ପରମେଶ୍ୱର ପୂର୍ବତଟ ରେଳପଥର ମହାପ୍ରବନ୍ଧକ

ଭୁବନେଶ୍ୱର,୨୯।୫(ଅନୁରାଧା ମହାରଣା): ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇଆର୍‌ଏମ୍‌ଏସ୍‌ ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଆଇଆଇଟି କାନପୁରର ଛାତ୍ର ଥିଲେ ଏବଂ ଭାରତୀୟ ରେଳବାଇ ଇଞ୍ଜିନିୟର୍ସ ସେବା ୧୯୮୮ ବ୍ୟାଚ୍‌ ଅଧିକାରୀ । ସେ ଡିଆର୍‌ଏମ୍‌ଏସ୍‌, ଅହମ୍ମଦାବାଦ ଏଡିଆର୍‌ଏମ୍‌, ଆର୍‌ଆର୍‌ବି ଅଧ୍ୟକ୍ଷ ଏବଂ ଆର୍‌ଡିଏସ୍‌ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପୂର୍ବତଟ ରେଳପଥରେ ନିଯୁକ୍ତି ପାଇବା ପୂର୍ବରୁ ସେ ପଶ୍ଚିମ ରେଳପଥ ମୁମ୍ବାଇରେ ପ୍ରିନ୍ସିପାଲ ଚିଫ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟକରୁଥିଲେ। ଆର୍‌ଡିଏସ୍‌ଓରେ […] The post ପରମେଶ୍ୱର ପୂର୍ବତଟ ରେଳପଥର ମହାପ୍ରବନ୍ଧକ appeared first on Dharitri Odia News.

ପରମେଶ୍ୱର ପୂର୍ବତଟ ରେଳପଥର ମହାପ୍ରବନ୍ଧକ

ଭୁବନେଶ୍ୱର,୨୯।୫(ଅନୁରାଧା ମହାରଣା): ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇଆର୍‌ଏମ୍‌ଏସ୍‌ ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଆଇଆଇଟି କାନପୁରର ଛାତ୍ର ଥିଲେ ଏବଂ ଭାରତୀୟ ରେଳବାଇ ଇଞ୍ଜିନିୟର୍ସ ସେବା ୧୯୮୮ ବ୍ୟାଚ୍‌ ଅଧିକାରୀ । ସେ ଡିଆର୍‌ଏମ୍‌ଏସ୍‌, ଅହମ୍ମଦାବାଦ ଏଡିଆର୍‌ଏମ୍‌, ଆର୍‌ଆର୍‌ବି ଅଧ୍ୟକ୍ଷ ଏବଂ ଆର୍‌ଡିଏସ୍‌ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପୂର୍ବତଟ ରେଳପଥରେ ନିଯୁକ୍ତି ପାଇବା ପୂର୍ବରୁ ସେ ପଶ୍ଚିମ ରେଳପଥ ମୁମ୍ବାଇରେ ପ୍ରିନ୍ସିପାଲ ଚିଫ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟକରୁଥିଲେ।
ଆର୍‌ଡିଏସ୍‌ଓରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବେଗ ବୃଦ୍ଧି କରିବା ପାଇଁ ଟ୍ରାକ୍‌ ଏବଂ ବ୍ରିଜ୍‌ କ୍ଷେତ୍ରରେ ଅଭିନବ ଜ୍ଞାନକୌଶଳ ପ୍ରଚଳନ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରେଲୱେ ଇଞ୍ଜିନିୟରିଂ ବ୍ୟତୀତ ମାନବ ସମ୍ବଳ କାର୍ଯ୍ୟ, ଗବେଷଣା ଏବଂ ଡିଜାଇନ ଏବଂ ସାଧାରଣ ପ୍ରଶାସନରେ ତାଙ୍କର ବିପୁଳ ଅଭିଜ୍ଞତା ରହିଛି । ଟ୍ରାକ୍‌, ବ୍ରିଜ୍‌ ଏବଂ ପରିବେଶ ଇଞ୍ଜିନିୟରିଂ ଉପରେ ସେ ଅନେକ ଗବେଷଣା ପତ୍ର ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶ କରିଛନ୍ତି। ଚାଇନାର ବେଜିଂ, କାନାଡାର କାଲଗରୀ ଏବଂ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଟରନ୍ୟାଶନାଲ ହେଭି ହଲ୍‌ ଆସୋସିଏସନ (ଆଇଏଚ୍‌ଏଚ୍‌ଏ) ସମ୍ମିଳନୀରେ ସେ ରିସର୍ଚ୍ଚ ପେପର ଉପସ୍ଥାପନ କରିଥିଲେ।

The post ପରମେଶ୍ୱର ପୂର୍ବତଟ ରେଳପଥର ମହାପ୍ରବନ୍ଧକ appeared first on Dharitri Odia News.