ଭାରତୀୟ ସ୍ମାର୍ଟଫୋନ ମାର୍କେଟ୍ ୩.୨% ବୃଦ୍ଧି: ଇଣ୍ଡିଆରେ ଚୀନ କମ୍ପାନୀଙ୍କ ରାଜ୍, ଟପ୍ରେ ଭିଭୋ
ନୂଆଦିଲ୍ଲୀ:୨୦୨୪ର ଦ୍ୱିତୀୟ ତ୍ରୟମାସିକରେ ୩୯ ମିଲିୟନ ୟୁନିଟ୍ ରପ୍ତାନୀ ସହ ଭାରତୀୟ ସ୍ମାର୍ଟଫୋନ୍ ମାର୍କେଟ୍ ୩.୨ ପ୍ରତିଶତ ବୃଦ୍ଧି ପାଇଛି। ବଜାର ବିଷୟରେ ଗବେଷଣା କରୁଥିବା ସଂସ୍ଥା ଇଣ୍ଟରନ୍ୟାସ୍ନାଲ ଡାଟା କୋରପୋରେସନ ଏହି ସୂଚନା ଦେଇଛି। ତେବେ ଭାରତୀୟ ସ୍ମାର୍ଟଫୋନ୍ ମାର୍କେଟ୍କୁ ଚୀନ କମ୍ପାନୀ ଭିଭୋ କବ୍ଜା କରିଛି। ଭାରତୀୟ ସ୍ମାର୍ଟଫୋନ ମାର୍କେଟର ୧୬ ପ୍ରତିଶତ କେବଳ ଭିଭୋର। ବାର୍ଷିକ ଆଧାରରେ ଭିଭୋ ରପ୍ତାନୀରେ ୬.୭ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ଅନ୍ୟପଟେ ସୁପର ପ୍ରିମିୟମ ସେଗ୍ମେଣ୍ଟରେ ଆମେରିକା କମ୍ପାନୀ ଆପଲ ରାଜ୍ କରୁଛି। ୮୩ ପ୍ରତିଶତ ପ୍ରିମିୟମ ମାର୍କେଟ୍ ଆପଲ କବ୍ଜା କରିଥିବା ବେଳେ ମାତ୍ର ୧୬ ପ୍ରତିଶତ ଶେୟାର ସହ ସାମସଙ୍ଗ ଦ୍ୱିତୀୟରେ ରହିଛି। ରିପୋର୍ଟରେ କୁହାଯାଇଛି ଯେ ମୋଟ ଉପରେ କହିବାକୁ ଗଲେ ଭିଭୋ ବିଭିନ୍ନ ପ୍ରାଇସ ସେଗ୍ମେଣ୍ଟ ଯଥା ୱାଇ ସିରିଜ୍, ମିଡ ପ୍ରିମିୟମ ଭି ସିରିଜ ଓ ଫ୍ଲାଗ୍ସିପ ଏକ୍ସ ଫୋଲ୍ଡ ୩ ପ୍ରୋ ଆଦି ଫୋନ୍ ଲଞ୍ଚ କରି ଲଗାତର ଦ୍ୱିତୀୟ ତ୍ରୟମାସିକରେ ଆଗରେ ରହିଛି। ସେହିପରି ମୋଟୋରୋଲା ମଧ୍ୟ ବିଭିନ୍ନ ପ୍ରାଇସ୍ ସେଗ୍ମେଣ୍ଟରେ ଜବରଦସ୍ତ ବୃଦ୍ଧି କରିଛି।ଭିଭୋ ପଛକୁ ରହିଛି ଆଉ ଏକ ଚୀନ କମ୍ପାନୀ ସାଇମୀ। ଏହି କମ୍ପାନୀ ଭାରତୀୟ ମାର୍କେଟ୍ର ୧୩.୫ ପ୍ରତିଶତ କବ୍ଜା କରିଛି। ଅନ୍ୟପଟେ ସାମସଙ୍ଗ ଭାରତରେ ତୃତୀୟ ସ୍ଥାନକୁ ଖସି ଆସିଛି। କମ୍ପାନୀର ଶେୟାର ୧୨.୯ ପ୍ରତିଶତ ରହିଛ
ନୂଆଦିଲ୍ଲୀ:୨୦୨୪ର ଦ୍ୱିତୀୟ ତ୍ରୟମାସିକରେ ୩୯ ମିଲିୟନ ୟୁନିଟ୍ ରପ୍ତାନୀ ସହ ଭାରତୀୟ ସ୍ମାର୍ଟଫୋନ୍ ମାର୍କେଟ୍ ୩.୨ ପ୍ରତିଶତ ବୃଦ୍ଧି ପାଇଛି। ବଜାର ବିଷୟରେ ଗବେଷଣା କରୁଥିବା ସଂସ୍ଥା ଇଣ୍ଟରନ୍ୟାସ୍ନାଲ ଡାଟା କୋରପୋରେସନ ଏହି ସୂଚନା ଦେଇଛି। ତେବେ ଭାରତୀୟ ସ୍ମାର୍ଟଫୋନ୍ ମାର୍କେଟ୍କୁ ଚୀନ କମ୍ପାନୀ ଭିଭୋ କବ୍ଜା କରିଛି। ଭାରତୀୟ ସ୍ମାର୍ଟଫୋନ ମାର୍କେଟର ୧୬ ପ୍ରତିଶତ କେବଳ ଭିଭୋର। ବାର୍ଷିକ ଆଧାରରେ ଭିଭୋ ରପ୍ତାନୀରେ ୬.୭ ପ୍ରତିଶତ ହାରରେ ବୃଦ୍ଧି ପାଉଛି।
