ଭାରତୀୟ ବାୟୁସେନା ପାଇଁ ବିମାନ ତିଆରି କରିବ ମହିନ୍ଦ୍ରା, ବ୍ରାଜିଲ୍ର ଏମ୍ବ୍ରାର ସହ ଡିଲ୍ ଫାଇନାଲ୍
ନୂଆଦିଲ୍ଲୀ: ଟାଟା ପରେ ପ୍ରତିରକ୍ଷା କ୍ଷେତ୍ରକୁ ଓହ୍ଲାଇ ମହିନ୍ଦ୍ରା ଗ୍ରୁପର। କମ୍ପାନୀ ଭାରତୀୟ ସେନା ପାଇଁ ମିଡିୟମ ଟ୍ରାନ୍ସଫୋର୍ଟ ଏୟାରକ୍ରାଫ୍ଟ(ଏମ୍ଟିଏ) ପ୍ରସ୍ତୁତ କରିବ। ଏଥିପାଇଁ ମହିନ୍ଦ୍ରା ଗ୍ରୁପ୍ ଓ ବ୍ରାଜିଲ୍ କମ୍ପାନୀ ଏମ୍ବ୍ରାର ମଧ୍ୟରେ ଚୁକ୍ତି ହୋଇଛି। ଦୁଇ କମ୍ପାନୀ ମିଶି ସି- ୩୯୦ ମିଲେନିୟମ ଏୟାରକ୍ରାଫ୍ଟ ତିଆରି କରିବାକୁ ଘୋଷଣା କରିଛନ୍ତି। ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ସୋସିଆଲ୍ ସାଇଟ୍ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ଭାରତୀୟ ବାୟୁସେନାକୁ ୧୮ରୁ ୩୦ ଟନ୍ ଓଜନ ଉଠାଇ ପାରିବା କ୍ଷମତା ଥିବା ଏମ୍ଟିଏ ଏୟାରକ୍ରାଫ୍ଟର ଆବଶ୍ୟକତା ରହିଛି। ଏମ୍ବ୍ରାର ଫେବ୍ରୁଆରୀ ମାସରେ ବେଙ୍ଗାଲୁରୁରେ ଏହି ସି ୩୯୦ ମିଲେନିୟମ ମଲ୍ଟି ମିଶନ ଟେକ୍ଟିକାଲ ଏୟାର ଟ୍ରାନ୍ସପୋର୍ଟର ପ୍ରଦର୍ଶନ କରିଥିଲା। ଏହି ବିମାନକୁ ନେଇ ଏମ୍ବ୍ରାରର ମହିନ୍ଦ୍ରା ଓ ଟାଟା ସହ ଆଲୋଚନା ଜାରି ରହିଥିଲା। ଶୁକ୍ରବାର ମହିନ୍ଦ୍ରା ଏହି ଡିଲ୍ ନେଇ ଘୋଷଣା କରିଛି। ପଢ଼ନ୍ତୁ-ମୁମ୍ବାଇ-ବାରାଣାସୀ ସହ ଏହି ଚାରି ରାଜ୍ୟର ହେବ ଆର୍ଥିକ ରୂପାନ୍ତରୀକରଣ, ନୀତି ଆୟୋଗର ଯୋଜନା ବିଶ୍ୱର ତୃତୀୟ ବୃହତ୍ତମ ଯାତ୍ରୀବାହୀ ଜେଟ୍ ନିର୍ମାଣକାରୀ କମ୍ପାନୀ ଏମ୍ବ୍ରାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଓ ମହିନ୍ଦ୍ରା ଡିଫେନ୍ସ ସିଷ୍ଟମ ମିଳିତ ଭାବେ କାର୍ଯ୍ୟ କରିବେ। ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି କହିଛନ୍
ନୂଆଦିଲ୍ଲୀ: ଟାଟା ପରେ ପ୍ରତିରକ୍ଷା କ୍ଷେତ୍ରକୁ ଓହ୍ଲାଇ ମହିନ୍ଦ୍ରା ଗ୍ରୁପର। କମ୍ପାନୀ ଭାରତୀୟ ସେନା ପାଇଁ ମିଡିୟମ ଟ୍ରାନ୍ସଫୋର୍ଟ ଏୟାରକ୍ରାଫ୍ଟ(ଏମ୍ଟିଏ) ପ୍ରସ୍ତୁତ କରିବ। ଏଥିପାଇଁ ମହିନ୍ଦ୍ରା ଗ୍ରୁପ୍ ଓ ବ୍ରାଜିଲ୍ କମ୍ପାନୀ ଏମ୍ବ୍ରାର ମଧ୍ୟରେ ଚୁକ୍ତି ହୋଇଛି। ଦୁଇ କମ୍ପାନୀ ମିଶି ସି- ୩୯୦ ମିଲେନିୟମ ଏୟାରକ୍ରାଫ୍ଟ ତିଆରି କରିବାକୁ ଘୋଷଣା କରିଛନ୍ତି। ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ସୋସିଆଲ୍ ସାଇଟ୍ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।
