ଭାରତୀୟ ସେନାକୁ ବଡ଼ ସଫଳତା: ଲଶ୍କରର ଟପ୍ କମାଣ୍ଡର ଉସ୍ମାନ୍ର ହେଲା The End
ଶ୍ରୀନଗର,୨।୧୧: ଜମ୍ମୁ କଶ୍ମୀରର ଶ୍ରୀନଗର ଖାନିଆର ଅଞ୍ଚଳରେ ଶନିବାର ସକାଳେ ହୋଇଥିବା ଏନକାଉଣ୍ଟରରେ ୪ ଯବାନ ଆହତ ହୋଇଥିବା ବେଳେ ଲଶ୍କର-ଏ-ତୋଇବା(ଏଲ୍ଇଟି)ର ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି। ତେବେ ନିହତ ଆତଙ୍କବାଦଙ୍କୁ ଲଶ୍କରର ଟପ୍ କମାଣ୍ଡର ଭାବେ ଚିହ୍ନଟ କରାଯାଇଛି। ତାଙ୍କ ନାମ ଉସମାନ ଓରଫ ଛୋଟା ଓ୍ବାଲିଦ୍ ବୋଲି ଜଣାପଡ଼ିଛି। କଶ୍ମୀର ଆଇଜିପି କହିଛି ଯେ, ଖାନିଆର ଶ୍ରୀନଗର ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ଉସମାନ […] The post ଭାରତୀୟ ସେନାକୁ ବଡ଼ ସଫଳତା: ଲଶ୍କରର ଟପ୍ କମାଣ୍ଡର ଉସ୍ମାନ୍ର ହେଲା The End appeared first on Dharitri Odia News.
ଶ୍ରୀନଗର,୨।୧୧: ଜମ୍ମୁ କଶ୍ମୀରର ଶ୍ରୀନଗର ଖାନିଆର ଅଞ୍ଚଳରେ ଶନିବାର ସକାଳେ ହୋଇଥିବା ଏନକାଉଣ୍ଟରରେ ୪ ଯବାନ ଆହତ ହୋଇଥିବା ବେଳେ ଲଶ୍କର-ଏ-ତୋଇବା(ଏଲ୍ଇଟି)ର ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି। ତେବେ ନିହତ ଆତଙ୍କବାଦଙ୍କୁ ଲଶ୍କରର ଟପ୍ କମାଣ୍ଡର ଭାବେ ଚିହ୍ନଟ କରାଯାଇଛି। ତାଙ୍କ ନାମ ଉସମାନ ଓରଫ ଛୋଟା ଓ୍ବାଲିଦ୍ ବୋଲି ଜଣାପଡ଼ିଛି।
କଶ୍ମୀର ଆଇଜିପି କହିଛି ଯେ, ଖାନିଆର ଶ୍ରୀନଗର ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ଉସମାନ ଓରଫ ଛୋଟା ଓ୍ବାଲିଦ୍ ବୋଲି ଜଣାପଡ଼ିଛି। ସେ ଜଣେ ପାକିସ୍ତାନୀ ଆତଙ୍କବାଦୀ ଥିଲେ। ଲସ୍କର ସହ ଜଡ଼ିତ ଥିଲେ। ପୋଲିସ ଅଧିକାରୀଙ୍କ ହତ୍ୟା ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ଘଟଣାରେ ସମ୍ପୃକ୍ତ ଥିଲେ।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଖାନିଆର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ। ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ଏହାର ଜବାବ ଦେଇଥିଲେ। ସର୍ଚ୍ଚ ଅପରେଶନ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା। ଏବେ ଏନକାଉଣ୍ଟର ଚାଲିଛି ଏବଂ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।
The post ଭାରତୀୟ ସେନାକୁ ବଡ଼ ସଫଳତା: ଲଶ୍କରର ଟପ୍ କମାଣ୍ଡର ଉସ୍ମାନ୍ର ହେଲା The End appeared first on Dharitri Odia News.