ଅନ୍ୟପଟେ ସୁପର ପ୍ରିମିୟମ ସେଗ୍ମେଣ୍ଟରେ ଆମେରିକା କମ୍ପାନୀ ଆପଲ ରାଜ୍ କରୁଛି। ୮୩ ପ୍ରତିଶତ ପ୍ରିମିୟମ ମାର୍କେଟ୍ ଆପଲ କବ୍ଜା କରିଥିବା ବେଳେ ମାତ୍ର ୧୬ ପ୍ରତିଶତ ଶେୟାର ସହ ସାମସଙ୍ଗ ଦ୍ୱିତୀୟରେ ରହିଛି। ରିପୋର୍ଟରେ କୁହାଯାଇଛି ଯେ ମୋଟ ଉପରେ କହିବାକୁ ଗଲେ ଭିଭୋ ବିଭିନ୍ନ ପ୍ରାଇସ ସେଗ୍ମେଣ୍ଟ ଯଥା ୱାଇ ସିରିଜ୍, ମିଡ ପ୍ରିମିୟମ ଭି ସିରିଜ ଓ ଫ୍ଲାଗ୍ସିପ ଏକ୍ସ ଫୋଲ୍ଡ ୩ ପ୍ରୋ ଆଦି ଫୋନ୍ ଲଞ୍ଚ କରି ଲଗାତର ଦ୍ୱିତୀୟ ତ୍ରୟମାସିକରେ ଆଗରେ ରହିଛି। ସେହିପରି ମୋଟୋରୋଲା ମଧ୍ୟ ବିଭିନ୍ନ ପ୍ରାଇସ୍ ସେଗ୍ମେଣ୍ଟରେ ଜବରଦସ୍ତ ବୃଦ୍ଧି କରିଛି।
ଭିଭୋ ପଛକୁ ରହିଛି ଆଉ ଏକ ଚୀନ କମ୍ପାନୀ ସାଇମୀ। ଏହି କମ୍ପାନୀ ଭାରତୀୟ ମାର୍କେଟ୍ର ୧୩.୫ ପ୍ରତିଶତ କବ୍ଜା କରିଛି। ଅନ୍ୟପଟେ ସାମସଙ୍ଗ ଭାରତରେ ତୃତୀୟ ସ୍ଥାନକୁ ଖସି ଆସିଛି। କମ୍ପାନୀର ଶେୟାର ୧୨.୯ ପ୍ରତିଶତ ରହିଛି। ରିପୋର୍ଟ ଅନୁସାରେ, ସାମସଙ୍ଗର ରପ୍ତାନୀ ବର୍ଷକୁ ବର୍ଷ ୧୫.୪ ପ୍ରତିଶତରେ ହ୍ରାସ ପାଉଛି। ସେହିପରି ଆପଲ ଭାରତୀୟ ମାର୍କେଟ୍ର ୬.୭ ପ୍ରତିଶତ ମାର୍କେଟ ଶେୟାର ସହ ଷଷ୍ଠ ସ୍ଥାନରେ ଥିବା ବେଳେ ବାର୍ଷିକ ୨୪.୨ ପ୍ରତିଶତ ରପ୍ତାନୀ ବଢ଼ିଛି।
IDC ୱାର୍ଲ୍ଡ ୱାଇଡ୍ କ୍ୱାର୍ଟର୍ଲି ମୋବାଇଲ୍ ଫୋନ୍ ଟ୍ରାକର୍ ରିପୋର୍ଟ ଅନୁଯାୟୀ, ୨୦୨୦୪ ର ପ୍ରଥମାର୍ଦ୍ଧରେ ଭାରତୀୟ ସ୍ମାର୍ଟଫୋନ୍ ବଜାର ୬୯ ନିୟୁତ ସ୍ମାର୍ଟଫୋନ୍ ରପ୍ତାନୀ କରିଛି। ପ୍ରିମିୟମ ସେଗ୍ମେଣ୍ଟ ୫୦ ରୁ ୬୭ ହଜାର ଭିତରେ ଆପଲ ଶେୟାର ବାର୍ଷିକ ଆଧାରରେ ୬୧ ପ୍ରତିଶତ ବଢ଼ିଛି। ଅନ୍ୟପଟେ ସାମସଙ୍ଗ ଗତବର୍ଷ ୨୧ ପ୍ରତିଶତରୁ ବଢ଼ି ଚଳିତ ବର୍ଷ ୨୪ ପ୍ରତିଶତ ହୋଇଛି।
ରିପୋର୍ଟ ଅନୁସାରେ, ୨୭ ମିଲିଅନ 5G ସ୍ମାର୍ଟଫୋନ୍ ତ୍ରୟମାସିକରେ ରପ୍ତାନୀ। ଫଳରେ 5G ସ୍ମାର୍ଟଫୋନ୍ ରପ୍ତାନୀରେ ୭୭ ପ୍ରତିଶତ ବଢ଼ିଛି। ଗତବର୍ଷ ସମାନ ଅବଧିରେ ଏହା ୪୯ ପ୍ରତିଶତ ଥିଲା।