ଭାରତରେ ‘ ସିଙ୍ଗାପୁର ଭାରିଆଣ୍ଟ’ର ଚିହ୍ନଟ ମଧ୍ୟରେ ICMR ଦେଲା ବଡ଼ ଆଶ୍ୱସ୍ତି , କରୋନା କେସ୍‌ କମୁଛି ; ହେଲେ ...

ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ସିଙ୍ଗାପୁର ଭାରିଆଣ୍ଟର ଭାରତରେ ଚିହ୍ନଟ ହେବା ମଧ୍ୟରେ ICMR-NIV ଦେଶବାସୀଙ୍କୁ ଆଶ୍ୱସ୍ତିର ଖବର ଦେଇଛି। ସଂସ୍ଥାର ନିର୍ଦ୍ଦେଶକ ଡା.ନବୀନ କୁମାର କହିଛନ୍ତି ଯେ, ଦେଶରେ କୋଭିଡ-୧୯ର ଆକ୍ଟିଭ୍‌ ମାମଲାରେ ଏବେ ଲଗାତାର ହ୍ରାସ ଦେଖିବାକୁ ମିଳିଛି ଏବଂ ବର୍ତ୍ତମାନ ଯେଉଁ ଭାରିଆଣ୍ଟ ପ୍ରସାରିତ ହେଉଛି ,ତାଙ୍କର ଲକ୍ଷଣ ସାଧାରଣ ଓ ହାଲୁକା ଲକ୍ଷଣ ଦେଖା ଦେଇଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କୋଭିଡ୍‌ ସଂପୂର୍ଣ୍ଣ ରୂପେ ଶେଷ ହୋଇ ନାହିଁ , କିନ୍ତୁ ଏହାର ପ୍ରଭାବ ସେତେ ମାରାତ୍ମକ ନୁହେଁ ,ଯେତେ ପ୍ରଥମେ ଦେଖିବାକୁ ମିଳିଥିଲା। ଏଥିରେ ଚିନ୍ତିତ ନହୋଇ ସତର୍କ ରହିବା ଜରୁରୀ। ଡା.କୁମାର କହିଛନ୍ତି , ଆମେ କୋଭିଡ୍‌ ଭାରିଆଣ୍ଟର ଜିନୋମିକ ଯାଞ୍ଚ ଓ ଡାଇଗ୍ନୋସିସ୍‌ କରୁଛୁ। ସିଙ୍ଗାପୁର ଓ ଏହାର ଆଖାପାଖର ଦେଶରେ ମାମଲାର ବୃଦ୍ଧି ପରେ ଆମେ ଦେଖିଲୁ କି, ସେଠାରେ ଭାରିଆଣ୍ଟ ଭାରତରେ ମଧ୍ୟ ଗତ ୫-୬ ସପ୍ତାହରୁ ଦେଖା ଯାଉଛି। ଆମେ ଏହା ଉପରେ ନିଜର ନିରୀକ୍ଷଣ ଓ ଟେଷ୍ଟିଂ ବଢାଇ ଦେଇଛୁ।   ICMR-NIV ଅନୁସାରେ , ଭାରତରେ ଏହି ସମୟରେ JN.1, LF.7 , XFG ଓ NB.1.8.1 ଭଳି ଓମିକ୍ରନର ସବ୍‌ –ଭାରିଆଣ୍ଟସ ସକ୍ରିୟ ଅଛନ୍ତି। ଡା.କୁମାରଙ୍କ ମୁତାବିକ , ଆମେ ଏହିସବୁ ଭାରିଆଣ୍ଟକୁ ଆଇସୋଲେଟ୍‌ କରି ନେଇଛୁ ଏବଂ ଏବେସୁଦ୍ଧା ଏଥିରେ କୌଣସି ଗୁରୁତର ଲକ୍ଷଣ ଦେଖିବାକୁ ମିଳିନାହିଁ। ଅଧିକାଂଶ ସଂକ୍ରମଣ ହାଲୁ

ଭାରତରେ ‘ ସିଙ୍ଗାପୁର ଭାରିଆଣ୍ଟ’ର ଚିହ୍ନଟ ମଧ୍ୟରେ ICMR ଦେଲା ବଡ଼ ଆଶ୍ୱସ୍ତି , କରୋନା କେସ୍‌ କମୁଛି ;  ହେଲେ ...

ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ସିଙ୍ଗାପୁର ଭାରିଆଣ୍ଟର ଭାରତରେ ଚିହ୍ନଟ ହେବା ମଧ୍ୟରେ ICMR-NIV ଦେଶବାସୀଙ୍କୁ ଆଶ୍ୱସ୍ତିର ଖବର ଦେଇଛି। ସଂସ୍ଥାର ନିର୍ଦ୍ଦେଶକ ଡା.ନବୀନ କୁମାର କହିଛନ୍ତି ଯେ, ଦେଶରେ କୋଭିଡ-୧୯ର ଆକ୍ଟିଭ୍‌ ମାମଲାରେ ଏବେ ଲଗାତାର ହ୍ରାସ ଦେଖିବାକୁ ମିଳିଛି ଏବଂ ବର୍ତ୍ତମାନ ଯେଉଁ ଭାରିଆଣ୍ଟ ପ୍ରସାରିତ ହେଉଛି ,ତାଙ୍କର ଲକ୍ଷଣ ସାଧାରଣ ଓ ହାଲୁକା ଲକ୍ଷଣ ଦେଖା ଦେଇଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କୋଭିଡ୍‌ ସଂପୂର୍ଣ୍ଣ ରୂପେ ଶେଷ ହୋଇ ନାହିଁ , କିନ୍ତୁ ଏହାର ପ୍ରଭାବ ସେତେ ମାରାତ୍ମକ ନୁହେଁ ,ଯେତେ ପ୍ରଥମେ ଦେଖିବାକୁ ମିଳିଥିଲା। ଏଥିରେ ଚିନ୍ତିତ ନହୋଇ ସତର୍କ ରହିବା ଜରୁରୀ। 

