ଭାରତରେ ହ୍ଵାଟ୍ସଆପ୍ର ବଡ କାର୍ଯ୍ୟାନୁଷ୍ଠାନ, ଗୋଟିଏ ମାସରେ ୭୬ ଲକ୍ଷ ଆକାଉଣ୍ଟ ବ୍ୟାନ୍
ମୁମ୍ଵାଇ ୦୨।୦୪: ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ୍ ଭାରତରେ ପ୍ରମୁଖ ପଦକ୍ଷେପ ନେଇଛି। ଫେବୃଆରୀ ମାସରେ ହ୍ଵାଟ୍ସଆପ ରେକର୍ଡ ୭୬.୨୮ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହାପୂର୍ବରୁ ଗତ ଜାନୁଆରୀ ମାସରେ ହ୍ଵାଟ୍ସଆପ ପ୍ରାୟ ୬୭.୨୮ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଥିଲା। ଆମେ ହ୍ଵାଟ୍ସଆପ୍ରେ ଅଶ୍ଳୀଳ କିମ୍ବା ଘୃଣ୍ୟ କଣ୍ଟେଣ୍ଟ ସେୟାର କରିପାରିବୁ ନାହିଁ।ଏହି କାରଣରୁ କରାଗଲା ଆକଉଣ୍ଟ ବ୍ୟାନ୍ ସୂଚନା ଅନୁଯାୟୀ, ହ୍ଵାଟ୍ସଆପ୍ ସେହି ଆକାଉଣ୍ଟ ଗୁଡିକୁ ନିଷିଦ୍ଧ କରିଥାଏ। ଯିଏ କମ୍ପାନୀର ନୀତି ଏବଂ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଥାଏ। ଯେକୌଣସି ୟୁଜର୍ସ ଅଶ୍ଳୀଳ, ଘୃଣ୍ୟ, ଅବୈଧ, ମାନହାନି, ଧମକ, ଭୟଭୀତ, ହଇରାଣ କିମ୍ବା ହ୍ଵାଟ୍ସଟସ୍ ଆପ୍ରେ ଥିବା ଉସକାଉଥିବା କଣଦଟେଣ୍ଟକୁ ସେୟାର କରିପାରିବେ ନାହିଁ । ।ସମୟ ସମୟରେ ହ୍ଵାଟ୍ସଆପ ଲୋକଙ୍କୁ ଏ ବିଷୟରେ ଅବଗତ କରାଇଥାଏ।୫୦ କୋଟିରୁ ଅଧିକ ୟୁଜର୍ସସୂଚନା ଅନୁଯାୟୀ, ଭାରତରେ ୫୦ କୋଟିରୁ ଅଧିକ ୟୁଜର୍ସ ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ ବ୍ୟବହାର କରନ୍ତି। କମ୍ପାନୀ ସୋମବାର ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ ଗତ ଫେବୃଆରୀରେ ଦେଶରୁ ମୋଟ ୧୬୬୧୮ ଟି ଅଭିଯୋଗ ଆସିଛି। ରିପୋର୍ଟ ଅନୁଯାୟୀ, ୨୦୨୧ ଆଇଟି ଆକ୍ଟ ଅନୁଯାୟୀ କମ୍ପାନୀ ଭାରତରେ ୭୬ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। କହିବାକୁ ଗଲେ ହ୍ଵାଟ୍ସଆପ୍ କ୍ରମାଗତ ଭାବରେ ଏହିପରି କ
ମୁମ୍ଵାଇ ୦୨।୦୪: ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ୍ ଭାରତରେ ପ୍ରମୁଖ ପଦକ୍ଷେପ ନେଇଛି। ଫେବୃଆରୀ ମାସରେ ହ୍ଵାଟ୍ସଆପ ରେକର୍ଡ ୭୬.୨୮ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହାପୂର୍ବରୁ ଗତ ଜାନୁଆରୀ ମାସରେ ହ୍ଵାଟ୍ସଆପ ପ୍ରାୟ ୬୭.୨୮ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଥିଲା। ଆମେ ହ୍ଵାଟ୍ସଆପ୍ରେ ଅଶ୍ଳୀଳ କିମ୍ବା ଘୃଣ୍ୟ କଣ୍ଟେଣ୍ଟ ସେୟାର କରିପାରିବୁ ନାହିଁ।
ଏହି କାରଣରୁ କରାଗଲା ଆକଉଣ୍ଟ ବ୍ୟାନ୍
ସୂଚନା ଅନୁଯାୟୀ, ହ୍ଵାଟ୍ସଆପ୍ ସେହି ଆକାଉଣ୍ଟ ଗୁଡିକୁ ନିଷିଦ୍ଧ କରିଥାଏ। ଯିଏ କମ୍ପାନୀର ନୀତି ଏବଂ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଥାଏ। ଯେକୌଣସି ୟୁଜର୍ସ ଅଶ୍ଳୀଳ, ଘୃଣ୍ୟ, ଅବୈଧ, ମାନହାନି, ଧମକ, ଭୟଭୀତ, ହଇରାଣ କିମ୍ବା ହ୍ଵାଟ୍ସଟସ୍ ଆପ୍ରେ ଥିବା ଉସକାଉଥିବା କଣଦଟେଣ୍ଟକୁ ସେୟାର କରିପାରିବେ ନାହିଁ । ।ସମୟ ସମୟରେ ହ୍ଵାଟ୍ସଆପ ଲୋକଙ୍କୁ ଏ ବିଷୟରେ ଅବଗତ କରାଇଥାଏ।
୫୦ କୋଟିରୁ ଅଧିକ ୟୁଜର୍ସ
ସୂଚନା ଅନୁଯାୟୀ, ଭାରତରେ ୫୦ କୋଟିରୁ ଅଧିକ ୟୁଜର୍ସ ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ ବ୍ୟବହାର କରନ୍ତି। କମ୍ପାନୀ ସୋମବାର ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ ଗତ ଫେବୃଆରୀରେ ଦେଶରୁ ମୋଟ ୧୬୬୧୮ ଟି ଅଭିଯୋଗ ଆସିଛି। ରିପୋର୍ଟ ଅନୁଯାୟୀ, ୨୦୨୧ ଆଇଟି ଆକ୍ଟ ଅନୁଯାୟୀ କମ୍ପାନୀ ଭାରତରେ ୭୬ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। କହିବାକୁ ଗଲେ ହ୍ଵାଟ୍ସଆପ୍ କ୍ରମାଗତ ଭାବରେ ଏହିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ।