ଅହମ୍ମଦାବାଦରେ ବଡ଼ ଧରଣର ବିମାନ ଦୁର୍ଘଟଣା
ଗୁଜରାଟ : ଗୁଜରାଟରେ ବଡ଼ ଧରଣର ବିମାନ ଦୁର୍ଘଟଣା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଇଣ୍ଟରନ୍ୟାଶନାଲ ଏୟାର ପୋର୍ଟ ନିକଟରେ ଏୟାର ଇଣ୍ଡିଆ ବିମାନ-୧୭୧ ଅହମଦାବାଦରୁ ଲଣ୍ଡନ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଆଜି ଦିନ ୧.୩୦ ସମୟରେ ବିମାନଟି ଉଡାଣ ଭରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି Iଏନେଇ ଏୟାର ଇଣ୍ଡିଆ ତରଫରୁ ସ୍ପଷ୍ଟ ସୂଚନା ଦିଆଯାଇନଥିବାବେଳେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି […]

ଗୁଜରାଟ : ଗୁଜରାଟରେ ବଡ଼ ଧରଣର ବିମାନ ଦୁର୍ଘଟଣା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଇଣ୍ଟରନ୍ୟାଶନାଲ ଏୟାର ପୋର୍ଟ ନିକଟରେ ଏୟାର ଇଣ୍ଡିଆ ବିମାନ-୧୭୧ ଅହମଦାବାଦରୁ ଲଣ୍ଡନ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଆଜି ଦିନ ୧.୩୦ ସମୟରେ ବିମାନଟି ଉଡାଣ ଭରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି Iଏନେଇ ଏୟାର ଇଣ୍ଡିଆ ତରଫରୁ ସ୍ପଷ୍ଟ ସୂଚନା ଦିଆଯାଇନଥିବାବେଳେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଅହମ୍ମଦାବାଦରୁ ଲଣ୍ଡନ ଯିବାକୁ ଉଡ଼ାଣ ଭରିଥିଲା ବିମାନ। ଏହି ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ଭାଇ ରୁପାଣି ଥିଲେ । ତାଙ୍କ ପରିବାର ଲଣ୍ଡନରେ ରହୁଥିବାବେଳେ ସେ ସେଠାକୁ ଯାଉଥିବା ସୂଚନା ମିଳିଛି ।
ବିମାନରେ ୨୩୦ ଜଣ ଯାତ୍ରୀଙ୍କ ସହ ୧୨ ଜଣ କ୍ରୁ ମେମ୍ବର ଥିଲେ । ଦୁର୍ଘଟଣାସ୍ଥଳ ଆକାଶ କଳା ଧୂଆଁମୟ ହୋଇଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଡାଣ ଭରିବାର ୫ ମିନିଟ ଭିତରେ ବିମାନଟିରେ ନିଆଁ ଲାଗିଯାଇଥିଲା । କୌଣସି ଅଘଟଣ ଆଶଙ୍କା କରି ପାଇଲଟ ‘MAYDAY’ ଏମର୍ଜେନ୍ସି କଲ କରିଥିଲେ । ବିମାନରେ ସମୁଦାୟ ୧୬୯ ଭାରତୀୟ ଯାତ୍ରୀଙ୍କ ସହ ୫୩ ଜଣ ବ୍ରିଟିଶ,୧ କାନାଡ଼ା ଏବଂ ୭ ଜଣ ପର୍ତ୍ତୁଗାଲ ଯାତ୍ରୀ ରହିଥିଲେ । DGCA ଟିମ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଜାରି ରଖିଛି । ବିମାନଟିରେ ନିଆଁ ଲାଗି ଖଣ୍ଡ ଖଣ୍ଡ ହୋଇଯାଇଥିବାବେଳେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ ।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସମସ୍ତ ସଡ଼କ ପଥ ସିଲ୍ କରାଯାଇଛି। ଦୁର୍ଘଟଣା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲଙ୍କ ସହ ଫୋନରେ କଥା ହୋଇଛନ୍ତି । ପରିସ୍ଥିତି ପଚାରି ବୁଝିବା ସହ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ଶାହା । ୧୯୮୮ ପରେ ଅହମ୍ମଦାବାଦରେ ଏହା ଦ୍ଵିତୀୟ ଭୟଙ୍କର ବିମାନ ଦୁର୍ଘଟଣା ।