ଭାରତୀୟ ଦୂତାବାସ ଅଧିକାରୀଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଲା ପାକିସ୍ତାନ
ଇସଲାମାବାଦ: ଭାରତ ପକ୍ଷରୁ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କୁ ପର୍ସନା ନନ୍ ଗ୍ରାଟା (ଅଲୋଡ଼ା ବ୍ୟକ୍ତି) ଭାବେ ଘୋଷଣା କରାଯିବା ସହିତ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ି ପଳାଇବାକୁ ନିର୍ଦ୍ଦେଶ ଦିଆଯିବା ପରେ ପାକିସ୍ତାନ ପକ୍ଷରୁ ଯେସାକୁ ତେସା ନୀତି ଅବଲମ୍ବନ କରାଯାଇଛି। ଇସଲାମାବାଦରେ କାର୍ଯ୍ୟରତ ଭାରତୀୟ ଦୂତାବାସର ଜଣେ ଅଧିକାରୀଙ୍କୁ ପାକିସ୍ତାନ ପର୍ସନା ନନ୍ ଗ୍ରାଟା ଘୋଷଣା କରିବା ସହିତ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ପାକିସ୍ତାନ ସରକାର […]

ଇସଲାମାବାଦ: ଭାରତ ପକ୍ଷରୁ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କୁ ପର୍ସନା ନନ୍ ଗ୍ରାଟା (ଅଲୋଡ଼ା ବ୍ୟକ୍ତି) ଭାବେ ଘୋଷଣା କରାଯିବା ସହିତ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ି ପଳାଇବାକୁ ନିର୍ଦ୍ଦେଶ ଦିଆଯିବା ପରେ ପାକିସ୍ତାନ ପକ୍ଷରୁ ଯେସାକୁ ତେସା ନୀତି ଅବଲମ୍ବନ କରାଯାଇଛି। ଇସଲାମାବାଦରେ କାର୍ଯ୍ୟରତ ଭାରତୀୟ ଦୂତାବାସର ଜଣେ ଅଧିକାରୀଙ୍କୁ ପାକିସ୍ତାନ ପର୍ସନା ନନ୍ ଗ୍ରାଟା ଘୋଷଣା କରିବା ସହିତ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ପାକିସ୍ତାନ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗୁପ୍ତଚରଗିରିରେ ସଂଶ୍ଳିଷ୍ଟ ଥିବା କାରଣ ଦର୍ଶାଇ ପାକିସ୍ତାନ ଏଭଳି ପଦକ୍ଷେପ ନେଇଛି। ଭାରତର ଦୂତାବାସ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କୂଟନୀତିଜ୍ଞ (ଚାର୍ଜ ଡି ଆଫେୟାର୍ସ)ଙ୍କୁ ପାକିସ୍ତାନର ବିଦେଶ ବ୍ୟାପାର ମନ୍ତ୍ରାଳୟ ସମନ କରି ଏହି ନିଷ୍ପତ୍ତି ସଂପର୍କରେ ଜଣାଇଛନ୍ତି।