ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା: ଅର୍ଥନୈତିକ କ୍ଷେତ୍ରରେ ରହିଛି ଅନେକ ଆହ୍ୱାନ
ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇଛନ୍ତି ସଞ୍ଜୟ ମାଲହୋତ୍ରା। ୩ ବର୍ଷ କାର୍ଯ୍ୟକାଳ ଭିତରେ ତାଙ୍କ ପାଇଁ ଅନେକ ଆହ୍ୱାନ ରହିବ। ଦେଶର ଅର୍ଥନୈତିକ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକର ସଫଳ ମୁକାବିଲା କରିବା ନେଇ ଆହ୍ୱାନ ରହିବ। ୩୩ ବର୍ଷରୁ ଅଧିକ ସମୟ ଧରି ତାଙ୍କ କ୍ୟାରିୟରରେ ନେତୃତ୍ୱ ଏବଂ ଉତ୍କର୍ଷତା ପ୍ରଦର୍ଶନ କରି ସଞ୍ଜୟ ଶକ୍ତି,ଅର୍ଥ ଏବଂ ଟିକସ,ସୂଚନା ପ୍ରଯୁକ୍ତିବିଦ୍ୟା,ଖଣି ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ […]

ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇଛନ୍ତି ସଞ୍ଜୟ ମାଲହୋତ୍ରା। ୩ ବର୍ଷ କାର୍ଯ୍ୟକାଳ ଭିତରେ ତାଙ୍କ ପାଇଁ ଅନେକ ଆହ୍ୱାନ ରହିବ। ଦେଶର ଅର୍ଥନୈତିକ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକର ସଫଳ ମୁକାବିଲା କରିବା ନେଇ ଆହ୍ୱାନ ରହିବ। ୩୩ ବର୍ଷରୁ ଅଧିକ ସମୟ ଧରି ତାଙ୍କ କ୍ୟାରିୟରରେ ନେତୃତ୍ୱ ଏବଂ ଉତ୍କର୍ଷତା ପ୍ରଦର୍ଶନ କରି ସଞ୍ଜୟ ଶକ୍ତି,ଅର୍ଥ ଏବଂ ଟିକସ,ସୂଚନା ପ୍ରଯୁକ୍ତିବିଦ୍ୟା,ଖଣି ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ଅର୍ଥ ମନ୍ତ୍ରଣାଳୟରେ ସଚିବ (ରାଜସ୍ବ) ଅଟନ୍ତି। ତାଙ୍କର ପୂର୍ବ କାର୍ଯ୍ୟରେ ସେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଆର୍ଥିକ ସେବା ବିଭାଗରେ ସଚିବ ଭାବରେ କାର୍ଯ୍ୟ କରିଥିଲେ।
ଭାରତୀୟ ରିଜର୍ଭ ବ୍ୟାଙ୍କର ୨୬ତମ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆଜି ଦାୟିତ୍ୱ ଗ୍ରହଣ କରିବା ଅବସରରେ ଗଣମାଧ୍ୟମକୁ ତାଙ୍କ ପ୍ରଥମ ସମ୍ବୋଧନରେ ସେ କହିଛନ୍ତି, ଅର୍ଥବ୍ୟବସ୍ଥାରେ ସ୍ଥିରତା ରକ୍ଷା କରିବା ହେଉଛି ରିଜର୍ଭ ବ୍ୟାଙ୍କର ଦାୟିତ୍ୱ ।ତାଙ୍କର ପୂର୍ବ ଅଭିଜ୍ଞତାକୁ ଉପଯୋଗ କରି ସେ ଦେଶର ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବାରେ କାମ କରିବେ ବୋଲି କହିଛନ୍ତି।