ଭାରତୀୟ ବିମାନ ଉଦ୍ୟୋଗରେ Sirius India ଏୟାରଲାଇନ୍ସର ଏଣ୍ଟ୍ରି

ନୂଆଦିଲ୍ଲୀ: ଭାରତୀୟ ବିମାନ ଉଦ୍ୟୋଗରେ ପାଦ ଥାପିଲା ସିରିୟସ ଇଣ୍ଡିଆ ଏୟାରଲାଇନ୍ସ (Sirius India Airlines)। ତେବେ କମ୍ପାନି ମୁଖ୍ୟତଃ ଏୟାର ଚାର୍ଟାର ବ୍ୟବସାୟରେ ଏଣ୍ଟ୍ରି କରିଛି। ମଙ୍ଗଳବାର ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, Sirius India Airlines ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପ୍ରାୟ ଏକ ଡର୍ଜନରୁ ଅଧିକ ଟପ୍-୯ ସିଟ୍‌ରରୁ ୧୦୦ ସିଟର୍‌ ଚାର୍ଟାର ଏୟାରକ୍ରାଫ୍ଟ ଯୋଡ଼ି କ୍ଷମତା ବିସ୍ତାର କରିବା ନେଇ ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ, ଏହି ବିମାନ ଚଳାଚଳ ପାଇଁ ସିରିୟସ ଇଣ୍ଡିଆ ଏୟାରଲାଇନ୍ସ ଦୁବାଇସ୍ଥିତ ଟ୍ରାନ୍ସଓ୍ବାର୍ଲ୍ଡ ଗ୍ରୁପ୍‌ର ଐରାବତ ଆଭିଏସନ (Airavat Aviation) ସହ ପାର୍ଟନରସିପ୍‌ କରିଛି। ଐରାବତ ଆଭିଏସନ ସ୍ବତନ୍ତ୍ର ବିଳାସପୂର୍ଣ୍ଣ ପ୍ରାଇଭେଟ୍‌ ଜେଟ ସର୍ଭିସ ପ୍ରଦାନ କରିଥାଏ। ଏହା ପୂର୍ବରୁ କମ୍ପାନି  ମଧ୍ୟ ପୂର୍ବ, ୟୁରୋପ, ଆଫ୍ରିକା ଏବଂ ଏସିଆରେ ରହିଛି। ଏହାକୁ ସ୍ପାଇସଜେଟ୍‌ର ପୂର୍ବତନ ମୁଖ୍ୟ ଅପରେଟିଂ ଅଫିସର ଅରୁଣ କଶ୍ୟପ ଲଞ୍ଚ କରିଛନ୍ତି।କଶ୍ୟପଙ୍କ ବିମାନ ଉଦ୍ୟୋଗରେ ପ୍ରାୟ ୨୫ ବର୍ଷର ଅଭିଜ୍ଞତା ରହିଛି। ସେ ସ୍ପାଇସଜେଟ ବ୍ୟତୀତ ଜେଟ୍‌ ଏୟାରଓ୍ବେଜ, ଫ୍ଲାଇ ଦୁବାଇ, ଓମାନ ଏୟାର, ଏୟାର ଇଣ୍ଡିଆରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ପଦରେ ରହିସାରିଛନ୍ତି।ସୂଚନା ଅନୁଯାୟୀ, ସିରିୟସ ଇଣ୍ଡିଆ ଏୟାରଲାଇନ୍ସ, ଐରାବତ ଆଭିଏସନ ସହଯୋଗରେ ପ୍ରାରମ୍ଭିକ ପର୍ଯ୍ୟାୟରେ Hawker 4000 ଏୟାରକ୍ରାଫ୍ଟ ମାଧ୍ୟ

