ଭାଲୁ ଆକ୍ରମଣରେ ଚାଲିଗଲା ଜୀବନ

ପାପଡ଼ାହାଣ୍ଡି, ୨୧।୧(ସ୍ବପ୍ନଜିତ ପଟ୍ଟନାୟକ): ଭାଲୁ ଆକ୍ରମଣରେ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ପାଲପୁର ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସେ ହେଲେ ସମଦୁ ଅମନାତ୍ୟ। ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାନୁଯାୟୀ ପାଲପୁର ଗ୍ରାମର ସମଦୁ ରାତ୍ରିରେ ଖାଇ ଗାଁ ପାଖ ଚାଷ ଜମିକୁ ଶୋଇବାକୁ ଯାଇଥିଲେ। ଏହି ସମୟରେ ଗାଁ ନଦୀ ପାଖରେ ଥିବା ଏକ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ପ୍ରାଣ […] The post ଭାଲୁ ଆକ୍ରମଣରେ ଚାଲିଗଲା ଜୀବନ appeared first on Dharitri Odia News.

ଭାଲୁ ଆକ୍ରମଣରେ ଚାଲିଗଲା ଜୀବନ
ପାପଡ଼ାହାଣ୍ଡି, ୨୧।୧(ସ୍ବପ୍ନଜିତ ପଟ୍ଟନାୟକ): ଭାଲୁ ଆକ୍ରମଣରେ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ପାଲପୁର ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସେ ହେଲେ ସମଦୁ ଅମନାତ୍ୟ। ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ ପାଲପୁର ଗ୍ରାମର ସମଦୁ ରାତ୍ରିରେ ଖାଇ ଗାଁ ପାଖ ଚାଷ ଜମିକୁ ଶୋଇବାକୁ ଯାଇଥିଲେ। ଏହି ସମୟରେ ଗାଁ ନଦୀ ପାଖରେ ଥିବା ଏକ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ପ୍ରାଣ ବିକଳରେ ନିଜ ଜୀବନ ବଞ୍ଚାଇବାକୁ ସମଦୁ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଉଦ୍ଧାର କରିଥିଲେ। ପରିବାର ସଦସ୍ୟ ୧୦୮ ଆମ୍ବୁଲାନ୍ସ ଯୋଗେ ସମଦୁଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସମଦୁଙ୍କ ମୃତ୍ୟୁ ଘଟିଛି।

The post ଭାଲୁ ଆକ୍ରମଣରେ ଚାଲିଗଲା ଜୀବନ appeared first on Dharitri Odia News.