ଭାଲୁ ସହ ଅଧଘଣ୍ଟାର ଲଢେଇ, ପରେ…
ବୈପାରୀଗୁଡା ୧୭।୨: ଭାଲୁ ସହ ଅଧଘଣ୍ଟାର ଲଢେଇ । ହାରିଗଲା ଭାଲୁ, ମରଣ ମୁହଁରୁ ଜୀବନ ଫେରିପାଇଲେ ଯୁବକ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଘଗୁଡାରେ । ସୂଚନାଯୋଗ୍ୟ, କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଘଗୁଡାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଜଗବନ୍ଧୁ ହରିଜନ ଗୁରୁତର ହୋଇଛନ୍ତି । ଜଗବନ୍ଧୁ ଶୁକ୍ରବାର ରାତିରେ କୁନ୍ଦୁରାଠାରୁ ନିଜ ଗାଁ ବାଘଗୁଡା ଅଭିମୁଖେ ଯାଉଥିବା ବେଳେ ହଠାତ ଭାଲୁ ସହ ମୁହାଁମୁହିଁ ହୋଇଥିଲେ । ଜଗବନ୍ଧୁ […] The post ଭାଲୁ ସହ ଅଧଘଣ୍ଟାର ଲଢେଇ, ପରେ… appeared first on Dharitri Odia News.
ବୈପାରୀଗୁଡା ୧୭।୨: ଭାଲୁ ସହ ଅଧଘଣ୍ଟାର ଲଢେଇ । ହାରିଗଲା ଭାଲୁ, ମରଣ ମୁହଁରୁ ଜୀବନ ଫେରିପାଇଲେ ଯୁବକ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଘଗୁଡାରେ ।
ସୂଚନାଯୋଗ୍ୟ, କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଘଗୁଡାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଜଗବନ୍ଧୁ ହରିଜନ ଗୁରୁତର ହୋଇଛନ୍ତି । ଜଗବନ୍ଧୁ ଶୁକ୍ରବାର ରାତିରେ କୁନ୍ଦୁରାଠାରୁ ନିଜ ଗାଁ ବାଘଗୁଡା ଅଭିମୁଖେ ଯାଉଥିବା ବେଳେ ହଠାତ ଭାଲୁ ସହ ମୁହାଁମୁହିଁ ହୋଇଥିଲେ । ଜଗବନ୍ଧୁ ସାହାସିକତାର ସହ ଭାଲୁ ସହ ଅଧା ଘଣ୍ଟା ଧରି ଲଢ଼େଇ କରି ଭାଲୁ ମୁହଁରୁ ରକ୍ଷା ପାଇଯାଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରେ ପହଞ୍ଚିବା କ୍ଷଣି ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ଜୟପୁରକୁ ସ୍ଥାନାନ୍ତର କରାଯାଇଥିଲା।
The post ଭାଲୁ ସହ ଅଧଘଣ୍ଟାର ଲଢେଇ, ପରେ… appeared first on Dharitri Odia News.