ଭାରତୀୟ ବାୟୁସେନାର ଆକ୍ରମଣରେ ପାକିସ୍ତାନର ଅନେକ ସ୍ଥାନ ଧ୍ୱଂସ, ଫଟୋ ଦେଖାଇ ଜଣାଇଲେ DGAO

ନୂଆଦିଲ୍ଲୀ,୧୧।୫: ଭାରତୀୟ ବାୟୁସେନା (ଆଇଏଏଫ) ଦ୍ୱାରା ସଂଚାଳିତ ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଅଡ୍ଡା ସମେତ ପାକିସ୍ତାନ ସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଧ୍ୱଂସ ହୋଇଛି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଡାଇରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ୍ସ (ଡିଜିଏମଓ) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ସାଟେଲାଇଟ ଫଟୋ ଓ ଡ୍ରୋନ ଦ୍ୱାରା ନିଆଯାଇଥିବା ଛବି ଦେଖାଇ ଏହି ସଫଳତାର ପ୍ରମାଣ ଉପସ୍ଥାପନ କରିଛନ୍ତି। ରବିବାର ନୂଆଦିଲ୍ଲୀରେ ଆୟୋଜିତ ଏକ […] The post ଭାରତୀୟ ବାୟୁସେନାର ଆକ୍ରମଣରେ ପାକିସ୍ତାନର ଅନେକ ସ୍ଥାନ ଧ୍ୱଂସ, ଫଟୋ ଦେଖାଇ ଜଣାଇଲେ DGAO appeared first on Dharitri Odia News.

ଭାରତୀୟ ବାୟୁସେନାର ଆକ୍ରମଣରେ ପାକିସ୍ତାନର ଅନେକ ସ୍ଥାନ ଧ୍ୱଂସ, ଫଟୋ ଦେଖାଇ ଜଣାଇଲେ DGAO

ନୂଆଦିଲ୍ଲୀ,୧୧।୫: ଭାରତୀୟ ବାୟୁସେନା (ଆଇଏଏଫ) ଦ୍ୱାରା ସଂଚାଳିତ ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଅଡ୍ଡା ସମେତ ପାକିସ୍ତାନ ସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଧ୍ୱଂସ ହୋଇଛି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଡାଇରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ୍ସ (ଡିଜିଏମଓ) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ସାଟେଲାଇଟ ଫଟୋ ଡ୍ରୋନ ଦ୍ୱାରା ନିଆଯାଇଥିବା ଛବି ଦେଖାଇ ଏହି ସଫଳତାର ପ୍ରମାଣ ଉପସ୍ଥାପନ କରିଛନ୍ତି।

ରବିବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ DG ଏୟାର ଅପରେଶନ ଏ.କେ. ଭାରତୀ କହିଛନ୍ତି, ଅପରେସନ୍ ସିନ୍ଦୁର ଅଧୀନରେ ଭାରତୀୟ ବାୟୁସେନା ପାକିସ୍ତାନର ରଫିକୁଇ, ମୁରିଦ, ଚକଲାଲା, ରହିମ ୟାର ଖାନ, ସୁକ୍କୁର, ଚୁନିଆନ ଏବଂ ସିଆଲକୋଟରେ ଥିବା ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିଛି। ଏହା ସହ ପାସରୁରରେ ଥିବା ରାଡାର ସାଇଟକୁ ମଧ୍ୟ ଧ୍ୱଂସ କରାଯାଇଛି। ରହିମ ୟାର ଖାନ ଏୟାରବେସରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିବା ଫଟୋ ଏବଂ ଭିଡିଓ ଦେଖାଇ ସେ କହିଛନ୍ତି ଯେ, ଏହି ଆକ୍ରମଣ ପାକିସ୍ତାନର ସାମରିକ ଭିତ୍ତିଭୂମିକୁ ମାରାତ୍ମକ ଆଘାତ ଦେଇଛି।

ଡିଜିଏମଓ ରାଜୀବ ଘାଇ ସାମ୍ବାଦିକ ସମ୍ମିଳନୀରେ ସାଟେଲାଇଟ ଫଟୋ ଓ ଡ୍ରୋନ ଫୁଟେଜ ଦେଖାଇ ପାକିସ୍ତାନର ଧ୍ୱଂସପ୍ରାପ୍ତ ସ୍ଥାନଗୁଡ଼ିକର ତଥ୍ୟ ଉପସ୍ଥାପନ କରିଛନ୍ତି। ଫଟୋ ଗୁଡ଼ିକରେ ଚକଲାଲା ଓ ସରଗୋଧା ବାୟୁସେନା ଅଡ୍ଡାରେ ବିସ୍ଫୋରଣ ଦୃଶ୍ୟ, ପିଓକେରେ ଆତଙ୍କବାଦୀ ଶିବିରର ଭଗ୍ନାବଶେଷ ଏବଂ ପାକିସ୍ତାନ ସେନାର ଅନେକ ଅସ୍ତ୍ରଶସ୍ତ୍ର ଗୋଦାମ ଓ ବଙ୍କର ଧ୍ୱଂସ ହୋଇଥିବା ଦୃଶ୍ୟ ଦେଖାଯାଇଛି। ଘାଇ କହିଛନ୍ତି, “ଆମର ସୁକୋଇ-୩୦ ଏମକେଆଇ, ରାଫାଲ ଓ ମିରାଜ-୨୦୦୦ ଯୁଦ୍ଧବିମାନ ଦ୍ୱାରା ସଂଚାଳିତ ଏହି ଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କବାଦୀ ଓ ପାକିସ୍ତାନ ସେନାର ୩୫-୪୦ ଯବାନ ନିହତ ହୋଇଛନ୍ତି।”

ଅପରେସନ ସିନ୍ଦୂର ପରେ ପାକିସ୍ତାନ ମେ ୮-୯ ରାତିରେ ଭାରତୀୟ ସହର ଶ୍ରୀନଗର, ଜମ୍ମୁ, ଉଧମପୁର ଓ ପଠାନକୋଟକୁ ଡ୍ରୋନ ଓ ମିସାଇଲ ଜରିଆରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ତେବେ, ଭାରତୀୟ ବାୟୁସେନାର ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଓ ଆକାଶ ମିସାଇଲ ଏହାକୁ ସମ୍ପୂର୍ଣ୍ଣ ବିଫଳ କରିଥିଲା। ଏୟାର ମାର୍ଶାଲ ଏ.କେ. ଭାରତୀ କହିଛନ୍ତି, “ଆମେ ପାକିସ୍ତାନର ସମସ୍ତ ଡ୍ରୋନ ଓ ମିସାଇଲକୁ ନିଷ୍କ୍ରିୟ କରିଛୁ। ଆମର ସମସ୍ତ ପାଇଲଟ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି।”

The post ଭାରତୀୟ ବାୟୁସେନାର ଆକ୍ରମଣରେ ପାକିସ୍ତାନର ଅନେକ ସ୍ଥାନ ଧ୍ୱଂସ, ଫଟୋ ଦେଖାଇ ଜଣାଇଲେ DGAO appeared first on Dharitri Odia News.