ଭିଏଟ୍‌ନାମ ନେତା ଟ୍ରୋଙ୍ଗ୍‌ଙ୍କ ପରଲୋକ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ହନୋଇ, ୨୦।୭: କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଭିଏଟ୍‌ନାମର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ଗୁୟେନ୍‌ ଫୁ ଟ୍ରୋଙ୍ଗ୍‌ଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ଗୁରୁତର ଭାବେ ଅସୁସ୍ଥ ହୋଇ ହନୋଇର ଏକ ମିଲିଟାରି ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ୨୦୧୧ରେ ଟ୍ରୋଙ୍ଗ୍‌ ପ୍ରଥମ ଥର ପାଇଁ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଭିଏଟ୍‌ନାମର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେବେଠାରୁ ସେ ଭିଏଟ୍‌ନାମ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରି ଆସୁଛନ୍ତି। ୨୦୧୬ରେ […] The post ଭିଏଟ୍‌ନାମ ନେତା ଟ୍ରୋଙ୍ଗ୍‌ଙ୍କ ପରଲୋକ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

ଭିଏଟ୍‌ନାମ ନେତା ଟ୍ରୋଙ୍ଗ୍‌ଙ୍କ ପରଲୋକ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ହନୋଇ, ୨୦।୭: କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଭିଏଟ୍‌ନାମର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ଗୁୟେନ୍‌ ଫୁ ଟ୍ରୋଙ୍ଗ୍‌ଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ଗୁରୁତର ଭାବେ ଅସୁସ୍ଥ ହୋଇ ହନୋଇର ଏକ ମିଲିଟାରି ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି।

୨୦୧୧ରେ ଟ୍ରୋଙ୍ଗ୍‌ ପ୍ରଥମ ଥର ପାଇଁ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଭିଏଟ୍‌ନାମର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେବେଠାରୁ ସେ ଭିଏଟ୍‌ନାମ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରି ଆସୁଛନ୍ତି। ୨୦୧୬ରେ ସେ କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ ପଦରେ ପୁନଃ ନିର୍ବାଚିତ ହୋଇଥିଲେ। ୧୯୪୪ରେ ହନୋଇରେ ଜନ୍ମଗ୍ରହଣ କରିଥିବା ଟ୍ରୋଙ୍ଗ୍‌ ମାତ୍ର ୨୨ ବର୍ଷ ବୟସରେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ହୋଇଥିଲେ।

ଭିଏଟନାମର ଏକ ଦଳୀୟ ରାଜନୈତିକ ବ୍ୟବସ୍ଥାରେ କମ୍ୟୁନିଷ୍ଟ ପାର୍ଟିର ଶକ୍ତିକୁ ଏକତ୍ର କରିବା ପାଇଁ ତାଙ୍କର ସର୍ବାଧିକ ଅବଦାନ ରହିଥିଲା। ଟ୍ରୋଙ୍ଗ୍‌ଙ୍କ ମୃତ୍ୟୁରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପ୍ରମୁଖ ବହୁ ବିଶ୍ୱ ନେତା ଶୋକ ପ୍ରକଟ କରିଛନ୍ତି। ସେହିପରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଟ୍ରୋଙ୍ଗ୍‌ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

The post ଭିଏଟ୍‌ନାମ ନେତା ଟ୍ରୋଙ୍ଗ୍‌ଙ୍କ ପରଲୋକ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.