ଭାରତୀୟଙ୍କୁ ଇସ୍ରାଏଲ-ଇରାନ ଯିବା ମନା
ନୂଆଦିଲ୍ଲୀ,୧୨।୪: ଭାରତୀୟଙ୍କୁ ଇସ୍ରାଏଲ ଓ ଇରାନ ଗସ୍ତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଆଜି ସରକାର ଗୋଟିଏ ନୋଟିସ ଜାରି କହିଛନ୍ତି, ପରବର୍ତ୍ତୀ ନୋଟିସ୍ ନ ମିଳିବା ଯାଏଁ ଇରାନ ଓ ଇସ୍ରାଏଲ ଗସ୍ତ କରନ୍ତୁ ନାହିଁ। ଇରାନ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧା ଆକ୍ରମଣ କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏପରି ନିର୍ଦ୍ଦେଶ ଜାରି କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, […] The post ଭାରତୀୟଙ୍କୁ ଇସ୍ରାଏଲ-ଇରାନ ଯିବା ମନା appeared first on Dharitri Odia News.
ନୂଆଦିଲ୍ଲୀ,୧୨।୪: ଭାରତୀୟଙ୍କୁ ଇସ୍ରାଏଲ ଓ ଇରାନ ଗସ୍ତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଆଜି ସରକାର ଗୋଟିଏ ନୋଟିସ ଜାରି କହିଛନ୍ତି, ପରବର୍ତ୍ତୀ ନୋଟିସ୍ ନ ମିଳିବା ଯାଏଁ ଇରାନ ଓ ଇସ୍ରାଏଲ ଗସ୍ତ କରନ୍ତୁ ନାହିଁ। ଇରାନ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧା ଆକ୍ରମଣ କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏପରି ନିର୍ଦ୍ଦେଶ ଜାରି କରିଛି।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମଧ୍ୟପ୍ରାଚ୍ୟରେ ଏବେ ବିଷମ ସ୍ଥିତି ସୃଷ୍ଟି ହୋଇଛି। ତେଣୁ ଭାରତୀୟମାନେ ଇରାନ ଓ ଇସ୍ରାଏଲ ଗସ୍ତ କରନ୍ତୁ ନାହିଁ। ସେହିପରି ବର୍ତ୍ତମାନ ଇରାନ ଓ ଇସ୍ରାଏଲରେ ଥିବା ଭାରତୀୟମାନେ ସତର୍କ ରହୁନ୍ତୁ। ସେମାନେ ତୁରନ୍ତ ଦୂତାବାସ ସହ ଯୋଗାଯୋଗ କରି ନିଜର ପଞ୍ଜୀକରଣ କରାନ୍ତୁ।
The post ଭାରତୀୟଙ୍କୁ ଇସ୍ରାଏଲ-ଇରାନ ଯିବା ମନା appeared first on Dharitri Odia News.