ଭାଲିଆପଦର ହରିଜନ ପଡାର ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ ଯୋଗୁଁ ପାଣି ପାଇଁ ଲୋକେ ହନ୍ତସନ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ବାଗବର ପଞ୍ଚାୟତ ଅନ୍ତର୍ଗତ ଭାଲିଆପଦର ଗ୍ରାମର ହରିଜନ ପଡ଼ାର ନଳକୂପ ରୁ ଯୋଗାଣ ହେଉଥିବା ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ଏକମାସ ହେବ ଅଚଳ ହୋଇ ପଡିଛି । ଗ୍ରାମବାସୀ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାଁନ୍ତି । ପ୍ରକାଶ ଥାଉକି ବସୁଧା ଯୋଜନା ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଏହି ସୋଲାର ପ୍ରକଳ୍ପ ନିର୍ମାଣ […] The post ଭାଲିଆପଦର ହରିଜନ ପଡାର ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ ଯୋଗୁଁ ପାଣି ପାଇଁ ଲୋକେ ହନ୍ତସନ୍ତ appeared first on Odisha.News.

ଭାଲିଆପଦର ହରିଜନ ପଡାର ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ ଯୋଗୁଁ ପାଣି ପାଇଁ ଲୋକେ ହନ୍ତସନ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ବାଗବର ପଞ୍ଚାୟତ ଅନ୍ତର୍ଗତ ଭାଲିଆପଦର ଗ୍ରାମର ହରିଜନ ପଡ଼ାର ନଳକୂପ ରୁ ଯୋଗାଣ ହେଉଥିବା ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ଏକମାସ ହେବ ଅଚଳ ହୋଇ ପଡିଛି । ଗ୍ରାମବାସୀ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାଁନ୍ତି । ପ୍ରକାଶ ଥାଉକି ବସୁଧା ଯୋଜନା ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଏହି ସୋଲାର ପ୍ରକଳ୍ପ ନିର୍ମାଣ କରାଯାଇ ଗ୍ରାମବାସୀଙ୍କୁ ଜଳ ଯୋଗାଣ କରୁଥିଲା । ମାତ୍ର ଦୀର୍ଘ ଏକ ମାସ ହେବ ଏହି ପ୍ରକଳ୍ପ ର ମୋଟର ପୋଡି ଯାଇଛି କହି ବିଭାଗୀୟ କର୍ତ୍ତୃପକ୍ଷ ନୀରବ ରହିଛନ୍ତି । ଫଳରେ ଜଳ ଯୋଗାଣ ବନ୍ଦ ଥିବାରୁ ପଡାବାସୀ ନାହଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ତେଣୁ ତୁରନ୍ତ ଏହାର ମରାମତି କରାଇ ସକ୍ଷମ କରା ଯିବାକୁ ସାଧାରଣ ରେ ଦାବୀ ହେଉଛି।

The post ଭାଲିଆପଦର ହରିଜନ ପଡାର ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ ଯୋଗୁଁ ପାଣି ପାଇଁ ଲୋକେ ହନ୍ତସନ୍ତ appeared first on Odisha.News.