ଭାରତୀୟ ବିମାନ ଉଦ୍ୟୋଗରେ Sirius India ଏୟାରଲାଇନ୍ସର ଏଣ୍ଟ୍ରି

ନୂଆଦିଲ୍ଲୀ: ଭାରତୀୟ ବିମାନ ଉଦ୍ୟୋଗରେ ପାଦ ଥାପିଲା ସିରିୟସ ଇଣ୍ଡିଆ ଏୟାରଲାଇନ୍ସ (Sirius India Airlines)। ତେବେ କମ୍ପାନି ମୁଖ୍ୟତଃ ଏୟାର ଚାର୍ଟାର ବ୍ୟବସାୟରେ ଏଣ୍ଟ୍ରି କରିଛି। ମଙ୍ଗଳବାର ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, Sirius India Airlines ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପ୍ରାୟ ଏକ ଡର୍ଜନରୁ ଅଧିକ ଟପ୍-୯ ସିଟ୍‌ରରୁ ୧୦୦ ସିଟର୍‌ ଚାର୍ଟାର ଏୟାରକ୍ରାଫ୍ଟ ଯୋଡ଼ି କ୍ଷମତା ବିସ୍ତାର କରିବା ନେଇ ଲକ୍ଷ୍ୟ ରଖିଛି। 

ସୂଚନାଯୋଗ୍ୟ, ଏହି ବିମାନ ଚଳାଚଳ ପାଇଁ ସିରିୟସ ଇଣ୍ଡିଆ ଏୟାରଲାଇନ୍ସ ଦୁବାଇସ୍ଥିତ ଟ୍ରାନ୍ସଓ୍ବାର୍ଲ୍ଡ ଗ୍ରୁପ୍‌ର ଐରାବତ ଆଭିଏସନ (Airavat Aviation) ସହ ପାର୍ଟନରସିପ୍‌ କରିଛି। ଐରାବତ ଆଭିଏସନ ସ୍ବତନ୍ତ୍ର ବିଳାସପୂର୍ଣ୍ଣ ପ୍ରାଇଭେଟ୍‌ ଜେଟ ସର୍ଭିସ ପ୍ରଦାନ କରିଥାଏ। ଏହା ପୂର୍ବରୁ କମ୍ପାନି  ମଧ୍ୟ ପୂର୍ବ, ୟୁରୋପ, ଆଫ୍ରିକା ଏବଂ ଏସିଆରେ ରହିଛି। ଏହାକୁ ସ୍ପାଇସଜେଟ୍‌ର ପୂର୍ବତନ ମୁଖ୍ୟ ଅପରେଟିଂ ଅଫିସର ଅରୁଣ କଶ୍ୟପ ଲଞ୍ଚ କରିଛନ୍ତି।କଶ୍ୟପଙ୍କ ବିମାନ ଉଦ୍ୟୋଗରେ ପ୍ରାୟ ୨୫ ବର୍ଷର ଅଭିଜ୍ଞତା ରହିଛି। ସେ ସ୍ପାଇସଜେଟ ବ୍ୟତୀତ ଜେଟ୍‌ ଏୟାରଓ୍ବେଜ, ଫ୍ଲାଇ ଦୁବାଇ, ଓମାନ ଏୟାର, ଏୟାର ଇଣ୍ଡିଆରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ପଦରେ ରହିସାରିଛନ୍ତି।

ସୂଚନା ଅନୁଯାୟୀ, ସିରିୟସ ଇଣ୍ଡିଆ ଏୟାରଲାଇନ୍ସ, ଐରାବତ ଆଭିଏସନ ସହଯୋଗରେ ପ୍ରାରମ୍ଭିକ ପର୍ଯ୍ୟାୟରେ Hawker 4000 ଏୟାରକ୍ରାଫ୍ଟ ମାଧ୍ୟମରେ ଉଡ଼ାଣ ସଞ୍ଚାଳିତ କରିବ। ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ମିଳିତ ଉଦ୍ୟମର ଲକ୍ଷ୍ୟ ଭାରତ ଏବଂ ବିଶ୍ବ ସ୍ତରରେ ଚାର୍ଟାର ବ୍ୟବସାୟ, ଆଂଶିକ ସ୍ବାମିତ୍ବ କ୍ଷେତ୍ରରେ ଓ୍ବାନ ଷ୍ଟପ୍ ସଲ୍ୟୁସନ ଯୋଗାଇବା ରହିଛି।’’