ବର୍ତ୍ତମାନ ଭାରତୀୟ ବାୟୁସେନାକୁ ୧୮ରୁ ୩୦ ଟନ୍ ଓଜନ ଉଠାଇ ପାରିବା କ୍ଷମତା ଥିବା ଏମ୍ଟିଏ ଏୟାରକ୍ରାଫ୍ଟର ଆବଶ୍ୟକତା ରହିଛି। ଏମ୍ବ୍ରାର ଫେବ୍ରୁଆରୀ ମାସରେ ବେଙ୍ଗାଲୁରୁରେ ଏହି ସି ୩୯୦ ମିଲେନିୟମ ମଲ୍ଟି ମିଶନ ଟେକ୍ଟିକାଲ ଏୟାର ଟ୍ରାନ୍ସପୋର୍ଟର ପ୍ରଦର୍ଶନ କରିଥିଲା। ଏହି ବିମାନକୁ ନେଇ ଏମ୍ବ୍ରାରର ମହିନ୍ଦ୍ରା ଓ ଟାଟା ସହ ଆଲୋଚନା ଜାରି ରହିଥିଲା। ଶୁକ୍ରବାର ମହିନ୍ଦ୍ରା ଏହି ଡିଲ୍ ନେଇ ଘୋଷଣା କରିଛି।
ପଢ଼ନ୍ତୁ-ମୁମ୍ବାଇ-ବାରାଣାସୀ ସହ ଏହି ଚାରି ରାଜ୍ୟର ହେବ ଆର୍ଥିକ ରୂପାନ୍ତରୀକରଣ, ନୀତି ଆୟୋଗର ଯୋଜନା
ବିଶ୍ୱର ତୃତୀୟ ବୃହତ୍ତମ ଯାତ୍ରୀବାହୀ ଜେଟ୍ ନିର୍ମାଣକାରୀ କମ୍ପାନୀ ଏମ୍ବ୍ରାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଓ ମହିନ୍ଦ୍ରା ଡିଫେନ୍ସ ସିଷ୍ଟମ ମିଳିତ ଭାବେ କାର୍ଯ୍ୟ କରିବେ। ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି କହିଛନ୍ତି ଯେ ଏହି ଡିଲ୍ରେ ସେ ବହୁତ ଖୁସି। ଏହା ସାହାଯ୍ୟରେ ଆମେ ଭାରତୀୟ ବାୟୁସେନାର ଆବଶ୍ୟକତା ପୂରଣ କରିବାରେ ସମର୍ଥ ହେବା। ବାୟୁସେନା ଖୁବ୍ ଶୀଘ୍ର MTA ପାଇଁ ଟେଣ୍ଡର ଜାରି କରିବାକୁ ଯାଉଛି। ଏଥିରେ ଆମର ଜଏଣ୍ଟ ଭେଞ୍ଚର ସାମିଲ ହେବ ବୋଲି ମହିନ୍ଦ୍ରା କହିଛନ୍ତି।
ଏହା ପୂର୍ବରୁ ଟାଟା ଏୟାରକ୍ରାଫ୍ଟ ନିର୍ମାଣ କରିବାକୁ ଆମେରିକା କମ୍ପାନୀ ଏୟାରବସ ସହ ଏଚ୍ ୧୨୫ ସିଙ୍ଗଲ ଇଞ୍ଜିନ ହେଲିକପ୍ଟର ତିଆରି କରିବାକୁ ଚୁକ୍ତି କରିଥିଲା। ଏହି ଅନୁସାରେ ଗୁଜରାଟ ବଡ଼ୋଦରାରେ ଥିବା ଆସେମ୍ବଲି ଲାଇନ୍ରେ ୪୦ସି ୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ବି ତିଆରି କରାଯିବ।
The post ଭାରତୀୟ ବାୟୁସେନା ପାଇଁ ବିମାନ ତିଆରି କରିବ ମହିନ୍ଦ୍ରା, ବ୍ରାଜିଲ୍ର ଏମ୍ବ୍ରାର ସହ ଡିଲ୍ ଫାଇନାଲ୍ appeared first on Prameya News7.