ଡା.କୁମାର କହିଛନ୍ତି , ଆମେ କୋଭିଡ୍‌ ଭାରିଆଣ୍ଟର ଜିନୋମିକ ଯାଞ୍ଚ ଓ ଡାଇଗ୍ନୋସିସ୍‌ କରୁଛୁ। ସିଙ୍ଗାପୁର ଓ ଏହାର ଆଖାପାଖର ଦେଶରେ ମାମଲାର ବୃଦ୍ଧି ପରେ ଆମେ ଦେଖିଲୁ କି, ସେଠାରେ ଭାରିଆଣ୍ଟ ଭାରତରେ ମଧ୍ୟ ଗତ ୫-୬ ସପ୍ତାହରୁ ଦେଖା ଯାଉଛି। ଆମେ ଏହା ଉପରେ ନିଜର ନିରୀକ୍ଷଣ ଓ ଟେଷ୍ଟିଂ ବଢାଇ ଦେଇଛୁ।   

ICMR-NIV ଅନୁସାରେ , ଭାରତରେ ଏହି ସମୟରେ JN.1, LF.7 , XFG ଓ NB.1.8.1 ଭଳି ଓମିକ୍ରନର ସବ୍‌ –ଭାରିଆଣ୍ଟସ ସକ୍ରିୟ ଅଛନ୍ତି। ଡା.କୁମାରଙ୍କ ମୁତାବିକ , ଆମେ ଏହିସବୁ ଭାରିଆଣ୍ଟକୁ ଆଇସୋଲେଟ୍‌ କରି ନେଇଛୁ ଏବଂ ଏବେସୁଦ୍ଧା ଏଥିରେ କୌଣସି ଗୁରୁତର ଲକ୍ଷଣ ଦେଖିବାକୁ ମିଳିନାହିଁ। ଅଧିକାଂଶ ସଂକ୍ରମଣ ହାଲୁକ ଧରଣର।

ICMRର ମହାନିର୍ଦ୍ଦେଶକ ଡା. ରାଜିଭ ବହଲ ଏଏନଆଇକୁ କହିଛନ୍ତି, ସରକାର ତିନୋଟି ମୁଖ୍ୟ ବିନ୍ଦୁ ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ- ଯେଉଁଥିରେ ସଂକ୍ରମଣର ଗତି ଓ ମାମଲା ବୃଦ୍ଧି, ଭାଇରସ ଆମର ପ୍ରାକୃତିକ ବା ଭାକ୍ସିନରେ ତିଆରି ଇମ୍ୟୁନିଟି ଠାରୁ କଣ ବର୍ତ୍ତି ଯାଇ ପାରିବ? ଏହି ଭାରିଆଣ୍ଟ କଣ ପୂର୍ବାପେକ୍ଷା ଅଧିକ ଗୁରୁତର ନା ଓମିକ୍ରନ ଭଳି ହାଲକା। ସେ କହିଛନ୍ତି , ବର୍ତ୍ତମାନ ଅଧିକାଂଶ ମାମଲାରେ ଲକ୍ଷଣ ଓମିକ୍ରନ ଭଳି ହାଲକା ଓ ସାଧାରଣ। 

ଡା. ବହଲ ଏହା ମଧ୍ୟ କହିଛନ୍ତି ଯେ, ଯଦି କୌଣସି ନୂଆ ଭାରିଆଣ୍ଟ ବାହାରେ , ତ ସରକାରଙ୍କ ପାଖରେ ଦୁଇଟି ବିକଳ୍ପ ଅଛି- ଗୋଟିଏ ବର୍ତ୍ତମାନ ଥିବା ଭାକ୍ସିନର ପ୍ରଭାବଶୀଳତାର ଯାଞ୍ଚ କରିବା ଓ ଦ୍ୱିତୀୟ ବିଶେଷ ଭାବେ ନୂଆ ଭାରିଆଣ୍ଟକୁ ଟାର୍ଗେଟ୍‌ କରି ନୂଆ ଭାକ୍ସିନ ତିଆରି କରିବା। ସେ ଆହୁରି କହିଛନ୍ତି- ଆମର ଭାକ୍ସିନ ଡେଭଲପମେଣ୍ଟ କ୍ଷମତା ପ୍ରସ୍ତୁତ ଅଛି ଏବଂ ଆବଶ୍ୟକ ପଡ଼ିଲେ ନୂଆ ଭାକ୍ସିନ ଖୁବ୍‌ ଶୀଘ୍ର ବିକଶିତ କରାଯାଇ ପାରେ।