ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକଙ୍କୁ ଗୁରୁଦାୟିତ୍ୱ, ନାସାର ସୂର୍ଯ୍ୟ ପରାଗ ମିଶନର ନେଲେ ନେତୃତ୍ୱ

ନୂଆଦିଲ୍ଲୀ: ଏପ୍ରିଲର ୮ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ହୋଇଥିଲା । ପୂର୍ଣ୍ଣ ସୂର୍ଯ୍ୟ ପରାଗ ବେଳେ ନାସାର ମିଶନ ଦାୟିତ୍ୱ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଅରୋହ ବଡଜାତ୍ୟା ନେଇଥିଲେ । ଅରୋହ ୨୦୦୧ରେ ଆମେରିକା ଯିବା ପୂର୍ବରୁ ଭାରତର ଅନେକ ସହରରେ ନିଜ ଶିକ୍ଷ୍ୟା ଲାଭ କରିଥିଲେ । ଆମେରିକାର ମହାକାଶ ଏଜେନ୍ସି ଗତ ଏପ୍ରିଲ ୮ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ ଗ୍ରହର ଗୋଟିଏ ଭାଗରେ କ୍ଷଣିକ ପାଇଁ ସୂର୍ଯ୍ୟଙ୍କ କିରଣ କମ ହେବା ଦ୍ୱାରା ପୃଥିବୀର ଉପର ବାୟୁମଣ୍ଡଳ ଉପରେ ପଡ଼ୁଥିବା ପ୍ରଭାବ ଜାଣିବା ପାଇଁ ତିନି ରକେଟ୍ ଲଞ୍ଚ କରିଥିଲା । ପଢନ୍ତୁ: ସୂର୍ଯ୍ୟ ପରାଗ ପରେ ମିଳିବ କ୍ୟାନ୍ସର ଚିକିତ୍ସା ! ଜୀବିତ ନୋସ୍ତ୍ରାଦମସ କଲେ ବଡ଼ ଭବିଷ୍ୟତବାଣୀ, ଜାଣନ୍ତୁ କଣ କହିଲେ ?ନାସା କହିଛି ଯେ ମିଶନର ନେତୃତ୍ୱ ପ୍ଲୋରିଡ଼ାର ଏମ୍ୱ୍ରୀ-ରିଡଲ ଏୟରୋନଟିକାଲ ୟୁନିଭର୍ସିଟିରେ ବୈଜ୍ଞାନିକ ପ୍ରଫେସର ଅରୋହ ବଡ଼ଜାତ୍ୟା ନେଇଥିଲେ । ମିଶନ ପରେ ଅରୋହ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସାଥୀ ବୈଜ୍ଞାନିକ ଏବଂ ନାସାକୁ ଧନ୍ୟବାଦ ଜଣାଇଛନ୍ତି ।କେମିକାଲ ଇଞ୍ଜିନିୟର ଅଶୋକ କୁମାର ବଡଜାତ୍ୟା ଏବଂ ରାଜେଶ୍ୱରୀଙ୍କ ପୁଅ ଅରୋହ ନିଜ ସ୍କୁଲ ଶିକ୍ଷା ମୁମ୍ୱାଇ, ହାଇଦ୍ରାବାଦ, ଜୟପୁର, ପିଲାନୀରେ ଶେଷ କରିଥିଲେ । ଏହାପରେ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ସୋଲାପୁରର ବାଲଚନ୍ଦ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜିରୁ କରିଥିଲେ ।

ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକଙ୍କୁ ଗୁରୁଦାୟିତ୍ୱ, ନାସାର ସୂର୍ଯ୍ୟ ପରାଗ ମିଶନର ନେଲେ ନେତୃତ୍ୱ

ନୂଆଦିଲ୍ଲୀ: ଏପ୍ରିଲର ୮ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ହୋଇଥିଲା । ପୂର୍ଣ୍ଣ ସୂର୍ଯ୍ୟ ପରାଗ ବେଳେ ନାସାର ମିଶନ ଦାୟିତ୍ୱ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଅରୋହ ବଡଜାତ୍ୟା ନେଇଥିଲେ । ଅରୋହ ୨୦୦୧ରେ ଆମେରିକା ଯିବା ପୂର୍ବରୁ ଭାରତର ଅନେକ ସହରରେ ନିଜ ଶିକ୍ଷ୍ୟା ଲାଭ କରିଥିଲେ । ଆମେରିକାର ମହାକାଶ ଏଜେନ୍ସି ଗତ ଏପ୍ରିଲ ୮ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ ଗ୍ରହର ଗୋଟିଏ ଭାଗରେ କ୍ଷଣିକ ପାଇଁ ସୂର୍ଯ୍ୟଙ୍କ କିରଣ କମ ହେବା ଦ୍ୱାରା ପୃଥିବୀର ଉପର ବାୟୁମଣ୍ଡଳ ଉପରେ ପଡ଼ୁଥିବା ପ୍ରଭାବ ଜାଣିବା ପାଇଁ ତିନି ରକେଟ୍ ଲଞ୍ଚ କରିଥିଲା । 

ପଢନ୍ତୁ: ସୂର୍ଯ୍ୟ ପରାଗ ପରେ ମିଳିବ କ୍ୟାନ୍ସର ଚିକିତ୍ସା ! ଜୀବିତ ନୋସ୍ତ୍ରାଦମସ କଲେ ବଡ଼ ଭବିଷ୍ୟତବାଣୀ, ଜାଣନ୍ତୁ କଣ କହିଲେ ?

ନାସା କହିଛି ଯେ ମିଶନର ନେତୃତ୍ୱ ପ୍ଲୋରିଡ଼ାର ଏମ୍ୱ୍ରୀ-ରିଡଲ ଏୟରୋନଟିକାଲ ୟୁନିଭର୍ସିଟିରେ ବୈଜ୍ଞାନିକ ପ୍ରଫେସର ଅରୋହ ବଡ଼ଜାତ୍ୟା ନେଇଥିଲେ । ମିଶନ ପରେ ଅରୋହ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସାଥୀ ବୈଜ୍ଞାନିକ ଏବଂ ନାସାକୁ ଧନ୍ୟବାଦ ଜଣାଇଛନ୍ତି ।

କେମିକାଲ ଇଞ୍ଜିନିୟର ଅଶୋକ କୁମାର ବଡଜାତ୍ୟା ଏବଂ ରାଜେଶ୍ୱରୀଙ୍କ ପୁଅ ଅରୋହ ନିଜ ସ୍କୁଲ ଶିକ୍ଷା ମୁମ୍ୱାଇ, ହାଇଦ୍ରାବାଦ, ଜୟପୁର, ପିଲାନୀରେ ଶେଷ କରିଥିଲେ । ଏହାପରେ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ସୋଲାପୁରର ବାଲଚନ୍ଦ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜିରୁ କରିଥିଲେ ।