ଭାରତୀୟ ଟେଷ୍ଟ କ୍ରିକେଟରଙ୍କ ପାଇଁ ବିସିସିଆଇର ବଡ଼ ଘୋଷଣା, ମିଳିବ ଅତିରିକ୍ତ ପ୍ରୋତ୍ସାହନ ରାଶି
ନୂଆଦିଲ୍ଲୀ : ଟେଷ୍ଟ ମ୍ୟାଚ୍ ଖେଳୁଥିବା ଭାରତୀୟ ଖେଳାଳିଙ୍କ ପାଇଁ ବିସିସିଆଇ ଏକ ବଡ଼ ଘୋଷଣା କରିଛି। ଆଜି ହିମାଚଳପ୍ରଦେଶର ଧର୍ମଶାଳାରେ ଖୋଳାଯାଉଥିବା ଭାରତ ଏବଂ ଇଂଲଣ୍ଡ ପଞ୍ଚମ ଟେଷ୍ଟରେ ଭାରତ ଇଂଲଣ୍ଡକୁ ଧୂଳି ଚଟାଇଛି। ଇଂଲଣ୍ଡ ବିପକ୍ଷରେ ଭାରତ ଟେଷ୍ଟ ସିରିଜକୁ ୪-୧ ରେ ଜିତିଛି। ଭାରତୀୟ ଦଳର ବିଜୟ ପରେ ବିସିସିଆଇ ସଚିବ ଜୟ ଶାହା ତୁରନ୍ତ ଏକ ପୋଷ୍ଟ ଜାରି କରିଛନ୍ତି। ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) […]

ନୂଆଦିଲ୍ଲୀ : ଟେଷ୍ଟ ମ୍ୟାଚ୍ ଖେଳୁଥିବା ଭାରତୀୟ ଖେଳାଳିଙ୍କ ପାଇଁ ବିସିସିଆଇ ଏକ ବଡ଼ ଘୋଷଣା କରିଛି। ଆଜି ହିମାଚଳପ୍ରଦେଶର ଧର୍ମଶାଳାରେ ଖୋଳାଯାଉଥିବା ଭାରତ ଏବଂ ଇଂଲଣ୍ଡ ପଞ୍ଚମ ଟେଷ୍ଟରେ ଭାରତ ଇଂଲଣ୍ଡକୁ ଧୂଳି ଚଟାଇଛି। ଇଂଲଣ୍ଡ ବିପକ୍ଷରେ ଭାରତ ଟେଷ୍ଟ ସିରିଜକୁ ୪-୧ ରେ ଜିତିଛି। ଭାରତୀୟ ଦଳର ବିଜୟ ପରେ ବିସିସିଆଇ ସଚିବ ଜୟ ଶାହା ତୁରନ୍ତ ଏକ ପୋଷ୍ଟ ଜାରି କରିଛନ୍ତି। ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ସଚିବ ଜୟ ଶାହା ‘ଟେଷ୍ଟ କ୍ରିକେଟ୍ ଇନସେଣ୍ଟିଭ୍ ସ୍କିମ୍’ ଘୋଷଣା କରିଛନ୍ତି, ଯାହା ବର୍ତ୍ତମାନର ମ୍ୟାଚ୍ ଫି ଉପରେ ଅତିରିକ୍ତ ପୁରସ୍କାର ହେବ।
ଆଜି ଘୋଷଣା ହୋଇଥିବା ନୂଆ ସ୍କିମ ୨୦୨୨-୨୩ ସିଜିନ ପାଇଁ କାର୍ଯ୍ୟକାରୀ ହେବ। ଏହାର ଅର୍ଥ ବିସିସିଆଇ ପିଛିଲା ଭାବେ କ୍ରିକେଟରଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବ। ଏହି ଯୋଜନା ପାଇଁ ବିସିସିଆଇ ପ୍ରତି ସିଜିନ ପିଛା ଅତିରିକ୍ତ ୪୦ କୋଟି ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରିଛି।
