ଭାରତୀ ଏୟାରଟେଲ୍ ସ୍କଲାରସିପ୍ ପ୍ରୋଗ୍ରାମ୍‌: ଗରିବ ଘର ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି

ନୂଆଦିଲ୍ଲୀ: ରୋପ୍ୟ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ଭାରତୀ ଏଣ୍ଟରପ୍ରାଇଜେସର ଭାରତୀ ଏୟାରଟେଲ୍ ଫାଉଣ୍ଡେସନ୍ ଆରମ୍ଭ କରିଛି ‘ଭାରତୀ ଏୟାରଟେଲ୍ ସ୍କଲାରସିପ୍ ପ୍ରୋଗ୍ରାମ’। ଏହି କାର୍ଯ୍ୟକ୍ରମରେ ବାର୍ଷିକ ୧୦୦ କୋଟିରୁ ଅଧିକ ଖର୍ଚ୍ଚ ସହିତ ୪୦୦୦ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ଅବସରରେ ଭାରତୀ ଏୟାରଟେଲର ଉପାଧ୍ୟକ୍ଷ ତଥା ଭାରତୀ ଏୟାରଟେଲ ଫାଉଣ୍ଡେସନର ସହ-ଚେୟାରମ୍ୟାନ୍ ରାକେଶ ଭାରତୀ ମିତ୍ତଲ କହିଛନ୍ତି ଯେ ଯଦି ଆମେ ଗତ ୨୫ ବର୍ଷକୁ ଦେଖିବା, ଭାରତୀ ଏୟାରଟେଲ ଫାଉଣ୍ଡେସନ ଶିକ୍ଷା କ୍ଷେତ୍ରରେ ଏହାର କାର୍ଯ୍ୟ ଉଲ୍ଲେଖନୀୟ। ୬୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନରେ ଉନ୍ନତି ଆଣିଛି।ସେ କହିଛନ୍ତି, ଏହି ଭାରତୀ ଏୟାରଟେଲ ସ୍କଲାରସିପ୍ କାର୍ଯ୍ୟକ୍ରମ ସହିତ ଆମେ ବିଭିନ୍ନ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ।ସେ କହିଛନ୍ତି ଯେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଶିକ୍ଷା ହେଉଛି ସାମାଜିକ ପ୍ରଗତି ଏବଂ ଅର୍ଥନୈତିକ ସଶକ୍ତିକରଣର ମୂଳଦୁଆ। ଆମ କାର୍ଯ୍ୟକ୍ରମ ପାଇଁ ଆମେ ଚୟନ କରିଥିବା ଅନୁଷ୍ଠାନଗୁଡ଼ିକ ସର୍ବଦା ବିଭିନ୍ନ ପୃଷ୍ଠଭୂମିରୁ ଛାତ୍ରମାନଙ୍କ ପାଇଁ ଆଦର୍ଶ ଶିକ୍ଷା ଏବଂ ଉପଲବ୍ଧ ଶିକ୍ଷାର ଏକ ମିଶ୍ରଣ ପ୍ରଦର୍ଶନ କରିଆସୁଛନ୍ତି।

ଭାରତୀ ଏୟାରଟେଲ୍ ସ୍କଲାରସିପ୍ ପ୍ରୋଗ୍ରାମ୍‌: ଗରିବ ଘର ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି

ନୂଆଦିଲ୍ଲୀ: ରୋପ୍ୟ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ଭାରତୀ ଏଣ୍ଟରପ୍ରାଇଜେସର ଭାରତୀ ଏୟାରଟେଲ୍ ଫାଉଣ୍ଡେସନ୍ ଆରମ୍ଭ କରିଛି ‘ଭାରତୀ ଏୟାରଟେଲ୍ ସ୍କଲାରସିପ୍ ପ୍ରୋଗ୍ରାମ’। ଏହି କାର୍ଯ୍ୟକ୍ରମରେ ବାର୍ଷିକ ୧୦୦ କୋଟିରୁ ଅଧିକ ଖର୍ଚ୍ଚ ସହିତ ୪୦୦୦ ଛାତ୍ରଛାତ୍ରୀ ଉପକୃତ ହେବେ। 

ଏହି ଅବସରରେ ଭାରତୀ ଏୟାରଟେଲର ଉପାଧ୍ୟକ୍ଷ ତଥା ଭାରତୀ ଏୟାରଟେଲ ଫାଉଣ୍ଡେସନର ସହ-ଚେୟାରମ୍ୟାନ୍ ରାକେଶ ଭାରତୀ ମିତ୍ତଲ କହିଛନ୍ତି ଯେ ଯଦି ଆମେ ଗତ ୨୫ ବର୍ଷକୁ ଦେଖିବା, ଭାରତୀ ଏୟାରଟେଲ ଫାଉଣ୍ଡେସନ ଶିକ୍ଷା କ୍ଷେତ୍ରରେ ଏହାର କାର୍ଯ୍ୟ ଉଲ୍ଲେଖନୀୟ। ୬୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନରେ ଉନ୍ନତି ଆଣିଛି।

ସେ କହିଛନ୍ତି, ଏହି ଭାରତୀ ଏୟାରଟେଲ ସ୍କଲାରସିପ୍ କାର୍ଯ୍ୟକ୍ରମ ସହିତ ଆମେ ବିଭିନ୍ନ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ।

ସେ କହିଛନ୍ତି ଯେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଶିକ୍ଷା ହେଉଛି ସାମାଜିକ ପ୍ରଗତି ଏବଂ ଅର୍ଥନୈତିକ ସଶକ୍ତିକରଣର ମୂଳଦୁଆ। ଆମ କାର୍ଯ୍ୟକ୍ରମ ପାଇଁ ଆମେ ଚୟନ କରିଥିବା ଅନୁଷ୍ଠାନଗୁଡ଼ିକ ସର୍ବଦା ବିଭିନ୍ନ ପୃଷ୍ଠଭୂମିରୁ ଛାତ୍ରମାନଙ୍କ ପାଇଁ ଆଦର୍ଶ ଶିକ୍ଷା ଏବଂ ଉପଲବ୍ଧ ଶିକ୍ଷାର ଏକ ମିଶ୍ରଣ ପ୍ରଦର୍ଶନ କରିଆସୁଛନ୍ତି।