ଭାରତୀୟ କ୍ରିକେଟରଙ୍କ ବଦାଭ୍ୟାସ, ବ୍ୟାନ ପରେ ବି ସମାନ କାର୍ଯ୍ୟକଳାପ

ନୂଆଦିଲ୍ଲୀ ୦୭/୦୯: ଭାରତୀୟ ପେସର ହର୍ଷିତ ରାଣା । ଦିଲ୍ଲୀପ ଟ୍ରଫି ମୁକାବିଲାରେ ଇଣ୍ଡିଆ-ଡି ତରଫରୁ ସେ ଖେଳୁଛନ୍ତି । ସେ ଇଣ୍ଡିଆ-ସି ବିପକ୍ଷରେ ଖେଳୁଥିବା କ୍ୟାପଟେନ୍ ଋତୁରାଜ ଗାଏକ୍ୱାଡଙ୍କୁ ଆଉଟ୍ କରିଥିଲେ । ଗାଏକ୍ୱାଡ ଏହି ମୁକାବିଲାରେ ଫ୍ଲପ୍ ଥିଲେ । ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ । ୪ ଦିନିଆ ଏହି ମୁକାବିଲାରେ ୫ ସେପ୍ଟେମ୍ୱରରୁ ଅନନ୍ତପୁରରେ ଖେଳାଯିବ । ଗାଏକ୍ୱାଡକୁ ଆଉଟ୍ କରିବା ପରେ ହର୍ଷିତ ରାଣା ଫ୍ଲାଇଙ୍ଗ କିସ୍ ଦେଇ ସେଲିବ୍ରେସନ କରିଥିଲେ । ତେବେ ତାଙ୍କର ଏହି କାର୍ଯ୍ୟକଳାପ ଆଇପିଏଲ୍‌ ୨୦୨୪ କୁ ମନେପକାଇଦେଇଛି । ଆଇପିଏଲ୍‌ ୨୦୨୪ରେ ୨୨ ବର୍ଷୀୟ ହର୍ଷିତ ରାଣା ୨୩ ମାର୍ଚ୍ଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ୍‌ରେ ମୟଙ୍କ ଅଗ୍ରଓ୍ୱାଲ୍ ଙ୍କୁ ଆଉଟ୍ କରିଥିଲେ । ଏହା ପରେ ସେ ଫ୍ଲାଇଂ କିସ୍ ଦେଇ ସେଲିବ୍ରେସନ କରିଥିଲେ । ଏହାପରେ ତାଙ୍କର ୬୦ ପ୍ରତିଶତ ମ୍ୟାଚ୍ ଫି କଟାଯିବା ସହ ବ୍ୟାନ୍ କରିଥିଲେ । ହର୍ଷିତ ପରେ ୨୯ ଏପ୍ରିଲ୍‌କୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍‌ରେ କିଛି ଏପରି ସେଲିବ୍ରେସନ କରୁଥିବାର ନଜର ଆସିଥିଲେ ।  ତେବେ କୋଲକାତା ଆଇପିଏଲ୍‌ ଚାମ୍ପିଅନ ହେବା ପରେ ଏକାଠି ସମସ୍ତେ ଫ୍ଲାଇଂ କିସ୍ ଦେି ସେଲିବ୍ରେସନ କରୁଥିବା ନଜର ଆସିଥିଲେ । ଏମିତିକି ମାଲିକ ଶାହାରୁଖ ଖାନ୍ ବି ହର୍ଷିତଙ୍କ ସହ ଫ୍ଲାଇଂ କିସ୍ ଦେଉଥିବାର ପୋଷ୍ଟ ଭାଇରାଲ୍ ହୋଇଥିଲା । 

ଭାରତୀୟ କ୍ରିକେଟରଙ୍କ ବଦାଭ୍ୟାସ, ବ୍ୟାନ ପରେ ବି ସମାନ କାର୍ଯ୍ୟକଳାପ

ନୂଆଦିଲ୍ଲୀ ୦୭/୦୯: ଭାରତୀୟ ପେସର ହର୍ଷିତ ରାଣା । ଦିଲ୍ଲୀପ ଟ୍ରଫି ମୁକାବିଲାରେ ଇଣ୍ଡିଆ-ଡି ତରଫରୁ ସେ ଖେଳୁଛନ୍ତି । ସେ ଇଣ୍ଡିଆ-ସି ବିପକ୍ଷରେ ଖେଳୁଥିବା କ୍ୟାପଟେନ୍ ଋତୁରାଜ ଗାଏକ୍ୱାଡଙ୍କୁ ଆଉଟ୍ କରିଥିଲେ । ଗାଏକ୍ୱାଡ ଏହି ମୁକାବିଲାରେ ଫ୍ଲପ୍ ଥିଲେ । ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ । ୪ ଦିନିଆ ଏହି ମୁକାବିଲାରେ ୫ ସେପ୍ଟେମ୍ୱରରୁ ଅନନ୍ତପୁରରେ ଖେଳାଯିବ । 

ଗାଏକ୍ୱାଡକୁ ଆଉଟ୍ କରିବା ପରେ ହର୍ଷିତ ରାଣା ଫ୍ଲାଇଙ୍ଗ କିସ୍ ଦେଇ ସେଲିବ୍ରେସନ କରିଥିଲେ । ତେବେ ତାଙ୍କର ଏହି କାର୍ଯ୍ୟକଳାପ ଆଇପିଏଲ୍‌ ୨୦୨୪ କୁ ମନେପକାଇଦେଇଛି । ଆଇପିଏଲ୍‌ ୨୦୨୪ରେ ୨୨ ବର୍ଷୀୟ ହର୍ଷିତ ରାଣା ୨୩ ମାର୍ଚ୍ଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ୍‌ରେ ମୟଙ୍କ ଅଗ୍ରଓ୍ୱାଲ୍ ଙ୍କୁ ଆଉଟ୍ କରିଥିଲେ । ଏହା ପରେ ସେ ଫ୍ଲାଇଂ କିସ୍ ଦେଇ ସେଲିବ୍ରେସନ କରିଥିଲେ । ଏହାପରେ ତାଙ୍କର ୬୦ ପ୍ରତିଶତ ମ୍ୟାଚ୍ ଫି କଟାଯିବା ସହ ବ୍ୟାନ୍ କରିଥିଲେ । 

ହର୍ଷିତ ପରେ ୨୯ ଏପ୍ରିଲ୍‌କୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍‌ରେ କିଛି ଏପରି ସେଲିବ୍ରେସନ କରୁଥିବାର ନଜର ଆସିଥିଲେ ।  ତେବେ କୋଲକାତା ଆଇପିଏଲ୍‌ ଚାମ୍ପିଅନ ହେବା ପରେ ଏକାଠି ସମସ୍ତେ ଫ୍ଲାଇଂ କିସ୍ ଦେି ସେଲିବ୍ରେସନ କରୁଥିବା ନଜର ଆସିଥିଲେ । ଏମିତିକି ମାଲିକ ଶାହାରୁଖ ଖାନ୍ ବି ହର୍ଷିତଙ୍କ ସହ ଫ୍ଲାଇଂ କିସ୍ ଦେଉଥିବାର ପୋଷ୍ଟ ଭାଇରାଲ୍ ହୋଇଥିଲା ।