ଭାରତରେ ସେମିକଣ୍ଡକ୍ଟର ନିର୍ମାଣ କରିବାକୁ ପ୍ରସ୍ତାବ ଦେଲେ ଇସ୍ରାଏଲ୍ କମ୍ପାନୀ ଟାୱର

ନୂଆଦିଲ୍ଲୀ: ଭାରତରେ ସେମିକଣ୍ଡକ୍ଟର ନିର୍ମାଣ କରିବାକୁ ପ୍ରସ୍ତାବ ଦେଲା ଇସ୍ରାଏଲ ପ୍ରଖ୍ୟାତ ସେମିକଣ୍ଡକ୍ଟର ନିର୍ମାତା କମ୍ପାନୀ ଟାୱର। କମ୍ପାନୀ ଭାରତରେ ୮ ଆରବ ଡଲାର ନିବେଶ କରି ପ୍ଲାଣ୍ଟ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି। ଯଦି ଏହା ସଫଳ ହୁଏ ତେବେ ଭାରତ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଖୁବ୍ ଆଗକୁ ଯାଇପାରିବ।   କେନ୍ଦ୍ର ସରକାର ମଧ୍ୟ ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସରକାର ଡିସେମ୍ବର ୨୦୨୧ରେ ୧୦ ବିଲିୟନ ଡଲାରର ଯୋଜନା ଘୋଷଣା କରିଥିଲେ। ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଇସ୍ରାଏଲ୍ କମ୍ପାନୀ ଟାୱର ଭାରତରେ ଏକ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବାକୁ ଆଗ୍ରହ ଦେଖାଇଛି। କମ୍ପାନୀ ଭାରତ ସରକାରଙ୍କୁ ୮ ବିଲିୟନ ଡଲାରର ପ୍ରସ୍ତାବ ମଧ୍ୟ ଦେଇଛି। ଏଥିପାଇଁ କମ୍ପାନୀ ସରକାରଙ୍କଠାରୁ ପ୍ରୋତ୍ସାହନ ଦାବି କରିଛି। ଏହି ପ୍ରସ୍ତାବ ଅନୁଯାୟୀ ଟାୱର ଭାରତରେ ୬୫ ନାନୋମିଟର ଏବଂ ୪୦ ନାନୋମିଟର ଚିପ୍ ତିଆରି କରିବ। ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଗତ ବର୍ଷ ଅକ୍ଟୋବରରେ ଟାୱର ସେମିକଣ୍ଡକ୍ଟରର ସିଇଓ ରସେଲ ସି ଏଲୱାଙ୍ଗରଙ୍କୁ ଭେଟିଥିଲେ। ଏହି ବୈଠକର ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ ମଧ୍ୟ ସାମିଲ ଥିଲେ। ଏଥିରେ ଭାରତ ଏବଂ ଟାୱର କମ୍ପାନୀ ମଧ୍ୟରେ ସେମିକଣ୍ଡକ୍ଟର ପାର୍ଟନର୍ସିପ୍ ପାଇଁ ଆଲୋଚନା ହୋଇଛି ବୋଲି ରାଜୀବ ଚନ୍ଦ୍ରଶେଖର ସୂ

ଭାରତରେ ସେମିକଣ୍ଡକ୍ଟର ନିର୍ମାଣ କରିବାକୁ ପ୍ରସ୍ତାବ ଦେଲେ ଇସ୍ରାଏଲ୍ କମ୍ପାନୀ ଟାୱର

tower semicondutor

ନୂଆଦିଲ୍ଲୀ: ଭାରତରେ ସେମିକଣ୍ଡକ୍ଟର ନିର୍ମାଣ କରିବାକୁ ପ୍ରସ୍ତାବ ଦେଲା ଇସ୍ରାଏଲ ପ୍ରଖ୍ୟାତ ସେମିକଣ୍ଡକ୍ଟର ନିର୍ମାତା କମ୍ପାନୀ ଟାୱର। କମ୍ପାନୀ ଭାରତରେ ୮ ଆରବ ଡଲାର ନିବେଶ କରି ପ୍ଲାଣ୍ଟ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି। ଯଦି ଏହା ସଫଳ ହୁଏ ତେବେ ଭାରତ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଖୁବ୍ ଆଗକୁ ଯାଇପାରିବ।  

କେନ୍ଦ୍ର ସରକାର ମଧ୍ୟ ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସରକାର ଡିସେମ୍ବର ୨୦୨୧ରେ ୧୦ ବିଲିୟନ ଡଲାରର ଯୋଜନା ଘୋଷଣା କରିଥିଲେ।

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଇସ୍ରାଏଲ୍ କମ୍ପାନୀ ଟାୱର ଭାରତରେ ଏକ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବାକୁ ଆଗ୍ରହ ଦେଖାଇଛି। କମ୍ପାନୀ ଭାରତ ସରକାରଙ୍କୁ ୮ ବିଲିୟନ ଡଲାରର ପ୍ରସ୍ତାବ ମଧ୍ୟ ଦେଇଛି। ଏଥିପାଇଁ କମ୍ପାନୀ ସରକାରଙ୍କଠାରୁ ପ୍ରୋତ୍ସାହନ ଦାବି କରିଛି। ଏହି ପ୍ରସ୍ତାବ ଅନୁଯାୟୀ ଟାୱର ଭାରତରେ ୬୫ ନାନୋମିଟର ଏବଂ ୪୦ ନାନୋମିଟର ଚିପ୍ ତିଆରି କରିବ।

ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଗତ ବର୍ଷ ଅକ୍ଟୋବରରେ ଟାୱର ସେମିକଣ୍ଡକ୍ଟରର ସିଇଓ ରସେଲ ସି ଏଲୱାଙ୍ଗରଙ୍କୁ ଭେଟିଥିଲେ। ଏହି ବୈଠକର ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ ମଧ୍ୟ ସାମିଲ ଥିଲେ। ଏଥିରେ ଭାରତ ଏବଂ ଟାୱର କମ୍ପାନୀ ମଧ୍ୟରେ ସେମିକଣ୍ଡକ୍ଟର ପାର୍ଟନର୍ସିପ୍ ପାଇଁ ଆଲୋଚନା ହୋଇଛି ବୋଲି ରାଜୀବ ଚନ୍ଦ୍ରଶେଖର ସୂଚନା ଦେଇଥିଲେ।

ପଢ଼ନ୍ତୁ-ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ୨୦ ପ୍ରତିଶତ ବୃଦ୍ଧି, ସଂଶୋଧିତ ଆକଳନର ୮୦ % ଟାର୍ଗେଟ୍ ଛୁଇଁଲା

ଏହା ପୂର୍ବରୁ ୨୦୨୨ରେ ଆନ୍ତର୍ଜାତୀୟ ସେମିକଣ୍ଡକ୍ଟର କନ୍ସୋର୍ଟିୟମ୍ ଭାରତର ସେମିକଣ୍ଡକ୍ଟର ସ୍କିମ୍‌ରରେ ଭାଗ ନେବାକୁ ଆବେଦନ କରିଥିଲା। ଟାୱର କମ୍ପାନୀ ଏହି ISC ର ଏକ ଅଂଶ। ଅବଶ୍ୟ, ସେହି ସମୟରେ ଇଣ୍ଟେଲ ଟାୱର ସେମିକଣ୍ଡକ୍ଟରକୁ କିଣିବାକୁ ଚେଷ୍ଟା କରିଥିଲା। ଇଣ୍ଟେଲ୍ କିଣିବା ପରେ ଟାୱର ICSର ଅଂଶ ରହିବ କି ନାହିଁ ଏଥିପାଇଁ ଏକପ୍ରକାର ଅସ୍ଥିରତା ଦେଖା ଦେଇଥିବାରୁ ଭାରତ ସରକାର ଏହି ଆବେଦନକୁ ଗ୍ରହଣ କରିନଥିଲେ।

ଟାୱର ସେମିକଣ୍ଡକ୍ଟର କମ୍ପାନୀ ବିଷୟରେ..

ଟାୱର ସେମିକଣ୍ଡକ୍ଟର ହାଇ ଭାଲ୍ୟୁ ଆନାଲଗ ସେମିକଣ୍ଡକ୍ଟର ସଲ୍ୟୁସନ ଉପବଲ୍ଦ କରାଇଥାଏ। ଏହା ଅଟୋମୋବାଇଲ୍, ମେଡିକାଲ,ଇଣ୍ଡଷ୍ଟ୍ରୀଆଲ୍, କଞ୍ଜ୍ୟୁମର, ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ପରି କ୍ଷେତ୍ରରେ ଚିପ୍ ଯୋଗାଇଥାଏ। କମ୍ପାନୀ ବିଶ୍ୱରେ ୩୦୦ ରୁ ଅଧିକ ଗ୍ରାହକଙ୍କୁ ଆନାଲଗ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ଉତ୍ପାଦନ କରି ଯୋଗାଇଥାଏ। କମ୍ପାନୀର ବାର୍ଷିକ ଆୟ ୧ ବିଲିୟନ ଡଲାରରୁ ଅଧିକ।

ଗତ ବର୍ଷ ଜୁନ୍‌ରେ ଆମେରିକୀୟ ଚିପ୍ ନିର୍ମାତା ମାକ୍ରୋନ୍ ଟେକ୍ନୋଲୋଜି ଗୁଜୁରାଟରେ ୮୨୫ ନିୟୁତ ଡଲାର ବିନିଯୋଗରେ ଏକ ଆସେମ୍ବଲି ଏବଂ ଟେଷ୍ଟ ଫେସିଲିଟି ନିର୍ମାଣ କରିବାକୁ ଘୋଷଣା କରିଥିଲା। ଏହା ୨୦୨୪ ଶେଷରେ ଆରମ୍ଭ ହେବ।

The post ଭାରତରେ ସେମିକଣ୍ଡକ୍ଟର ନିର୍ମାଣ କରିବାକୁ ପ୍ରସ୍ତାବ ଦେଲେ ଇସ୍ରାଏଲ୍ କମ୍ପାନୀ ଟାୱର appeared first on Prameya News7.