ଭାଲୁର ରୂପ ଦେଖି ଡରି ଛାନିଆ ହୋଇଗଲା ବାଘ…, ଆଖି ବୁଜି ମାରିଲା ଡିଆଁ

ମହାରାଷ୍ଟ୍ରର ଚନ୍ଦ୍ରପୁରସ୍ଥିତ ତାଡୋବା ଟାଇଗର ରିଜର୍ଭରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଏହି ଭିଡିଓକୁ ପର୍ଯ୍ୟଟକମାନେ ନିଜ ମୋବାଇଲ ଫୋନ୍‌ରେ କଏଦ କରିଛନ୍ତି । ଏଥିରେ ଦେଖିବାକୁ ମିଳୁଛି ଯେ ଏକ ବାଘ ହଠାତ୍‌ ଭାଲୁ ସାମ୍ନାରେ ଆସି ଛିଡ଼ା ହେଉଛି । ଏତିକି ବେଳେ ଭାଲୁ ତାକୁ ନିଜର ଅସଲି ରୂପ ଦେଖାଉଛି । ଲୋକଙ୍କ କହିବା ହେଲା, ସାଧାରଣତଃ ବାଘ ଦେଖିଲେ ସମସ୍ତେ ଡରି ଛାନିଆ ହୋଇଯାଆନ୍ତି । […] The post ଭାଲୁର ରୂପ ଦେଖି ଡରି ଛାନିଆ ହୋଇଗଲା ବାଘ…, ଆଖି ବୁଜି ମାରିଲା ଡିଆଁ appeared first on KNews Odisha.

ଭାଲୁର ରୂପ ଦେଖି ଡରି ଛାନିଆ ହୋଇଗଲା ବାଘ…, ଆଖି ବୁଜି ମାରିଲା ଡିଆଁ
tiger

ମହାରାଷ୍ଟ୍ରର ଚନ୍ଦ୍ରପୁରସ୍ଥିତ ତାଡୋବା ଟାଇଗର ରିଜର୍ଭରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଏହି ଭିଡିଓକୁ ପର୍ଯ୍ୟଟକମାନେ ନିଜ ମୋବାଇଲ ଫୋନ୍‌ରେ କଏଦ କରିଛନ୍ତି । ଏଥିରେ ଦେଖିବାକୁ ମିଳୁଛି ଯେ ଏକ ବାଘ ହଠାତ୍‌ ଭାଲୁ ସାମ୍ନାରେ ଆସି ଛିଡ଼ା ହେଉଛି । ଏତିକି ବେଳେ ଭାଲୁ ତାକୁ ନିଜର ଅସଲି ରୂପ ଦେଖାଉଛି ।

ଲୋକଙ୍କ କହିବା ହେଲା, ସାଧାରଣତଃ ବାଘ ଦେଖିଲେ ସମସ୍ତେ ଡରି ଛାନିଆ ହୋଇଯାଆନ୍ତି । କିନ୍ତୁ ଯେଉଁ ଭିଡିଓ ଏବେ ଭାଇରାଲ ହେଉଛି, ସେଥିରେ ବାଘଟି କେଉଁଭଳି ଭାବେ ଲାଙ୍ଗୁଡ଼ ଯାକି ଡରି ପଳାଉଛି, ତାହା ଦେଖିବାକୁ ମିଳୁଛି । ଭିଡିଓ ଅନୁସାରେ, ବାଘଟି ଆକ୍ରମଣ ଉଦ୍ଦେଶ୍ୟରେ ଏକ ସ୍ଥାନରେ ବସିଥିବା ଭାଲୁ ପାଖରେ ପହଞ୍ଚୁଛି ।

ଯେମିତି ବାଘ ଭାଲୁ ପାଖକୁ ଯାଉଛି, ଗୋଟିଏ ମୁହୂର୍ତ୍ତରେ ଏପରି ଲାଗୁଛି, ଯେପରି ବାଘଟି ଭାଲୁକୁ ଆକ୍ରମଣ କରିବ । ଘଟଣାସ୍ଥଳଠାରୁ ଅଳ୍ପ ଦୂରରେ କିଛି ପର୍ଯ୍ୟଟକ ମଧ୍ୟ ଥିଲେ । ତେବେ କିଛି ସମୟ ପରେ ଏପରି ହୋଇଥିଲା କି, ପର୍ଯ୍ୟଟକ ମଧ୍ୟ ଦେଖିକି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଭାଲୁ ତା’ର ଉଗ୍ର ରୂପ ଦେଖାଇଥିଲା, ଯାହାକୁ ଦେଖି ବାଘ ଡରିଯାଇଥିଲା । ଦୁଇଟି ଗୋଡ଼ରେ ଛିଡ଼ା ହୋଇ ଭାଲୁ ସିଧା ବାଘକୁ ଚ୍ୟାଲେଞ୍ଜ କରିଥିଲା । ଭାଲୁର ଉଗ୍ର ରୂପ ଦେଖି ବାଘ ଲାଙ୍ଗୁଡ଼ ଯାକି ସେଠାରୁ ପଳାଇ ଯାଇଥିଲା । ଆଗରେ ବାଘ ଦୌଡ଼ୁଥିଲା, ପଛରେ ଦୁଇଟି ଗୋଡ଼ରେ ଭାଲୁ ତାକୁ ଗୋଡ଼ାଉଥିଲା । ଏହି ଘଟଣାକୁ ସେଠାରେ ଉପସ୍ଥିତ କିଛି ପର୍ଯ୍ୟଟକ ନିଜ ମୋବାଇଲ କ୍ୟାମେରାରେ କଏଦ କରି ନେଇଥିଲେ ।

ଆକ୍ରମଣ ଉଦ୍ଦେଶ୍ୟରେ ଆସିଥିବା ବାଘକୁ ଭାଲୁ କୌଣସି ବି ପରିସ୍ଥିତିରେ ଛାଡ଼ି ନ ଥିଲା । ଭାଲୁର ଏପରି ରୂପ ଦେଖି ଶେଷରେ ବାଘକୁ ସେଠାରୁ ପଳାଇ ଯିବାକୁ ପଡ଼ିଥିଲା । ଟୁରିଷ୍ଟ୍‍ ବାପୁ ଗାଁଓତୁରେ ନିଜ ମୋବାଇଲରେ ଏହି ଦୃଶ୍ୟ କଏଦ କରିଥିଲେ, ଯାହାକି ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଛି ।

The post ଭାଲୁର ରୂପ ଦେଖି ଡରି ଛାନିଆ ହୋଇଗଲା ବାଘ…, ଆଖି ବୁଜି ମାରିଲା ଡିଆଁ appeared first on KNews Odisha.