ଭାରତୀୟ ଅଲରାଉଣ୍ଡରଙ୍କ ନୂତନ ଇନିଂସ ଆରମ୍ଭ, ବିଜେପିର ସଦସ୍ୟତା ଗ୍ରହଣ କଲେ ଜାଡ଼େଜା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ନୂତନ ଇନିଂସର ଆରମ୍ଭ କରିଛନ୍ତି। ସେ ଗୁରୁବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଜାମନଗର ବିଧାୟକ ତଥା ଜାଡ଼େଜାଙ୍କ ପତ୍ନୀ ରିଭାବା ଜାଡ଼େଜା ଏକ୍ସରେ ଏହାର ସୂଚନା ଦେଇଛନ୍ତି। ଉଲ୍ଲେଖନୀୟ ନିକଟରେ ଜାଡ଼େଜା ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇଥିଲେ। ଜାଡ଼େଜାଙ୍କୁ ତାଙ୍କ ପତ୍ନୀ ରିଭାବାଙ୍କ ସହିତ ଅନେକ ଥର ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିଥିଲା। ଅନେକ ରୋଡ୍ ଶୋରେ ଉଭୟ ନଜର ଆସିଥିଲେ। ଏବେ ଜାଡ଼େଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ତାଙ୍କ ପତ୍ନୀ ରିଭାବା ଏକ୍ସରେ ଏହାର ସୂଚନା ଦେଇଛନ୍ତି। ଉଲ୍ଲେଖନୀୟ ଟି-୨୦ ଅନ୍ତର୍ଜାତୀୟରୁ ଅବସର ଗ୍ରହଣ ସାରିଥିବା ଜାଡ଼େଜା ଏବେ ଟେଷ୍ଟ ଏବଂ ଦିନିକିଆ ଉପରେ ଧ୍ୟାନ ଦେଉଛନ୍ତି। ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ତାଙ୍କୁ ଦେଖିବାକୁ ମିଳିପାରେ। ସେ ଶେଷ ଥର ଟି-୨୦ ବିଶ୍ଵକପ୍ ୨୦୨୪ରେ ଦଳ ପକ୍ଷରୁ ଖେଳିଥିଲେ। ଭାରତ ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ଵିତୀୟ ଥର ଟି-୨୦ ବିଶ୍ଵକପ୍ ଟ୍ରଫି ଜିତିଥିଲା। ଏହା ପରେ ଜାଡେଜା ଏହି ଫର୍ମାଟ୍‌କୁ ଅଲବିଦା କହି ସାରିଛନ୍ତି।???? #SadasyataAbhiyaan2024 pic.twitter.com/he0QhsimNK— Rivaba Ravindrasinh Jadeja (@Rivaba4BJP) September 2, 2024ଜାଡ଼େଜା ଭାରତ ପାଇଁ ୭୪ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୫୧୫ ରନ କରିଛନ୍ତି।

ଭାରତୀୟ ଅଲରାଉଣ୍ଡରଙ୍କ ନୂତନ ଇନିଂସ ଆରମ୍ଭ, ବିଜେପିର ସଦସ୍ୟତା ଗ୍ରହଣ କଲେ ଜାଡ଼େଜା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ନୂତନ ଇନିଂସର ଆରମ୍ଭ କରିଛନ୍ତି। ସେ ଗୁରୁବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଜାମନଗର ବିଧାୟକ ତଥା ଜାଡ଼େଜାଙ୍କ ପତ୍ନୀ ରିଭାବା ଜାଡ଼େଜା ଏକ୍ସରେ ଏହାର ସୂଚନା ଦେଇଛନ୍ତି। ଉଲ୍ଲେଖନୀୟ ନିକଟରେ ଜାଡ଼େଜା ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇଥିଲେ। 

ଜାଡ଼େଜାଙ୍କୁ ତାଙ୍କ ପତ୍ନୀ ରିଭାବାଙ୍କ ସହିତ ଅନେକ ଥର ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିଥିଲା। ଅନେକ ରୋଡ୍ ଶୋରେ ଉଭୟ ନଜର ଆସିଥିଲେ। ଏବେ ଜାଡ଼େଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ତାଙ୍କ ପତ୍ନୀ ରିଭାବା ଏକ୍ସରେ ଏହାର ସୂଚନା ଦେଇଛନ୍ତି। 

ଉଲ୍ଲେଖନୀୟ ଟି-୨୦ ଅନ୍ତର୍ଜାତୀୟରୁ ଅବସର ଗ୍ରହଣ ସାରିଥିବା ଜାଡ଼େଜା ଏବେ ଟେଷ୍ଟ ଏବଂ ଦିନିକିଆ ଉପରେ ଧ୍ୟାନ ଦେଉଛନ୍ତି। ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ତାଙ୍କୁ ଦେଖିବାକୁ ମିଳିପାରେ। ସେ ଶେଷ ଥର ଟି-୨୦ ବିଶ୍ଵକପ୍ ୨୦୨୪ରେ ଦଳ ପକ୍ଷରୁ ଖେଳିଥିଲେ। ଭାରତ ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ଵିତୀୟ ଥର ଟି-୨୦ ବିଶ୍ଵକପ୍ ଟ୍ରଫି ଜିତିଥିଲା। ଏହା ପରେ ଜାଡେଜା ଏହି ଫର୍ମାଟ୍‌କୁ ଅଲବିଦା କହି ସାରିଛନ୍ତି।




ଜାଡ଼େଜା ଭାରତ ପାଇଁ ୭୪ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୫୧୫ ରନ କରିଛନ୍ତି। ସେ ଏହି ଫର୍ମାଟ୍‌ରେ ୫୪ ଓ୍ଵିକେଟ୍ ନେଇଛନ୍ତି। ଦିନିକିଆ ଓ ଟେଷ୍ଟରେ ଭାରତ ପାଇଁ ସେ ଅନେକ ମ୍ୟାଚ୍ ବିଜୟୀ ଇନିଂସ ଖେଳିବା ସହ ବୋଲିଂ ମଧ୍ୟ କରିଛନ୍ତି। ସେ ଏ ପର୍ଯ୍ୟନ୍ତ ୧୯୭ ଦିନିକିଆ ଖେଳିଛନ୍ତି। ୧୩୨ ଇନିଂସରୁ ୧୩ ଅର୍ଦ୍ଧଶତକ ୨୭୫୬ ରନ କରିଛନ୍ତି। ବୋଲିଂରେ ୨୨୦ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।