ଭାରତୀ ସମାଜ ପକ୍ଷରୁ ଦୁଇଦିନିଆ ଭାରତୀ ଉତ୍ସବ ଆରମ୍ଭ। ଗୁରୁ ପଦ୍ମ ସମ୍ଭବ ସମ୍ବଲପୁରର ପରିଚୟ

ସମ୍ବଲପୁର:ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ଭାରତୀ ସମାଜ ପକ୍ଷରୁ ରବିବାର ୨୩ ତମ ଭାରତୀ ଉତ୍ସବ ଆରମ୍ଭ ହୋଇଯାଇଛି। ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଉଦ୍ୟାନ ପରିସରରେ ଥିବା ସମ୍ବଲକ ମନ୍ଦିର ପରିସରରେ ଆୟୋଜିତ ଏହି ଭାରତୀ ଉତ୍ସବ କାର୍ଯ୍ୟକ୍ରମ ରେ ସଂଗଠନ ର ମହାସଚିବ ଦେବୀପ୍ରସାଦ ଭୋଇ ପ୍ରାରମ୍ଭିକ ସୁଚନା ପ୍ରଦାନ କରି କହିଥିଲେ ଯେ ୨୦୦୧ ମସିହାରୁ ବିଶ୍ବସାରା ବିଭିନ୍ନ ଦେଶରେ ରହିଥିବା ଭାରତୀ ବଂଶଧର ମାନଂକୁ ଏକଜୁଟ କରି ଭାରତୀ ସଂସ୍କୃତି ର […] The post ଭାରତୀ ସମାଜ ପକ୍ଷରୁ ଦୁଇଦିନିଆ ଭାରତୀ ଉତ୍ସବ ଆରମ୍ଭ। ଗୁରୁ ପଦ୍ମ ସମ୍ଭବ ସମ୍ବଲପୁରର ପରିଚୟ appeared first on Odisha.News.

