ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି Force Gurkha, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

ଭାରତୀୟ ସେନା ଟିମରେ ସାମିଲ୍ ହେବ Force Gurkha । ଫୋର୍ସର ଏହି SUV ଭାରତୀୟ ସେନା ଏବଂ ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ କାମ କରିବ । ପ୍ରତିରକ୍ଷା ବାହିନୀ ବିଶେଷ ଭାବରେ GS 4×4 ମଡେଲର ଡିମାଣ୍ଡ କରିଛନ୍ତି । Force Gurkha ର ପ୍ରାଇସ୍ : Force Gurkha ର ପ୍ରାଇସ୍ ବିଷୟରେ କହିବାକୁ ଗଲେ, ଭାରତୀୟ ବଜାରରେ Force Gurkha ୩ ଏବଂ ୫ ଡୋର୍ ଅପ୍ସନରେ ଉପଲବ୍ଧ । ଏହି […] The post ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି Force Gurkha, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ appeared first on KNews Odisha.

ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି Force Gurkha, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ
Force Gurkha

ଭାରତୀୟ ସେନା ଟିମରେ ସାମିଲ୍ ହେବ Force Gurkha । ଫୋର୍ସର ଏହି SUV ଭାରତୀୟ ସେନା ଏବଂ ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ କାମ କରିବ । ପ୍ରତିରକ୍ଷା ବାହିନୀ ବିଶେଷ ଭାବରେ GS 4×4 ମଡେଲର ଡିମାଣ୍ଡ କରିଛନ୍ତି ।

Force Gurkha ର ପ୍ରାଇସ୍ :
Force Gurkha ର ପ୍ରାଇସ୍ ବିଷୟରେ କହିବାକୁ ଗଲେ, ଭାରତୀୟ ବଜାରରେ Force Gurkha ୩ ଏବଂ ୫ ଡୋର୍ ଅପ୍ସନରେ ଉପଲବ୍ଧ । ଏହି ୩ ଡୋର୍ Gurkha SUV ର ଏକ୍ସ-ସୋରୁମ୍ ପ୍ରାଇସ୍ ୧୬.୭୫ ଲକ୍ଷ ଟଙ୍କା । ସେହିଭଳି ୫-ଡୋର୍ Gurkha SUV ର ଏକ୍ସ-ସୋରୁମ୍ ପ୍ରାଇସ୍ ୧୮ ଲକ୍ଷ ଟଙ୍କାରୁ ଆରମ୍ଭ ହୁଏ । Force Gurkha ବଜାରରେ Mahindra Thar Roxx ସହିତ ଟକ୍କର କରିବ । ଏହି ଫୋର୍ସ ଗାଡ଼ିଟି ପ୍ରତି ଘଣ୍ଟା ୧୫୦ କିଲୋମିଟର ବେଗରେ ଚଲାଯାଇପାରିବ ।

Force Gurkha ର ପାୱାର :
Force Gurkha ଦୁଇଟି ବଡି ଫର୍ମରେ ବଜାରରେ ଉପଲବ୍ଧ । ଏହି ଗାଡ଼ିଟି ୩-ଡୋର ଏବଂ ୫-ଡୋର୍ ଲେଆଉଟ୍ ସହିତ ଆସିଥାଏ । ଏହି ଦୁଇଡି ମଡେଳର ୨.୬ ଲିଟର ଟର୍ବୋ-ଚାର୍ଜଡ ଇଣ୍ଟର-କୁଲ୍ଡ ଡିଜେଲ୍ ଇଞ୍ଜିନ୍ ଅଛି । ଏହି ଇଞ୍ଜିନଟି ୧,୪୦୦-୨,୬୦୦ rpm ରେ ୧୩୮ bhp ପାୱାର ଏବଂ ୩୨୦ Nm ପିକ୍ ଟର୍କ ଜେନେରେଟ୍ କରେ । ଏହି ଗାଡିରେ ଲାଗିଥିବା ଇଞ୍ଜିନ୍ ସମସ୍ତ ଚାରୋଟି ହୁଇଲକୁ ପାୱାର ଯୋଗାଇଥାଏ । ଏହି ଗାଡ଼ିରେ ୫-ସ୍ପିଡ୍ ମାନୁଆଲ୍ ଗିୟରବକ୍ସ ଲାଗାଯାଇଛି ।

Force Gurkha ର ଫିଚର୍ସ :
ଫୋର୍ସର ଏହି ଅଫ-ରୋଡ୍ SUV ୧୮-ଇଞ୍ଚ ଆଲଏ ହୁଇଳ୍ ସହିତ ଆସିଥାଏ । ଏହି ଗାଡ଼ିରେ ଏକ ୭-ଇଞ୍ଚର ଡିଜିଟାଳ୍ ଇନଷ୍ଟ୍ରୁମେଣ୍ଟ କନସୋଲ୍ ଅଛି । ଏହା ସହିତ ୯-ଇଞ୍ଚ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ ମଧ୍ୟ ଲଗାଯାଇଛି । ଏହି ଗାଡ଼ିଟି ୨୩୩ ମିମିର ଗ୍ରାଉଣ୍ଡ କ୍ଲିୟରାନ୍ସ ସହିତ ଆସିଥାଏ ।

ସେଫ୍ଟି ପାଇଁ Force Gurkha ରେ ABS ଏବଂ EBD ସହିତ ଦୁଇଟି ଏୟାରବ୍ୟାଗ୍ ଏବଂ ଟାୟାର ପ୍ରେସର ମନିଟରିଂ ସିଷ୍ଟମ (TMPS) ର ସୁବିଧା ମିଳିଥାଏ । ୫-ଡୋର୍ Gurkha କୁ red, green, white ଏବଂ black ଭଳି ୪ଟି କଲର ଅପ୍ସନରେ କିଣାଯାଇପାରିବ ।

The post ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି Force Gurkha, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ appeared first on KNews Odisha.