ବିସିସିଆଇ ଘୋଷଣା ଅନୁସାରେ ଗୋଟିଏ ସିଜିନରେ ଯଦି କୌଣସି ଖେଳାଳି ଭାରତ ପାଇଁ ୭୫%ରୁ ଅଧିକ ମ୍ୟାଚ୍ ଖେଳନ୍ତି, ତା’ହେଲେ ତାଙ୍କୁ ମ୍ୟାଚ୍ ମ୍ୟାଚ୍ ସହ ଅତିରିକ୍ତ ୪୫ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ଏବେ ବିସିସିଆଇ ଜଣେ ଖେଳାଳିଙ୍କୁ ପ୍ରତି ଟେଷ୍ଟ ମ୍ୟାଚ ପିଛା ୧୫ ଲକ୍ଷ ଟଙ୍କା ଲେଖାଏଁ ଦେଉଛି। ଯଦି କୌଣସି ଖେଳାଳି ଗୋଟିଏ ସିଜିନ୍ରେ ୭୫%ରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିବେ ତେବେ ମ୍ୟାଚ୍ ପିଛା ଅତିରିକ୍ତ ୪୫ ଲକ୍ଷ ଟଙ୍କା ଲେଖାଏଁ ମିଳିବ।
ବିସିସିଆଇ ସଚିବ ଜୟ ଶାହା ଘୋଷଣା କରିଛନ୍ତି ଯେ ପୁରୁଷ କ୍ରିକେଟ ଟିମ୍ ପାଇଁ ‘ଟେଷ୍ଟ କ୍ରିକେଟ୍ ଇନସେଣ୍ଟିଭ୍ ସ୍କିମ୍’ର ଶୁଭାରମ୍ଭ ଘୋଷଣା କରି ମୁଁ ଖୁସି, ଯାହା ଆମର ଖେଳାଳିମାନଙ୍କୁ ଆର୍ଥିକ ଅଭିବୃଦ୍ଧି ଏବଂ ସ୍ଥିରତା ପ୍ରଦାନ କରିବାରେ ସହାୟକ ହେବ।୨୦୨୨-୨୩ ସିଜିନ ପାଇଁ ଲାଗୁ ହେବାକୁ ଥିବା ଏହି ସ୍କିମ ଜରିଆରେ ଧାର୍ଯ୍ୟ ୧୫ ଲକ୍ଷର ମ୍ୟାଚ୍ ଫି’ ବ୍ୟତୀତ ଅତିରିକ୍ତ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ସ୍କିମରେ ଥିବା ବ୍ୟବସ୍ଥା ଅନୁଯାୟୀ, ଜଣେ ଜଣେ ଖେଳାଳି ଗୋଟିଏ ସିଜିନରେ ଭାରତ ପାଇଁ ୭୫%ରୁ ଅଧିକ ମ୍ୟାଚ୍ ଖେଳିବେ, ତା’ହେଲେ ତାଙ୍କୁ ମ୍ୟାଚ୍ ପିଛା ଅତିରିକ୍ତ ୪୫ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ଚୂଡ଼ାନ୍ତ ଏକାଦଶରେ ରହୁ ନଥିବା ଖେଳାଳିମାନଙ୍କୁ ମଧ୍ୟ ଅତିରିକ୍ତ ଭାବେ ୨୨.୫ ଲକ୍ଷ ଟଙ୍କା ଲେଖାଏଁ ମିଳିବ।
ଅନ୍ୟପଟେ ଯେଉଁ ଖେଳାଳିମାନେ ୫୦ ପ୍ରତିଶତ ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ଥିବା ଖେଳାଳିଙ୍କୁ ମ୍ୟାଚ ଫି’ ବ୍ୟତୀତ ଅତିରିକ୍ତ ୩୦ ଲକ୍ଷ ଟଙ୍କା ଲେଖାଏ ମିଳିବ। ଚୂଡ଼ାନ୍ତ ଏକାଦଶରେ ନଥିବା ଖେଳାଳିଙ୍କୁ ମଧ୍ୟ ୧୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ଏଥି ସହିତ, ଯଦି ଜଣେ ଖେଳାଳି ୫୦ ପ୍ରତିଶତରୁ କମ୍ ମ୍ୟାଚ୍ ଖେଳନ୍ତି, ତେବେ ତାଙ୍କୁ କୌଣସି ପ୍ରୋତ୍ସାହନ ମିଳିବ ନାହିଁ । କେବଳ ମ୍ୟାଚ୍ ଫି ପ୍ରତି ମ୍ୟାଚ୍ ପାଇଁ ୧୫ ଲକ୍ଷ ଟଙ୍କା ମିଳିବ।