ଭାରତୀ ସମାଜ ପକ୍ଷରୁ ଦୁଇଦିନିଆ ଭାରତୀ ଉତ୍ସବ ଆରମ୍ଭ। ଗୁରୁ ପଦ୍ମ ସମ୍ଭବ ସମ୍ବଲପୁରର ପରିଚୟ

ସମ୍ବଲପୁର:ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ଭାରତୀ ସମାଜ ପକ୍ଷରୁ ରବିବାର ୨୩ ତମ ଭାରତୀ ଉତ୍ସବ ଆରମ୍ଭ ହୋଇଯାଇଛି। ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଉଦ୍ୟାନ ପରିସରରେ ଥିବା ସମ୍ବଲକ ମନ୍ଦିର ପରିସରରେ ଆୟୋଜିତ ଏହି ଭାରତୀ ଉତ୍ସବ କାର୍ଯ୍ୟକ୍ରମ ରେ ସଂଗଠନ ର ମହାସଚିବ ଦେବୀପ୍ରସାଦ ଭୋଇ ପ୍ରାରମ୍ଭିକ ସୁଚନା ପ୍ରଦାନ କରି କହିଥିଲେ ଯେ ୨୦୦୧ ମସିହାରୁ ବିଶ୍ବସାରା ବିଭିନ୍ନ ଦେଶରେ ରହିଥିବା ଭାରତୀ ବଂଶଧର ମାନଂକୁ ଏକଜୁଟ କରି ଭାରତୀ ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରି ଆସୁଛି। ଏହି ଅବସରରେ ସମ୍ବଲପୁର ର ମହାନ୍ ବୌଦ୍ଧଗୁରୁ ପଦ୍ମ ସମ୍ଭବଂକ ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଭାରତୀ ସମାଜ ର ଯୁବ ବିଜ୍ଞାନୀ ଅଭିଲାଷ ପ୍ରଧାନ ଗୁରୁ ପଦ୍ମ ସମ୍ଭବଂକର ଭାରତ ସାରା ରହିଥିବା ମନ୍ଦିର ଏବଂ ପ୍ରତିମୁର୍ତ୍ତି ବିଷୟ ରେ ଅବଗତ କରିଥିଲେ। ଏହି ଅବସରରେ ଲୋକସଂସ୍କୃତି ଗବେଷକ ଲକ୍ଷ୍ମଣ ପ୍ରଧାନ ରାଜା ଇଂଦ୍ରଭୁତି ଏବଂ ଲକ୍ଷ୍ମୀକରାଂକ ସହ ସାତବହନୀ ପରମ୍ପରା ବିଷୟ ରେ କହିଥିଲେ। ସରକାରୀ ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ସଂସ୍କୃତି ଗବେଷକ ସୋମଦତ୍ତ ପ୍ରଧାନ ଗୁରୁ ପଦ୍ମ ସମ୍ଭବଂକ ସହ ଉଡ୍ଡିଆନର ସମ୍ବଲକ ଯାହାକି ଆଜିର ସମ୍ବଲପୁର ମଧ୍ଯରେ ରହିଥିବା ସମ୍ପର୍କ ଭିତରେ ଅଧିକ ଗବେଷଣା ଉପରେ ଆଲୋଚନା କରିଥିଲେ। ଅନ୍ୟତମ ଗବେଷକ କୁଲମଣି ପଟେଲ ସପ୍ତମ ଶତାବ୍ଦୀ ରେ ସମ୍ବଲକ ଅଁଚଲର ଇତିହାସ ଉପରେ ଆଲୋଚନା କରିବା ସହ ସମ୍ବଲପୁର ରେ ସପ୍ତମ ଶତାବ୍ଦୀ ର ଇଟା ଏବଂ ମୁର୍ତ୍ତି ମିଲି ସାରିଥିବା କହିଥିଲେ। ଏହି ଅବସରରେ ପଦ୍ମ ସମ୍ଭବଂକ ଉପରେ ଗବେଷଣା ଚଲାଇ ଥିବା ଯୁବ ଗବେଷକ ସୌମ୍ୟ ରଂଞ୍ଜନ ରୋହିଦାସ ପଶ୍ଚିମାଞ୍ଚଳ ରେ ହରପ୍ପା ଠାରୁ ପୁରୁଣା ଇତିହାସ ରହିଥିବା ବିଷୟ ରେ କହିବା ସହ ତାର ଅଧିକ ଗବେଷଣା ଏବଂ ସଂରକ୍ଷଣ ଉପରେ ଜୋର୍ ଦେଇଥିଲେ। ଏହି ଅବସରରେ ପଶ୍ଚିମାଞ୍ଚଳ ଏକତା ମଂଚ ର କାର୍ଯ୍ୟକ୍ରମ ସଂଯୋଜକ ଡ ପ୍ରମୋଦ ରଥ ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଉଦ୍ୟାନର ବିକାଶ ପାଇଁ ପଦକ୍ଷେପ ନେବାକୁ ଆହ୍ବାନ କରିଥିଲେ। ସମ୍ବଲପୁରୀ ସଂଗଠନ ପ୍ରଫୁଲ୍ଲ ହୋତା ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଉଦ୍ୟାନ ପରିସରରେ ନିୟମିତ ସମ୍ବଲପୁରୀ କାର୍ଯ୍ୟକ୍ରମ ପାଇଁ ଆହ୍ବାନ କରିଥିଲେ। ଭାରତୀ ସମାଜ ର ସଂଚାଲକ ଭବାନୀଶ ଭୋଇଂକ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଝୁନୁ ତ୍ରୀପାଠୀ ଏବଂ ସ୍ବସ୍ତିକା ନାୟକ ପ୍ରାରମ୍ଭରେ ଫୁଲ ଚନ୍ଦନ ଦେଇ ସମସ୍ତଙ୍କୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ପଶ୍ଚିମାଞ୍ଚଳ ଏକତା ମଂଚ ର ମୁଖ୍ଯ ସଂଯୋଜକ ମାନସ ରଂଜନ ବକ୍ସୀ, ସଂଗଠନ ସଂଯୋଜକ ସୁବୋଧ କୁମାର ଦୋରା, ଯୁବ ସଂଯୋଜକ ଦେବାଶିଷ ବେହେରା, ସୁରେନ୍ଦ୍ର ବଗର୍ତୀ, ଲଲିତ ମୋହନ ବେବର୍ତ୍ତା, ସାନ୍ତାନୁ ପାଢୀ, ଚୁଡାମଣି ଭୀମ, ଅମିତାଭ ମାଝୀ, ଶଙ୍କର ବେହେରା, ଶରତ ବହିଦାର, ଦେବାଶିଷ ରାୟଗୁରୁ, ଆଲୋକ ସାହୁ, ତର୍ପଣ ପ୍ରଧାନ, ଧିରଜ ସିଂହ, ବିଶ୍ବ ଜୀବନ ନିଖଣ୍ଡିଆ, କ୍ରୁଷ୍ଣଚନ୍ଦ୍ର ବାଗ ପ୍ରମୁଖ ସହଯୋଗ କରିଥିଲେ।

The post ଭାରତୀ ସମାଜ ପକ୍ଷରୁ ଦୁଇଦିନିଆ ଭାରତୀ ଉତ୍ସବ ଆରମ୍ଭ। ଗୁରୁ ପଦ୍ମ ସମ୍ଭବ ସମ୍ବଲପୁରର ପରିଚୟ appeared first on Odisha.News.