇଗ୍ନିସନ୍ ସିଷ୍ଟମ୍ ଲଗାଯାଇଛି, ଯାହା ଦ୍ଵାରା ଚାବି ବିନା ମଧ୍ୟ ବାଇକ୍କୁ ଷ୍ଟାର୍ଟ କରାଯାଇପାରିବ । ମୋଟର କଟ୍-ଅଫ୍ ସ୍ୱିଚ୍ ଏବଂ ଏଣ୍ଟିଂ-ଥେପ୍ଟ ଲକ୍ ଭଳି ଫିଚର୍ସଗୁଡ଼ିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିଥାଏ । ଏଥିରେ ସ୍ମାର୍ଟ ବ୍ୟାଟେରୀ ଟେକ୍ନୋଲୋଜି ବ୍ୟବହାର କରାଯାଇଛି, ଯାହା ବ୍ୟାଟେରୀର ପରଫରମାନ୍ସ ଏବଂ ଲଇଫକୁ ଉନ୍ନତ କରିଥାଏ । ସେଫ୍ଟି ପାଇଁ ଫ୍ରଣ୍ଟରେ ଡୁଆଲ୍ ଡିସ୍କ ବ୍ରେକ୍ ଏବଂ ବ୍ୟାକରେ ସିଙ୍ଗଲ୍ ଡିସ୍କ ବ୍ରେକ୍ ଦିଆଯାଇଛି । ସାଧାରଣତଃ, ଏପରି ଫିଚର୍ସଗୁଡ଼ିକ କେବଳ ବଡ଼ ୬୫୦cc ବାଇକ୍ରେ ଦେଖାଯାଏ ।
କଲର ଅପ୍ସନ୍ :
ଇଭୋକ୍ୱିସ୍ ଲାଇଟ୍ ପାଞ୍ଚଟି ଦମଦାର୍ କଲରରେ ଲଞ୍ଚ କରାଯାଇଛି । ଗ୍ରାହକମାନେ କୋବାଲ୍ଟ ବ୍ଲୁ, ଫାୟାର ରେଡ୍, ଲାଇମ୍ ଗ୍ରୀନ୍, ମାଗ୍ନା ହ୍ୱାଇଟ୍ ଏବଂ ବ୍ଲାକ୍ ଭଳି ଦମଦାର୍ କଲର ଅପ୍ସନ ମଧ୍ୟରୁ ବାଛିପାରିବେ, ଯାହା ବାଇକ୍କୁ ଆହୁରି ଷ୍ଟାଇଲିସ୍ କରିଥାଏ ।
ଇଭୋକ୍ୱିସ୍ ଲାଇଟ୍ ଲଞ୍ଚ୍ ବିଷୟରେ ଓଡିସ୍ ଇଲେକ୍ଟ୍ରିକ୍ ର ପ୍ରତିଷ୍ଠାତା ନେମିନ୍ ଭୋରା କହିଛନ୍ତି, “ଏହି ଲଞ୍ଚ୍ ସହିତ ଆମେ ସ୍ପୋର୍ଟି ରାଇଡ୍ଗୁଡ଼ିକୁ ଅଧିକ ଆଫର୍ଡେବଲ୍ କରୁଛୁ । ଯଦି ବାଇଲର୍ସମାନେ ଆଫର୍ଡେବଲ୍ ପ୍ରାଇସରେ ଗୋଟିଏ ବାଇକ୍ ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ବାଇକ୍ ବଷ୍ଟ ଅପ୍ସନ ହୋଇପାରିବ ।
The post ଭାରତରେ ଲଞ୍ଚ ହୋଇଛି ଏକ ପାୱାରଫୁଲ୍ ଇଲେକ୍ଟ୍ରିକ୍ ବାଇକ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ appeared first on KNews Odisha.